ETV Bharat / state

ରାଛିପୁର ଶିକ୍ଷୟିତ୍ରୀ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଥାନା ରାଛିପୁର ଛକରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ । ଅଭିଯୁକ୍ତ ସ୍ବାମୀ ସୌମ୍ୟପ୍ରକାଶ ମଲ୍ଲିକକୁ ଗିରଫ କରିଛି ଯାଜପୁର ରୋଡ ପୋଲିସ । ଅଧିକ ଖବର ପଢନ୍ତୁ...

author img

By

Published : Jul 11, 2020, 12:43 PM IST

Updated : Jul 11, 2020, 1:03 PM IST

ରାଛିପୁର ଶିକ୍ଷୟିତ୍ରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ସ୍ବାମୀ ଗିରଫ

ଯାଜପୁର: ଜିଲ୍ଲାର ଯାଜପୁର ରୋଡ଼ ଥାନା ରାଛିପୁର ଛକରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ । ଅଭିଯୁକ୍ତ ସ୍ବାମୀ ସୌମ୍ୟପ୍ରକାଶ ମଲ୍ଲିକକୁ ଗିରଫ କରିଛି ଯାଜପୁର ରୋଡ୍ ପୋଲିସ୍ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ ମଧ୍ୟ ଜବତ୍ କରାଯାଇଛି । ତେବେ ପାରିବାରିକ କଳହକୁ ନେଇ ଆକ୍ରୋଶମୂଳକ ଭାବେ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ରାଛିପୁର ଶିକ୍ଷୟିତ୍ରୀ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ଘଟଣା ମୁତାବକ ଗତ ଜୁଲାଇ ୯ ତାରିଖରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ତାଙ୍କର ଜଣେ ସହକର୍ମୀଙ୍କ ସହ ବାଇକ ଯୋଗେ ସ୍କୁଲରୁ ଘରକୁ ଫେରୁଥିଲେ । ସେହି ସମୟରେ ରାଛିପୁର ଛକ ନିକଟରେ ଉଭୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଏକ ମାରଣାସ୍ତ୍ରରେ ଉଭୟଙ୍କୁ ଗୋଡାଇ ଗୋଡାଇ ହାଣିଥିଲା ଦୁର୍ବୃତ୍ତ ।

ଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀ ଯୋଗମାୟା ଜେନାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସହକର୍ମୀ ଶିକ୍ଷକ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ଏହି ଘଟଣାର ତଦନ୍ତ କରି ଶିକ୍ଷୟିତ୍ରୀଙ୍କ ସ୍ବାମୀ ସୌମ୍ୟପ୍ରକାଶକୁ ଗିରଫ କରିଛି ଯାଜପୁର ରୋଡ ପୋଲିସ ।

ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ। ନେଇ ସୂଚନା ରହିଛି । ତେବେ ଖବର ଅନୁଯାୟୀ ସୌମ୍ୟପ୍ରକାଶ ଓ ଯୋଗମାୟା ପ୍ରେମ ବିବାହ କରିଥିଲେ । ପରେ କୌଣସି କାରଣରୁ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ତିକ୍ତତା ଲାଗି ରହିଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jul 11, 2020, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.