ETV Bharat / state

ରେଳ ଷ୍ଟେସନର ଶୋଭା ବଢ଼ାଉଛି ରାଷ୍ଟ୍ରୀୟ ଧ୍ୱଜା, 100 ଫୁଟ୍ ଉଚ୍ଚତାରେ ଉଡୁଛି ତ୍ରିରଙ୍ଗା

author img

By

Published : Aug 11, 2022, 9:51 PM IST

Updated : Aug 11, 2022, 9:59 PM IST

ବୀରତ୍ବର ଗାଥା ଓ ପ୍ରତିଟି ଭାରତୀୟଙ୍କ ଗର୍ବ ତ୍ରିରଙ୍ଗା ପତାକା । ନୀଳ ଆକାଶ ତଳେ ଉଡୁଥିବା ଏହି ତ୍ରିରଙ୍ଗାକୁ ଦେଖିଲେ ଆଜିବି ମନେ ପଡେ ସେହି ମହାପୁରୁଷଙ୍କ ସ୍ବତନ୍ତ୍ରତା ଓ ବଳିଦାନର ଗାଥା । ଯାଜପୁର ବ୍ୟାସନଗର ରେଲଓ୍ବେ ଷ୍ଟେସନରେ ଦୁଇ ବର୍ଷ ହେବ ସକାଳରୁ ସଞ୍ଜ..ସଞ୍ଜରୁ ସକାଳ ଯାଏଁ 100ଫୁଟ୍ ଉଚ୍ଚତାରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା ପତାକା । ଅଧିକ ପଢନ୍ତୁ

ରେଳ ଷ୍ଟେସନର ଶୋଭା ବଢ଼ାଉଛି ରାଷ୍ଟ୍ରୀୟ ଧ୍ବଜା, 100ଫୁଟ୍ ଉଚ୍ଚତାରେ ଉଡେ ତ୍ରିରଙ୍ଗା

ଯାଜପୁର: ଆଉ ଦିନ କେଇଟା ପରେ ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ । ଏହା ପୂର୍ବରୁ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦିକା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଉଛି । ଆସନ୍ତା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ 'ହର ଘର ତ୍ରିରଙ୍ଗା' (Har Ghar Tiranga) ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ଦେଶରେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଉଥିବା ବେଳେ ଯାଜପୁର ବ୍ୟାସନଗର ରେଲଓ୍ବେ ଷ୍ଟେସନ (Jajpur Railway Station) ପରିସରରେ ୨ବର୍ଷ ହେଲା ସକାଳରୁ ସଞ୍ଜ..ସଞ୍ଜରୁ ସକାଳ ଯାଏଁ ନୀଳ ଆକାଶ ତଳେ ପ୍ରତିଦିନ ଉଡୁଛି ସ୍ବାଧୀନ ଭାରତର ଏହି ପ୍ରତୀକ । ବୀରତ୍ବର ଗାଥା ଓ ପ୍ରତିଟି ଭାରତୀୟଙ୍କ ଗର୍ବ ନାରଙ୍ଗି, ଧଳା ଓ ସବୁଜ ରଙ୍ଗର ଏହି ଜାତୀୟ ପତାକା ।

ଯାଜପୁର ରେଳ ଷ୍ଟେସନର ଶୋଭା ବଢ଼ାଉଛି ରାଷ୍ଟ୍ରୀୟ ଧ୍ବଜା, 100ଫୁଟ୍ ଉଚ୍ଚତାରେ ଉଡୁଛି ତ୍ରିରଙ୍ଗା

2020 ମସିହା ଅଗଷ୍ଟ 15ତାରିଖ ଠାରୁ ଦୀର୍ଘ 2ବର୍ଷ ଧରି ଏଠାରେ ସର୍ବୋଚ୍ଚ ସ୍ଥାନରେ ଉଡୁଛି ଏହି ତ୍ରିରଙ୍ଗା ପତାକା । ଜିଲ୍ଲାବାସୀଙ୍କ ମନରେ ଦେଶପ୍ରେମ ଓ ଜାତୀୟତା ଭାବନା ଉଦ୍ରେକ କରିବା ଲକ୍ଷ୍ୟରେ ଏଠାରେ ଏହି ତ୍ରିରଙ୍ଗା ଲଗାଇଛନ୍ତି ରେଳ ବିଭାଗ । ବର୍ଷ ତମାମ୍ ଏହାକୁ ସୁରକ୍ଷା ମଧ୍ୟ ଦେଉଛନ୍ତି ରେଲଓ୍ବେ ବିଭାଗୀୟ କର୍ମଚାରୀ । ପ୍ରାୟ 100ଫୁଟ୍ ଉଚ୍ଚତାରେ ଫରଫର ହୋଇ ଉଡୁଛି ଆମ ରାଷ୍ଟ୍ରିୟ ଧ୍ବଜା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହର ଘର ତ୍ରିରଙ୍ଗା ଅଭିଯାନ ପରେ ଗାଁ ଠୁ ସହର ସବୁଠି ଆୟୋଜନ ହେଉଛି ସମାରୋହ । ବିଭିନ୍ନ ସ୍ଥାନର ଡାକ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ବିକ୍ରି ହେବା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ଦ୍ବାରା ଆୟୋଜିତ ହେଉଛି ତ୍ରିରଙ୍ଗା ଶୋଭାଯାତ୍ରା । ଏଭଳି ସମୟରେ ଯାଜପୁର ରୋଡ ରେଳଷ୍ଟେସନ ସମ୍ମୁଖରେ ଉଡୁଛି ଏହି ବିଶାଳକାୟ ଧ୍ବଜା । ସ୍ବାଧୀନ ଭାରତର ଏହି ପ୍ରତୀକକୁ ଦେଖିଲେ ମନେପଡେ ସେହି ମହାପୁରୁଷ ସ୍ବତନ୍ତ୍ରତା ଓ ଇତିହାସର ଗାଥା । କାରଣ ସେମାନଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନରେ ଆମକୁ ସ୍ବାଧୀନତାର ସ୍ବାଦ ଚାଖିବାର ସୁଯୋଗ ପ୍ରାପ୍ତ ହୋଇଛି ।

ଷ୍ଟେସନ ପରିସରର ଏହି ଦୃଶ୍ୟକୁ ନେଇ ଯୁବପିଢିର ଫିଲ୍ମମେକର ମାନେ ଫିଲ୍ମ ମଧ୍ୟ ତିଆରି କରିଛନ୍ତି । ରେଳବିଭାଗର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ମର୍ଯ୍ୟାଦାର ସହ ଜାତୀୟ ପତାକାର ଟେକ ରଖିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଏଭଳି ଦୀର୍ଘ ମିଆଦି ପଦକ୍ଷେପକୁ ବେଶ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ଯାଜପୁର

Last Updated : Aug 11, 2022, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.