ETV Bharat / state

ଜହ୍ନକଣା ସ୍କୁଲ ସ୍ଥାନାନ୍ତର ପ୍ରତିବାଦରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଧାରଣା - ସ୍କୁଲ ସ୍ଥାନାନ୍ତରଣ ପ୍ରତିବାଦ

କୋରେଇ ବ୍ଲକ ଜହ୍ନା ପଞ୍ଚାୟତ ଜହ୍ନକଣା ସ୍କୁଲ ସ୍ଥାନାନ୍ତର ପ୍ରତିବାଦ । କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ଧାରଣା । ଅଧିକ ପଢନ୍ତୁ

ଜହ୍ନକଣା ସ୍କୁଲ ସ୍ଥାନାନ୍ତର ପ୍ରତିବାଦରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଧାରଣା

author img

By

Published : Sep 30, 2022, 10:56 PM IST

ଯାଜପୁର: ସ୍କୁଲ ସ୍ଥାନାନ୍ତରଣ ପ୍ରତିବାଦ । ସ୍ଥାନାନ୍ତରଣ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି କୋରେଇ ବ୍ଲକ ଜହ୍ନା ପଞ୍ଚାୟତ ଜହ୍ନକଣା ସ୍କୁଲରେ । ସୂଚନା ଅନୁଯାୟୀ, ଜହ୍ନକଣା ଗାଁ ର ପ୍ରାଥମିକ ସ୍କୁଲରେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଟିକୁ ବନ୍ଦ କରିବାକୁ ନିଷ୍ପତି ହୋଇଛି । ତେବେ ଏହାକୁ ବିରୋଧ କରି 30ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ସହିତ ଅଭିଭାବକ ମାନେ ମଧ୍ୟ କୋରେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଧାରଣା ଦେଇଛନ୍ତି l

ଅନ୍ୟପଟେ ଯେଉଁ ସ୍କୁଲକୁ ସ୍ଥାନାନ୍ତରଣ କରାଯିବ ସେହି ସ୍କୁଲଟି ଗାଁ ଠାରୁ ପାଖାପାଖି ତିନି କିଲୋମିଟର ଦୂର ହେଉଥିବାରୁ ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ପାଣି କାଦୁଅରେ ସ୍କୁଲ ଯିବା ଅସମ୍ଭବ l ଏଣୁ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଏହି ସ୍କୁଲ ଟିକୁ ସ୍ଥାନାନ୍ତର କରା ନ ଯାଉ ବୋଲି ଦାବି ହୋଇଛି । ସରକାରଙ୍କ ନିଆଯାଇଥିବା ସ୍କୁଲ ସ୍ଥାନାନ୍ତର ନିୟମ ଏକ ଭୁଲ ନିୟମ ବୋଲି କହିଛନ୍ତି ଅଭିଭାବକ l ସେପଟେ ବ୍ଳକ ଅଧିକାରୀ ଓ ଅଭିଭାବକଙ୍କ ମଧ୍ୟରେ ଆଲୋଚନା କରାଯାଇ ଏହାର ସ୍ଥାୟୀ ସମାଧାନ କରାଯିବାକୁ ନିଷ୍ପତି ନିଆଯାଇଛି ।

ଏନେଇ ଅଭିଭାବକ ମନୋଜ କୁମାର କର କହିଛନ୍ତି, "ସରକାରଙ୍କ ଗାଇଡଲାଇନ ଅନୁଯାୟୀ 7400 ପାଖାପାଖି ସ୍କୁଲ ଭାଙ୍ଗି ସାରିଲେଣି । ଏଥିସହ ନିୟମ ହୋଇଥିଲା 40ରୁ କମ୍ ପିଲା ଥିବେ ଏବଂ 1କିଲୋମିଟର ଦୂରତା ଥିଲେ ସ୍କୁଲ ଭାଙ୍ଗିବ । କିନ୍ତୁ ଆମର ଯେଉଁ ଜହ୍ନକଣା ସ୍କୁଲ ଭାଙ୍ଗିବାର କାରଣ ହେଉଛି 1କିମି ପରିଧି ଭିତରେ ଅନ୍ୟ ଏକ ବିଦ୍ୟାଳୟ ଥିବାରୁ ଭଙ୍ଗାଯାଇଛି । ତାକୁ ନେଇକି ଗାଁ ଲୋକେ ହାଇକୋର୍ଟରେ କେସ କରିଛନ୍ତି । କୋର୍ଟ ମଧ୍ୟ ପୁନଃ ତଦନ୍ତ ପାଇଁ ଅର୍ଡର ଦେଇଥିଲା । କିନ୍ତୁ ଆଜି ଯାଏଁ ଏହାର ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଅନ୍ୟ ସ୍କୁଲ 2ରୁ 3 କିମି ଦୂରରେ ଥିବାରୁ ଏହି ସ୍କୁଲ ଭାଙ୍ଗିବନି ବୋଲି ତହସିଲଦାର ନିଜେ ଏହା ଦେଖି ପ୍ରତିଶୃତି ଦେଇଥିଲେ । କିନ୍ତୁ ସ୍କୁଲ ଶିକ୍ଷକଙ୍କୁ ଚିଠି ଆସୁଛି କି 3ଦିନ ମଧ୍ୟରେ ଅନ୍ୟ ସ୍କୁଲରେ ଯୋଗଦେବାକୁ କୁହାଯାଇଛି ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.