ଯାଜପୁର: ଜିଲ୍ଲା ଡ଼ିଆରଡିଏ ସମ୍ମିଳନୀ କକ୍ଷରେ ଗ୍ରାମୀଣ ଆବାସ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଡିପିଓ ଅଶୋକ ସେଠୀ ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୁଖ୍ୟମନ୍ତ୍ରୀ ଆବାସ ସମ୍ପର୍କରେ ସମୀକ୍ଷା କରିଥିଲେ ।
ପ୍ରତ୍ୟେକ ବ୍ଲକ ୱାରୀ ଏହି ସମୀକ୍ଷା କରାଯାଇଥିଲା । ଏଥିସହ ହିତାଧିକାରୀଙ୍କୁ ଠିକଣା ସମୟରେ ବିଲ ପୈଠ କରିବା ସହିତ ସେହି ସବୁ ତଥ୍ୟକୁ ୱେବସାଇଟରେ ଅପଲୋଡ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସମସ୍ତ 10ଟି ବ୍ଲକର ବିଡିଓ, ସହକାରୀ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ