ETV Bharat / state

ଯାଜପୁର ଜନତାଙ୍କ ମୁଡ୍ କୁଆଡେ: ପ୍ରଣବ, ଗୌରବ ନା ସନ୍ତୋଷ ? - GOUTAM

2014ର ପ୍ରାର୍ଥୀଙ୍କୁ ଦୋହରାଇଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ସେପଟେ 2009ର ପ୍ରାର୍ଥୀଙ୍କୁ 2019 ମଇଦାନକୁ ଆଣିଛି ବିଜେପି । ଯାଜପୁର ବିଧାନସଭା ଆସନ ପାଇଁ ଚାଲିଛି ତ୍ରିମୁଖୀ ପ୍ରତିଦ୍ବନ୍ଦିତା।

ଫଟୋ ସୌଜନ୍ୟ: ସମ୍ବାଦଦାଦା, ଯାଜପୁର
author img

By

Published : Apr 22, 2019, 9:22 PM IST

Updated : Apr 23, 2019, 7:51 AM IST

ଯାଜପୁର: ଉପକୂଳ ଓଡିଶାର ଆଗୁଆ ଜିଲ୍ଲା ଭାବେ ପରିଚିତ ଯାଜପୁର । ରାଜ୍ୟ ରାଜନୀତିରେ ଏହି ଜିଲ୍ଲାର ନେତା ସବୁବେଳେ ସେମାନଙ୍କ ଉପସ୍ଥିତି ଜାହିର କରିଥାନ୍ତି । ଏବେ ଯାଜପୁର ନିର୍ବାଚନ ମଣ୍ଡଳୀକୁ ନେଇ ବେଶ ଚର୍ଚ୍ଚା । ଏଠାରୁ ପ୍ରତିନିଧିତ୍ବ କରୁଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ବୋଲି ଆଲୋଚନା ହୋଇଥାଏ । ଏପରିକି ସେ ରାଜ୍ୟ ବିଜେଡି ସଙ୍ଗଠନର ଦାୟିତ୍ବ ବୁଝୁଥିବା ଚର୍ଚ୍ଚା ହୁଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଗତ ନିର୍ବାଚନରେ ସେ ୧ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଭାବେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ନନ୍ଦ ମାତ୍ର ୧୯ ହଜାର ଭୋଟ ପାଇଥିଲେ । ଚଳିତ ନିର୍ବାଚନରେ ପ୍ରଣବ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ବିଜେପିରୁ ଏବଂ ସନ୍ତୋଷ ନନ୍ଦ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ସେପଟେ ଚଳିତ ଥର ଏହି ନିର୍ବାଚନ ମଣ୍ଡଳୀରେ 1 ଲକ୍ଷ 20ହଜାର 7ଶହ 66ଜଣ ପୁରୁଷ ଭୋଟର ଥିବା ବେଳେ 1ଲକ୍ଷ 8ହଜାର 3ଶହ 52ଜଣ ମହିଳା ଭୋଟର ରହିଛନ୍ତି । ମୋଟ 2ଲକ୍ଷ 29ହଜାର 130ଜଣ ଭୋଟର ଚଳିତ ଥର ନିର୍ବାଚନରେ ସେମାନଙ୍କର ମତ ସାବ୍ୟସ୍ତ କରିବେ ।

ଯାଜପୁର ନିର୍ବାଚନ ମଣ୍ଡଳୀ । ଉଭୟ ଯାଜପୁର ଓ ଦଶରଥପୁର ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଅଧିକାଂଶ ସମୟ ଅଣ କଂଗ୍ରେସ ହାତରେ ରହିଆସିଛି ଯାଜପୁର । ଦୀର୍ଘଦିନ ଧରି ଏହି ଆସନଟି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇ ରହିଆସିଥିଲା । ଗତ ୨୦୦୯ ମସିହାରେ ଏହି ଆସନଟି ସାଧାରଣ ବର୍ଗଙ୍କ ପାଇଁ ହେବା ପରଠାରୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୨୦୦୯ ମସିହାରେ ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ହଠାତ୍ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦିଅନ୍ତି । ସେତେବେଳେ ସେ ୬୧ ହଜାର ଭୋଟ ପାଇଥିବା ବେଳେ ନିକଟତମ କଂଗ୍ରେସ ପ୍ରାର୍ଥୀ ଦେବବ୍ରତ କଣ୍ଠ ୩୧ ହଜାର ଭୋଟ ପାଇଥିଲେ। ଏହାପରେ ଗତ ୨୦୧୪ ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ପୁଣି ୧ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ପାଇ ରେକର୍ଡ ସୃଷ୍ଟି କରିଥିଲେ । ଚଳିତ ନିର୍ବାଚନରେ ସେ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଅଛନ୍ତି ।

ଅନ୍ୟପଟେ ବିଜେପି ଓ କଂଗ୍ରେସ ବି ପଛରେ ନାହାଁନ୍ତି । ମୋଦି ଲହରୀରେ ନିର୍ବାଚନୀ ବୈତରଣୀ ପାର ହେବା ଆଶା ରଖିଛନ୍ତି ବିଜେପି ପ୍ରାର୍ଥୀ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ । ଗତ ପଞ୍ଚାୟତ ନିର୍ବାଚନରେ ଗୌତମଙ୍କ ନେତୃତ୍ବରେ 6ଟି ଜିଲ୍ଲା ପରିଷଦ ଆସନ ହାତେଇଥିଲା ଦଳ । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଉଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:Conclusion:
Last Updated : Apr 23, 2019, 7:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.