ETV Bharat / state

ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ, ଜଣେ ଅଟକ

author img

By

Published : Mar 15, 2021, 12:49 PM IST

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। ଚଢାଉ ବେଳେ ୨୦ ବସ୍ତା ନାଇଟ୍ରୋଜେନ ସାର ଓ ୧୨ କ୍ବିଣ୍ଟାଲରୁ ଉର୍ଦ୍ଧ୍ଵ ପରିମାଣର ପାୱାର ଜେଲ ମିଳିଛି। ଅଧିକ ପଢନ୍ତୁ...

ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ, ଜଣେ ଅଟକ
ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ, ଜଣେ ଅଟକ

ଯାଜପୁର: ଜିଲ୍ଲା ଜେନାପୁର ପୋଲିସକୁ ବଡ ସଫଳତା। ରବିବାର ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ଏହି ସାମଗ୍ରୀ ରଖି ବିକ୍ରି କରୁଥିବା ଖବର ପାଇ ପୋଲିସ ଆଜି ସକାଳେ ଚଢାଉ କରିଥିଲା।

ଚଢାଉ ବେଳେ ୨୦ ବସ୍ତା ନାଇଟ୍ରୋଜେନ ସାର ଓ ୧୨ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ପରିମାଣର ପାୱାର ଜେଲ ଜବତ କରିଛି। ଏଥିସହ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଖାଦାନରେ କଳାପଥର ଫଟାଇବା ଲାଗି ଏସବୁ ବିସ୍ଫୋରକ ଦ୍ରବ୍ୟର ବ୍ୟବହାର କରାଯାଇଥାଏ ।

ସୂଚନା ଯୋଗ୍ୟ ଯେ ମୁକୁନ୍ଦପୁର ଗ୍ରାମର ସୁଶାନ୍ତ କୁମାର ବେହେରା ନିଜ ଘର ନିକଟରେ ବେଆଇନ ଭାବେ ଏସବୁ ଦ୍ରବ୍ୟ ରଖି ବ୍ୟବସାୟ କରୁଥିଲେ । ପୋଲିସ ସୁଶାନ୍ତକୁ ଥାନାରେ ଅଟକ ରଖି ପଚରା ଉଚରା ସହିତ ଘଟଣା ସମ୍ପର୍କରେ ଅଧିକ ଖୋଳତାଡ ଜାରି ରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.