ETV Bharat / state

ବିଚାରାଧୀନ କଏଦୀ ମୃତ୍ୟୁ ଘଟଣା, ପରିବାରକୁ ଭେଟିଲେ ମାନବାଧିକାର କର୍ମୀ - ମାନବାଧିକାର କର୍ମୀ

ଚିକିତ୍ସାଧିନ ଅବସ୍ଥାରେ କୋରେଇ ଥାନା ପାଟରଙ୍ଗା ଗାଁର ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା । ପରିବାରକୁ ଭେଟି କ୍ଷତିପୂରଣ ଦାବି କଲେ ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ର । ଅଧିକ ପଢନ୍ତୁ...

ବିଚାରାଧୀନ କଏଦୀ ମୃତ୍ୟୁ ଘଟଣା,ପରିବାରକୁ ଭେଟି କ୍ଷତିପୂରଣ ଦାବି କଲେ ମାନବାଧିକାର କର୍ମୀ

author img

By

Published : Aug 14, 2021, 12:24 PM IST

ଯାଜପୁର: ଚିକିତ୍ସାଧିନ ଅବସ୍ଥାରେ କୋରେଇ ଥାନା ପାଟରଙ୍ଗା ଗାଁର ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା । ପରିବାରକୁ ଭେଟି କ୍ଷତିପୂରଣ ଦାବି କଲେ ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ର । ସୂଚନା ମୁତାବକ ପାଟରଙ୍ଗା ଗାଁର ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ସୁମନ୍ତ ଯାଜପୁର ସବଜେଲରେ ଏକ ଦୁଷ୍କର୍ମ ମାମଲାରେ ୩ ମାସରୁ ଊର୍ଦ୍ଧ୍ବ ହେବ ଜେଲରେ ଥିଲେ।

ବିଚାରାଧୀନ କଏଦୀ ମୃତ୍ୟୁ ଘଟଣା,ପରିବାରକୁ ଭେଟି କ୍ଷତିପୂରଣ ଦାବି କଲେ ମାନବାଧିକାର କର୍ମୀ

ଗତ ତିନିଦିନ ତଳେ ଦେହ ଅସୁସ୍ଥ ହେବାରୁ ଜେଲ କର୍ତ୍ତୃପକ୍ଷ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୁମନ୍ତଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଓ ମାନବାଧିକାର କର୍ମୀ । ଆଜି ଜିଲ୍ଲା ମାନବାଧିକାର କର୍ମୀ ଶ୍ରୀ ପାତ୍ର, ଭୀମସେନା ଓଡିଶା ସଂଯୋଜକ ଆର୍ତ୍ତତ୍ରାଣ ମଲ୍ଲିକ ଓ ତାଙ୍କର କିଛି ସଦସ୍ୟ ଲକ୍ଷ୍ମୀଧରଙ୍କ ପରିବାରକୁ ଭେଟି ସୁମନ୍ତର ମୃତ୍ୟୁ ସମ୍ପର୍କରେ ଆଲୋଚନା କରିଥିଲେ ।

ତେବେ ଜେଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଦାୟୀ କରିଛନ୍ତି ସୁମନ୍ତଙ୍କ ପରିବାର ଓ ମାନବାଧିକାର କର୍ମୀ । ଏଥିସହିତ ଲକ୍ଷ୍ମୀଧରଙ୍କର ପରିବାରକୁ କ୍ଷତିପୂରଣ ଦେବା ସହିତ ସମ୍ପୃକ୍ତ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମାନବାଧିକାର କର୍ମୀ ଶ୍ରୀ ପାତ୍ର । ସେପଟେ ଗତକାଲି ଲକ୍ଷ୍ମୀଧରଙ୍କ ପରିବାର ପକ୍ଷରୁ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ କୋରେଇ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.