ETV Bharat / state

ଯାଜପୁରରେ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ, ଦ୍ୱିତୀୟ ଦିନରେ ବିଦେଶୀ ପ୍ରତିନିଧି ସାମିଲ

International Craft Summit: ଯାଜପୁରରେ ଚାଲିଛି ୩ ଦିନିଆ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ । ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ହସ୍ତଶିଳ୍ପର ଉନ୍ନତି, ଭିତ୍ତିଭୂମିର ବିକାଶ, କାରିଗର, କଳାକାର ଓ ଶିଳ୍ପୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 13, 2024, 6:15 PM IST

international craft summit
ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ
ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ

ଯାଜପୁର: ଆରମ୍ଭ ହୋଇଛି ୩ ଦିନିଆ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ । ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ ବଲିଉଡ଼ର ସୁନାମଧନ୍ୟ କଳାକାର ନୱାଜୁଦ୍ଦିନ ସିଦ୍ଦିକ, ରାଜ୍ୟ ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ସମେତ ବହୁ ଆନ୍ତର୍ଜାତୀୟ ସ୍ତରର ହସ୍ତଶିଳ୍ପୀ ଓ କଳାକାର । ଦ୍ବିତୀୟ ଥର ପାଇଁ ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୩ ଦିନ ପାଇଁ ଏଭଳି ଏକ ବଡଧରଣର ସମ୍ମିଳନୀର ଆୟୋଜନ କରାଯାଇଛି । ଏଥିରେ ଭାରତ ସମେତ 18ଟି ଦେଶର 20ରୁ ଉର୍ଦ୍ଧ୍ବ ଅନ୍ତର୍ଜାତୀୟ କଳାକାର, 75 ଜଣ ବକ୍ତା ଓ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।

ଏହି ଉତ୍ସବରେ ଅନ୍ତର୍ଜାତୀୟ ସ୍ତରର ଅନେକ ଖ୍ୟାତିସମ୍ପନ୍ନ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମିଳନୀରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ହସ୍ତଶିଳ୍ପର ଉନ୍ନତି, ଭିତ୍ତିଭୂମିର ବିକାଶ, କାରିଗର, କଳାକାର ଓ ଶିଳ୍ପୀଙ୍କୁ ପ୍ରୋତ୍ସାହନ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଜିଲ୍ଲାରେ ବିଭିନ୍ନ କାରୁକାର୍ଯ୍ୟ ଷ୍ଟଲ ପଡ଼ିଥିବାବେଳେ ଏହାକୁ ଦେଖିବା ସହ କିଣି ନେଇଛନ୍ତି ବିଦେଶୀ ପ୍ରତିନିଧି ।

ଏହି ସମ୍ମିଳନୀରେ ହସ୍ତଶିଳ୍ପର ବିକାଶ ଓ କଳାକାର, କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇବା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏହି ସମ୍ମିଳନୀର ସଫଳତା କାମନା କରିବା ସହିତ ଜିଲ୍ଲାବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ସେପଟେ ଏହି ସମ୍ମିଳନୀରେ ଅନେକ ଷ୍ଟଲ ଦେଖିବାକୁ ମିଳିଛି । ଏହି ସମ୍ମିଳନୀ ହସ୍ତଶିଳ୍ପର ବିକାଶ ପାଇଁ ବେଶ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ଆଶାବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଦ୍ବିତୀୟ ଅନ୍ତର୍ଜାତୀୟ ଶିଳ୍ପ ଓ ଚାରୁକଳା ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଅଭିନେତା ନୱାଜୁଦ୍ଦିନ ସିଦ୍ଦିକ ସାମିଲ

ଏହି ସମ୍ମିଳନୀରେ ଭାରତ ସମେତ UNDP, UNESCO, UNHABITAT, UNICEF ପରି ସଂଗଠନ ଗୁଡିକର ବିଶେଷଜ୍ଞଙ୍କ ସମେତ ବିଶ୍ବସ୍ତରୀୟ କଳାକାରମାନେ ଅଂଶଗ୍ରହଣ କରିଥିଲେ । ଏହାଦ୍ବାରା ହସ୍ତଶିଳ୍ପର ସାମଗ୍ରିକ ବିକାଶ ହେବା ସହ କାରିଗରଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ବାଟ ଫିଟିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି ଅବସରରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହସ୍ତଶିଳ୍ପୀ ଓ କାରିଗରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆସନ୍ତାକାଲି ଏହି ସମ୍ମିଳନୀ ଉଦଯାପିତ ହେବ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.