ETV Bharat / state

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: ଯାଜପୁର ବିଜେପି ପ୍ରାର୍ଥୀ ଗୌତମ ରାୟ - programme

ନିର୍ବାଚନରେ ବିଜୟୀ ହେଲେ କ’ଣ ରହିବ ପ୍ରାଥମିକତା? କେଉଁସବୁ ଦିଗ ଉପରେ ଦେବେ ଗୁରୁତ୍ବ ? ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଜବାବ ରଖିଛନ୍ତି ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଲୋକସଭା ପ୍ରାର୍ଥୀ ଗୌତମ ରାୟ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Apr 10, 2019, 12:58 PM IST

ଯାଜପୁର: ରାଜ୍ୟ ବିଧାନସଭାର 52 ନମ୍ବର ନିର୍ବାଚନ ମଣ୍ଡଳୀ ଯାଜପୁର। ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ବାଚନ ମଣ୍ଡଳୀ। ଚଳିତ ନିର୍ବାଚନରେ ବିଜେପିରୁ ଏହି ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଗୌତମ ରାୟ । ଏଥର ଜନତା ତାଙ୍କ ସପକ୍ଷରେ ଥିବା ଦାବି କରିଛନ୍ତି ଗୌତମ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତାଙ୍କ କହିବା କଥା ହେଲା, ଜିଲ୍ଲାରେ ହୋଇଥିବା ଡାଲି,ବାଲି ଓ ଖଣି ଦୁର୍ନିତିରେ ଶାସକ ଦଳର ବିଧାୟକଙ୍କ ସମ୍ପୃକ୍ତି ରହିଛି । ସରକାରଙ୍କ ହଜାର ହଜାର ଟଙ୍କାର ରାଜସ୍ବ ଏମାନେ କ୍ଷତି କରିଥିବା ସେ ଅଭିଯୋଗ କରିଛନ୍ତି । ଯାଜପୁରରେ ସ୍କୁଲ ଅଛି ଶିକ୍ଷକ ନାହାନ୍ତି । ଡାକ୍ତରଖାନା ଅଛି, ଡାକ୍ତର ନାହାଁନ୍ତି । 14ଟି କାଳକରଖାନା ଅଛି, ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନି । ରାଜ୍ୟରେ 19ବର୍ଷ ହେଲା ବିଜେଡି ସରକାରରେ ଥିଲେବି ଯାଜପୁରରେ କୌଣସି ବିକାଶ ହୋଇ ନାହିଁ । ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ସରକାରୀ ଅଫିସରଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ରାଜନେତାମାନେ ସରକାରୀ ଯୋଜନାକୁ ହରିଲୁଟ କରିଥିବା ସେ କହିଛନ୍ତି । ଯେଉଁଥିପାଇଁ ଜନତା ଏଥର ବିଜେଡି ନୁହେଁ ବିଜେପିକୁ ଭୋଟ ଦେବେ ବୋଲି କହିଛନ୍ତି ଗୌତମ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଇଟିଭିର ନେତାଙ୍କୁ 5 ପ୍ରଶ୍ନ କାର୍ଯ୍ୟକ୍ରମ ରେ ଆମେ ଭେଟି ଥିଲୁ ଯାଜପୁର ଜିଲ୍ଲା ସଭାପତି ଯଥା ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଧାନସଭା ପ୍ରାର୍ଥୀ ଗୌତମ ରାୟଙ୍କୁ । ଆମ ପ୍ରଶ୍ନର ଉତ୍ତର ଯାଜପୁର ଜିଲ୍ଲାରେ ଆମେ 7 ବିଧାନସଭା ଆଉ ଲୋକସଭା ସିଟ ଜିତିବୁ ବୋଲି ଦାବୀ କରିଛନ୍ତି ଜିଲ୍ଲା ବିଜେପି ସଭାପତି ତଥା ଯାଜପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାନସଭା ପ୍ରାର୍ଥୀ ଗୌତମ ରାୟ। ତେବେ ଜିଲ୍ଲାରେ 7ଟା ନିର୍ବାଚନ ମଣ୍ଡଳୀରେ ଯଉଁ ବିଜେଡି ବିଧାୟକ ଅଛନ୍ତି ଡାଲି,ବାଲି,ଖଣି ଆଉ ପାହାଡ଼ ଲୁଟରେରେ ସମ୍ପୃକ୍ତି ଅଛି । ଆଉ ସରକାରଙ୍କ ହଜାର ହଜାର ଟଙ୍କାର ରାଜସ୍ବ କ୍ଷତି କରିଛନ୍ତି। ଯାଜପୁର ଜିଲ୍ଲାରେ ସ୍କୁଲ ଅଛି ଶିକ୍ଷକ ନାହାନ୍ତି , ଡାକ୍ତର ଖାନା ଅଛି ଡାକ୍ତର ନାହାନ୍ତି, 14ଟି କାଳକରଖାନା ଅଛି ଆମ ସ୍ଥାନୀୟ ପିଲାଙ୍କର ନିଯୁକ୍ତି ନାହିଁ । ରାଜ୍ୟରେ 19ବର୍ଷ ହେଲା ବିଜେଡି ସରକାରରେ ଥିଲେବି ଯାଜପୁରରେ କୌଣସି ବିକାଶ ହୋଇ ନାହିଁ । ଜିଲ୍ଲାରେ ଆଇନ ଶୃଙ୍ଖଳା ବିପଯ୍ୟାସ୍ତ ସରକାରୀ ଅଫିସରଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ରାଜନେତା ମାନେ ସରକାରୀ ଯୋଜନାକୁ ହରିଲୁଟ କରିବାରେ ବ୍ୟସ୍ତ। ଏଠି ସାଧାରଣ ଗରିବ ଲୋକ ନ୍ୟାୟ ପାଇବା କଷ୍ଟ । ତେଣୁ ଆମ ରାଜ୍ୟରେ ନରେନ୍ଦ୍ର ମୋଦୀ ସରକାର ଭଳି ସ୍ଥିର ଯଥା ସ୍ୱଚ୍ଛ ସରକାର ଆବଶ୍ୟକ। କ୍ଷମତାରେ ଯିଏ ଥାନ୍ତି ପ୍ରଭାବ ଦେଖାନ୍ତି କିନ୍ତୁ ଆମ ଐହିତିହ୍ୟ, ପରମ୍ପରା, ସଂସ୍କୃତି, ବୁନିଆଦି ଆଉ ଆମ ଗଣତନ୍ତ୍ରର ବ୍ୟବସ୍ଥା ପ୍ରଭାବରେ ବିଶ୍ୱାସ କରେନି। ବିଶ୍ୱାସ ରଖେ କିଏ କେବେ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେଇଛି।

Body:bite-ଗୌତମ ରାୟ , ଜିଲ୍ଲା ବିଜେପି ସଭାପତି ଯଥା ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.