ETV Bharat / state

'ହାତଗଣତି ଅଫିସରଙ୍କ କବଜାରେ ଓଡିଶା' - jajpur

ଓଡିଶାରେ ଆଉ ଶାସନ ନାହିଁ । ହାତ ଗଣତି ଅଫିସର ସରକାର ଚଳାଉଛନ୍ତି । ଫଳରେ ରାଜ୍ୟ ଦିନକୁ ଦିନ ପଛକୁ ଯାଉଛି ବୋଲି ଯାଜପୁର ଗସ୍ତରେ ଆସି ପିସିସି (ପ୍ରଦେଶ କଂଗ୍ରେସ କମିଟି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Mar 4, 2019, 7:30 PM IST

ଯାଜପୁର: ଓଡିଶାରେ ଆଉ ଶାସନ ନାହିଁ । ହାତ ଗଣତି ଅଫିସର ସରକାର ଚଳାଉଛନ୍ତି । ଫଳରେ ରାଜ୍ୟ ଦିନକୁ ଦିନ ପଛକୁ ଯାଉଛି ବୋଲି ଯାଜପୁର ଗସ୍ତରେ ଆସି ପିସିସି (ପ୍ରଦେଶ କଂଗ୍ରେସ କମିଟି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ରାଜ୍ୟ ଜିଡିପି ଖସିବାରେ ଲାଗିଛି । କ୍ଷମତାକୁ ଆସିବାବେଳେ ବିଜେଡି ଯେଉଁ ପ୍ରତିଶୃତି ଦେଇଥିଲା ତାହା ଆଜିବି ପୂରଣ ହୋଇନି । ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ବିଜେଡି 19 ବର୍ଷ ଧରି ଶାସନ କ୍ଷମତାରେ ରହିଆସିଛି ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି ।

ତେବେ ପିସିସି ସଭାପତିଙ୍କ ଯାଜପୁର ଗସ୍ତ ସମୟରେ ଜିଲ୍ଲା ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଜେନା କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ମିଶ୍ରଣ ସମୟରେ ପିସିସି ସଭାପତିଙ୍କ ସହ ଜିଲ୍ଲା ସଭାପତି ମନୋଜ ରାଉତ ଓ ଜିଲ୍ଲାର ବହୁ ବରିଷ୍ଠ ନେତା ତଥା କର୍ମୀ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:() ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିଂହ। ରାଜ୍ୟ ସରକାରଙ୍କ ଅସହଯୋଗ ଜୌଗୁ କେନ୍ଦ୍ରୀୟ ଯୋଜନ କାର୍ଯ୍ୟକାରୀ ହୋଇପାରି ନାହିଁ। 1.36 ଲକ୍ଷ କୋଟି ଟଙ୍କା ପଡିରହିଛି। କାର୍ଯ୍ୟକାରୀ ପାଇଁ ଓଡିଶା ସରକାର ପ୍ରତିବନ୍ଧକ ସାଜିଛନ୍ତି। କୋଷ୍ଟାଲ ହାଇୱେ, ଆୟୁଷମାନ, ଯୋଜନା, ଉଡାଣ ଯୋଜନା, ଉଜ୍ଜଳା, ପାରାଦୀପ ରିଫାଇନାରୀ ସମ୍ପ୍ରସାରଣ, ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ।
ଡବଲ ଇଞ୍ଜିନ ସରକାର ଆସିଲେ ରାଜ୍ୟର ଦ୍ରୁତ ବିକାଶ ହେବ। କେନ୍ଦ୍ରରେ ବିଜେପି ଓଡ଼ିଶାରେ ବିଜେପି ଆସିଲେ ଓଡ଼ିଶାର ବିକାଶ ହେବ। ଝାଡ଼ଖଣ୍ଡ ଉଦାହରଣ ଦେଇ ସେ କହିଲେ ଗ୍ୟାସ ଦେଉଛି କେନ୍ଦ୍ର, ଚୁଲା ଦେଉଛି ରାଜ୍ୟ।
ଭୁବନେଶ୍ୱର ବିମାନ ବନ୍ଦରର ଦ୍ରୁତ ଅଭିବୃଦ୍ଧି ଘଟୁଛି। ବାର୍ଷିକ ଅଭିବୃଦ୍ଧି ହାର 40 ପ୍ରତିଶତ। ଅଢେଇ ବର୍ଷ ମଧ୍ୟରେ ଟର୍ମିନାଲ 3 ର କାର୍ଯ୍ୟ ସମାପ୍ତ ହେବ। ସେଥିପାଇଁ 935 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ବର୍ତ୍ତମାନ କ୍ଷମତା 30 ଲକ୍ଷ ରହିଥିବା ବେଳେ ଟି3 କାର୍ଯ୍ୟକ୍ଷମ ହେଲେ 90 ଲକ୍ଷ ହେବ। ବିମାନ ବନ୍ଦର ପାର୍କିଂ ସମସ୍ୟାର ସମାଧାନ ହେବ।ଘରୋଇ ଗାଡିକୁ ଫି ଦେବାକୁ ପଡିବ ନାହିଁ। କେବଳ କମାରସିଆଲ ଯାନ ପାଇଁ ଯଦି କେବଳ ଯାତ୍ରୀଙ୍କୁ ଆଣିବା ପାଇଁ ଯିବେ ତେବେ ତାଙ୍କ ଦେବାକୁ ପଡିବ ନାହିଁ। ରହିଲେ ଫି ଦେବାକୁ ପଡିବ।
ଖୁବଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ବିମାନ ସେବା। ଜେଟ ଆରମ୍ଭ କରିବା ସେବା। ଝାରସୁଗୁଡା ରୁ କୋଲକାତା, ଦିଲ୍ଲୀ, ବମ୍ବେ, ହାଇଦ୍ରାବାଦ ସହରକୁ ବିମାନ ସେବା ଚାଲିବ। ରାଉରକେଲା, ଜୟପୁର ବିମାନ ବନ୍ଦର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ପାରାଦୀପ ପାଇଁ ଅନୁଧ୍ୟାନ ଚାଲିଛି। ଦ୍ଵିତୀୟ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ ହୋଇଛି। ସରକାର ଜମି ହସ୍ତାନ୍ତର କରି ନାହାନ୍ତି। କଲେ କାର୍ଯ୍ୟ ଆରମ୍ଭ ହେବ।

Body:ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.