ETV Bharat / state

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ - husband killed wife in jajpur

ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଗୋବର୍ଦ୍ଧନୁପର ଗ୍ରାମରେ ଚାଞ୍ଚଲ୍ୟ । ଘରୋଇ କଳିରୁ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ବାମୀ । ଅଧିକ ପଢନ୍ତୁ...

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ମୃତ

author img

By

Published : Sep 15, 2021, 8:40 PM IST

ଯାଜପୁର: ପାରିବାରିକ କଳହରୁ କଟୁରୀରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଚାଞ୍ଚଲ୍ୟକର ଅଘଟଣ ଘଟିଛି ଟମକା ଥାନା ଅନ୍ତର୍ଗତ ଗୋବର୍ଦ୍ଧନୁପର ଗ୍ରାମରେ । ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ମୃତ

ମିଳିଥିବା ସୂଚନା ଅନୁସାରେ, ଗୋବର୍ଦ୍ଧନପୁର ଗ୍ରାମର ଗୋପାଳ ବେହେରାଙ୍କ ପୁଅ ରଞ୍ଜିତ ନିକଟସ୍ଥ କାରଖାନାରେ କାର୍ଯ୍ୟ ସାରି ସନ୍ଧ୍ୟାରେ ଘରକୁ ଫେରିଥିଲେ । ପରେ ପାରିବାରିକ କଳହକୁ ନେଇ ସ୍ତ୍ରୀ ହୀରାଙ୍କ ସହ ବଚସା ହୋଇଥିଲା । ଏଥିରେ ସ୍ବାମୀ ରଞ୍ଜିତ ଉତ୍‌କ୍ଷିପ୍ତ ହୋଇ ଏକ କଟୁରୀରେ ହୀରାଙ୍କ ବେକକୁ ଚୋଟ ପକାଇଥିଲା । ସ୍ଥାନୀୟ ଲୋକ ଖବର ପାଇ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ହୀରାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସ୍ଥାନୀୟ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.