ETV Bharat / state

କାର୍ଯ୍ୟକ୍ଷମ ହେଉଥିବା ବେଆଇନ କ୍ରସରକୁ ସିଲ୍‌ କଲା ଯାଜପୁର ଜିଲ୍ଲା ପ୍ରଶାସନ - ଯାଜପୁରରେ ବେଆଇନ କ୍ରସର ସିଲ୍

ବିପୁଳ ପରିମାଣରେ କାର୍ଯ୍ୟକାରୀ ହେଉଥିବା ବେଆଇନ କ୍ରସରଗୁଡିକ ଉପରେ ଯାଜପୁର ଜିଲ୍ଲା ପ୍ରଶାସନ ଚଢାଉ ଆରମ୍ଭ କରିଛି । ଅଧିକ ପଢନ୍ତୁ...

Illegal crossers seized by district administration in Jajpur
କାର୍ଯ୍ୟକ୍ଷମ ହେଉଥିବା ବେଆଇନ କ୍ରସରକୁ ସିଲ୍‌ କଲା ଯାଜପୁର ଜିଲ୍ଲା ପ୍ରଶାସନ
author img

By

Published : Dec 3, 2020, 1:22 PM IST

ଯାଜପୁର: ଜିଲ୍ଲାର ଧର୍ମଶାଳା ତହସିଲ ଅଞ୍ଚଳରେ ବିଭିନ୍ନ ମୌଜାରେ ଥିବା ବେଆଇନ୍ କ୍ରସରଗୁଡିକ ଉପରେ ପୁଣି ଚଢାଉ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ୍ କ୍ରସର ଗୁଡିକୁ ବନ୍ଦ କରିବା ପାଇଁ ବାରମ୍ବାର ପ୍ରଶାସନ ପକ୍ଷରୁ ତାଗିଦ୍ କରାଯାଇଥିଲା । ତେବେ ବନ୍ଦ ନ ହେବା ପରେ ଗୁରୁବାର ଏଗୁଡିକୁ ଜିଲ୍ଲା ପ୍ରଶାସନ ସିଲ୍‌ କରିଥିବା ସୂଚନା ମିଳିଛି ।

କାର୍ଯ୍ୟକ୍ଷମ ହେଉଥିବା ବେଆଇନ କ୍ରସରକୁ ସିଲ୍‌ କଲା ଯାଜପୁର ଜିଲ୍ଲା ପ୍ରଶାସନ

ଜିଲ୍ଲା ପ୍ରଶାସନର ଏହି ଚଢାଉ ଓ ଉଚ୍ଛେଦ ପ୍ରକ୍ରିୟାର ପ୍ରଥମ ଦିନରେ 3ଟି କ୍ରସରକୁ ବୋଲଡୋଜର ଲଗାଇ ଭାଙ୍ଗି ଧରାଶାୟୀ କରିଦେବା ସହ 2ଟି କ୍ରସରକୁ ଜଉମୁଦ ଦେଇ ସିଲ୍ କରାଯାଇଛି । ଏହି ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା ମୋଟ୍ 338ଟି କ୍ରସର ମଧ୍ୟରୁ 242ଟି କ୍ରସର ସମ୍ପୂର୍ଣ୍ଣ ବେଆଇନ୍ ଭାବରେ କାର୍ଯ୍ୟ କରୁଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଗୁରୁବାରଠାରୁ ଏହି ଚଢାଉ ଏବଂ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି କ୍ରସରଗୁଡିକ ନିକଟସ୍ଥ ପାହାଡଗୁଡିକରୁ କଳାପଥର ଆମଦାନୀ କରି ଏହାକୁ ଭାଙ୍ଗି ବିଭିନ୍ନ ଆକାରର ଚିପ୍ସ ଉତ୍ପାଦନ କରିଆସୁଛନ୍ତି । ଯାହା ରାସ୍ତାଘାଟ, କୋଠାବାଟି ପ୍ରଭୃତି ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଛି । ବେଆଇନ କ୍ରସର କାର୍ଯ୍ୟକ୍ଷମ ହେବା ଦ୍ବାରା ବିପୁଳ ପରିମାଣର ରାଜସ୍ବ ହାନୀ ଘଟୁଛି । ତେବେ ଏହା ଉତ୍ପାଦନ ହେବା ଦ୍ବାରା ନିକଟସ୍ଥ ଅଞ୍ଚଳରେ ଭୟଙ୍କର ଧୂଳି ପ୍ରଦୂଷଣ ସୃଷ୍ଟି ହେବା ସହିତ ଏହା ଜନଜୀବନକୁ ବିଶେଷ ଭାବେ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଆସୁଛି ।

ତେବେ ଏହା ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ଦୈନନ୍ଦିନ ପାହାଡ ମାଫିଆଙ୍କ ଦ୍ବାରା ବେଆଇନ୍ ଭାବେ ପାହାଡ ବ୍ଲାଷ୍ଟିଂ କରାଯାଇ ଏହି କ୍ରସରମାନଙ୍କୁ କଞ୍ଚାମାଲ ଯୋଗାଇ ଦିଆଯାଉଛି । ଚଢାଉ ସମୟରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ୍, ଯାଜପୁର ରୋଡ ଏସଡିପିଓ ଚିନ୍ମୟ ନାୟକ ଓ ସ୍ଥାନୀୟ ତହସିଲଦାରଙ୍କ ସମେତ ପୋଲିସ୍ ପ୍ରଶାସନର ଅଧିକାରୀ ମାନେ ସାମିଲ ହୋଇଥିବା ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.