ETV Bharat / state

ମଦ ଦୋକାନ ନିର୍ମାଣକୁ ବିରୋଧ ଦାବି, ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା - excise Department

ଭିକିପୁର ଗାଁ ନିକଟରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ । ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଦୃଷ୍ଟି ନଦେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ମଦ ଦୋକାନ ନିର୍ମାଣକୁ ବିରୋଧ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

author img

By

Published : Aug 28, 2021, 4:16 PM IST

ଯାଜପୁର: ମଦ ଦୋକାନକୁ ବିରୋଧ କରି ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ଭିକିପୁର ଅଞ୍ଚଳରେ । ଦୀର୍ଘ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ ପ୍ରତିବାଦରେ ଶତାଧିକ ସ୍ଥାନୀୟ ମହିଳା ମଦ ଦୋକାନ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏନେଇ ଆଜି (ଶନିବାର) ଯାଜପୁର ରୋଡ ଅଧିନ ଭିକିପୁର ଗାଁ ମହିଳା ସମିତିର ବରିଷ୍ଠ ସଦସ୍ୟ ବିଦ୍ୟୁତପ୍ରଭା ଜେନାଙ୍କ ନେତୃତ୍ବରେ ମହିଳା ମାନେ ଭିକିପୁର ଛକରୁ ଏକ ଶୋଭାଯାତ୍ରାରେ ବାହାରି ମଦ ଦୋକାନ ଆଗରେ ପହଞ୍ଚିଛନ୍ତି ।

ମଦ ଦୋକାନ ନିର୍ମାଣକୁ ବିରୋଧ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

ତେବେ ମହିଳାଙ୍କ ଦାବି ମୁତାବକ ଗାଁ ଠାରୁ ମାତ୍ର ୫ ଶହ ମିଟର ଦୂରରେ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ମଦ ଦୋକାନ ରାସ୍ତା କଡରେ ନିର୍ମାଣ ହେବା ଦ୍ବାରା ଅଞ୍ଚଳର ଶନିମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ, କଲେଜକୁ ଅଧ୍ୟୟନ ପାଇଁ ଯାଉଥିବା ଛାତ୍ରଛାତ୍ରୀ ମଦ୍ୟପଙ୍କ ଆକ୍ରୋଶର ଶିକାର ହେବେ । ଏଥିସହିତ ସ୍ଥାନୀୟ ଅଞ୍ଚଳରେ ମଦ୍ୟପଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିବ ।

ସେପଟେ ଏନେଇ ଅଞ୍ଚଳବାସୀ ଏହାକୁ ବିରୋଧ କରିବା ସହ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ ଦାବିରେ ଶନିବାର ମହିଳାମାନେ ମଦ ଦୋକାନ ଆଗରେ ଧାରଣାରେ ବସି ରହିଛନ୍ତି । ଏଥିସହିତ ତୁରନ୍ତ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଆଗକୁ ୩ଟି ପଞ୍ଚାୟତର ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.