ETV Bharat / state

ଶନିଶ୍ଚରଙ୍କ ପୂଜା ଧୂମଧାମରେ ପାଳିତ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼ - ଶ୍ରଦ୍ଧାଳୁଙ୍କ ଭିଡ଼

ଚଳିତ ବର୍ଷ ମଧ୍ୟ ଯାଜପୁର ଗଦି ବ୍ଲକ ରାଛିପୁର ଗାଁରେ ଶନିଶ୍ଚରଙ୍କ ପୂଜା ଧୂମଧାମର ସହିତ ପାଳିତ ହୋଇଛି । ଏହି ପୂଜାରେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ମଧ୍ୟ ଯୋଗଦେଇଛନ୍ତି । ଅଧିକ ପଢନ୍ତୁ

Lord Sani Puja at Rachipur village
Lord Sani Puja at Rachipur village
author img

By

Published : Apr 29, 2023, 8:31 PM IST

Updated : Apr 29, 2023, 8:57 PM IST

ଶନିଶ୍ଚରଙ୍କ ପୂଜା ଧୂମଧାମରେ ପାଳିତ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଯାଜପୁରର ରାଛିପୁର ଗାଁରେ ଧୁମଧାମରେ ପାଳିତ ହୋଇଛି ଗ୍ରହରାଜ ଶନିଦେବଙ୍କର ପବିତ୍ର ଜନ୍ମୋତ୍ସବ । ଆଜି ସକାଳୁ ସକାଳୁ ଗ୍ରହରାଜ ଶନିଶ୍ଚରଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଏଥିପାଇଁ ଗତକାଲି ବିଳମ୍ବ ରାତିଠୁ ବିଭିନ୍ନ ଆଡୁ ଛୁଟିଛି ଲୋକଙ୍କ ସୁଅ । ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ମଧ୍ୟ ଭଗବାନ ଶନିଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ।

ଗତକାଲି ବିଳମ୍ବ ରାତିଠୁ ବିଭିନ୍ନ ଆଡୁ ଛୁଟିଛି ଲୋକଙ୍କ ସୁଅ । ଏଥିସହିତ ପ୍ରତ୍ୟେକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଶନିଶ୍ଚରଙ୍କଠାରେ ଜଳଲାଗି କରି ଗ୍ରହରାଜଙ୍କୁ ସନ୍ତୁଷ୍ଟ କରୁଛନ୍ତି । ସେପଟେ ରାଛିପୁର ଶନି ମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଆସିବାକୁ ଦୃଷ୍ଟିରେ ରଖି ଯାଜପୁର ରୋଡ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପ୍ରତିବର୍ଷ ଅକ୍ଷୟ ତୃତୀୟା ପର ଶନିବାର ପାଳିତ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ । ଆଜି ଏହି ଅବସରରେ ମନ୍ଦିର ପରିସରରେ ଭଜନ କିର୍ତ୍ତନ ସାଙ୍ଗକୁ ଚାଲିଛି ବିଶ୍ବଶାନ୍ତି ମହାଯଜ୍ଞ । ପୂଜା ଏବଂ ଯଜ୍ଞ କାର୍ଯ୍ୟରେ ନିୟୋଜିତ ଅଛନ୍ତି ପୂଜକ ପୁରୋହିତ ।

ଏହି ଦିନ ଭକ୍ତିର ସହିତ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କଲେ ସକଳ ଗ୍ରହପୀଡା ଖଣ୍ଡନ ହେବା ସହ ପରିବାରର ସକଳ ଦୁଃଖଦୁର୍ଦ୍ଦଶା ଦୂର ହୁଏ ବୋଲି ବିଶ୍ବାସ ରହିଆସିଛି । ସେଥିଲାଗି ରାଛିପୁରର ଏହି ପ୍ରସିଦ୍ଧ ଶନିଶ୍ଚର ପୀଠରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ପଛପଟେ ଥିବା ଆମ୍ବଗଛରେ ଜଳାଭିଷେକ କରିଛନ୍ତି । ଆଜି ଶ୍ରଦ୍ଧାଳୁମାନେ ଶନିଦେବଙ୍କ ଦର୍ଶନ କରିବା ସାଙ୍ଗକୁ ଠାକୁରଙ୍କ ନିକଟରେ ଭୋଗ ଲଗାଇଥାନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଏଥିପାଇଁ ଆଜି ସଖାଳୁ ଶ୍ରଦ୍ଧାଳୁମାନେ ହାତରେ ପସରା ଧରି ଲମ୍ବା ଧାଡିରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- RathaKhala Halchal: ତୁମ୍ବ ନିର୍ମାଣ ଶେଷ ପରେ ହେଲା ବିନ୍ଧ ଅନୁକୂଳ

ଜିଲ୍ଲାର ପୁରାଣ ପ୍ରସିଦ୍ଧ ରାଛିପୁରର ଶନି ମହୋତ୍ସବ ଆଜକୁ ୭୬ବର୍ଷ ହେବ ଚାଲିଛି । ଏଠାକାର ଶନିଦେବତା ବେଶ ପ୍ରତ୍ୟକ୍ଷ ବୋଲି ସାରା ରାଜ୍ୟରେ ଲୋକଙ୍କର ବିଶ୍ବାସ ରହିଛି । ଶ୍ରଦ୍ଧାଳୁମାନେ ଯେପରି ଶାନ୍ତିଶୃଙ୍ଖଳାରେ ଠାକୁର ଦର୍ଶନ କରିବେ ସେଥିଲାଗି ମେଳା କମିଟି ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି । ମେଳା ପରିସରରେ ଲମ୍ବା ବ୍ୟାରିକେଡଠାରୁ ଆରମ୍ଭ କରି ବିଜୁଳି ପଙ୍ଖା ଓ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି । ମହିଳା ଓ ପୁରୁଷ ମାନେ ଅଲଗା ଅଲଗା ଧାଡିରେ ରହି ଗ୍ରହରାଜ ଶନିଙ୍କର ଦର୍ଶନ କରୁଛନ୍ତି ।

ଦର୍ଶନ ପରେ ମେଳା ବୁଲି ଘରକରଣା ଜିନିଷ କିଣୁଛନ୍ତି ଶ୍ରଦ୍ଧାଳୁ । ପ୍ରଚଣ୍ଡ ଖରା ଓ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦ୍ରୁଷ୍ଟିରେ ରଖି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଜଳଛତ୍ର ଓ ସୂଚନା କେନ୍ଦ୍ର ମଧ୍ୟ ଖୋଲାଯାଇଛି । ପ୍ରବଳ ଖରାରେ ଲୋକଙ୍କ ଉପରେ ଜଳସିଞ୍ଚନ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଯାଜପୁର ରୋଡ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଜିଲ୍ଲାର ଅନ୍ୟକ ସ୍ଥାନରେ ଶନିଶ୍ଚରଙ୍କ ପୂଜା ହେଉଥିଲେ ହେଁ ରାଛିପୁରର ଶନିଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସ୍ୱତନ୍ତ୍ର ।

ଇଟିଭି ଭାରତ, ଯାଜପୁର

Last Updated : Apr 29, 2023, 8:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.