ଯାଜପୁର: ଜଳିଗଲା ଆଇରନ ବୋଝେଇ ଟ୍ରକ । ଯାଜପୁର ଚଣ୍ଡିଖୋଲସ୍ଥିତ ତୋଷାଳୀ ହୋଟେଲ ସମ୍ମୁଖରେ ଘଟିଛି ଅଘଟଣ । ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ରେ ନିଆଁ ଲାଗି ତାହା ସମ୍ପୂର୍ଣ୍ଣ ଜଳିଯାଇଛି ।
ସୂଚନା ଅନୁଯାୟୀ ଯାଜପୁରର ଚଣ୍ଡୀଖୋଲସ୍ଥିତ ତୋଷାଳୀ ହୋଟେଲ ସମ୍ମୁଖରେ ଆଇରନ୍ ବୋଝେଇ ଟ୍ରକ୍ଟି ପାରାଦୀପ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ଏଥିରେ ନିଆଁ ଲାଗି ଯାଇଥିଲା ଏବଂ ଟ୍ରକ୍ଟି ଜଳିବାକୁ ଲାଗିଲା । ନିଆଁର ପରିମାଣ ବହୁତ ଥିବାରୁ ଆଖପାଖ ଲୋକେ ଏହାକୁ ଲିଭାଇବା ପାଇଁ ଭୟ କରିଥିଲେ । ଏହା ପରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଆସି ନିଆଁ ଲିଭାଇଥିଲେ । ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ