ETV Bharat / state

ପୁଣି ଟ୍ରେନ ଅଘଟଣ, ମାଲବାହୀ ଟ୍ରେନରୁ ଅଲଗା ହେଇଗଲା ଇଞ୍ଜିନ

ୱାଗନ ଛାଡି ପଳାଇଲା ଟ୍ରେନ । ହରିଦାସପୁର-ପାରାଦ୍ୱୀପ ରେଳପଥରେ ଏକ ମାଲବାହୀ ଟ୍ରେନରୁ ଇଞ୍ଜିନ ଅଲଗା ହୋଇଯାଇଥିବା ଖବର ମିଳିଛି । ଅଧିକ ପଢନ୍ତୁ

ମାଲବାହୀ ଟ୍ରେନରୁ ଅଲଗା ହେଲା ଇଞ୍ଜିନ
wagons detached from engine
author img

By

Published : Jul 27, 2023, 11:16 AM IST

wagons detached from engine

ଯାଜପୁର: ପୁଣି ଟ୍ରେନ ଅଘଟଣ । ହଠାତ ବଗିରୁ ଅଲଗା ହେଲା ଇଞ୍ଜିନ । ଯାଜପୁର ଜିଲ୍ଲା ହରିଦାସପୁର-ପାରାଦ୍ୱୀପ ରେଳପଥରେ ମାଲବାହୀ ଟ୍ରେନରୁ ହଠାତ ଇଞ୍ଜିନ ଅଲଗା ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ୱାଗନରୁ ହଠାତ ଅଲଗା ହୋଇଗଲା ଇଞ୍ଜିନ।

ଆଜି ସକାଳୁ ହରିଦାସପୁର ଅଭିମୁଖେ ଯାଉଥିବା ସମୟରେ 24038/24043 ଇଞ୍ଜିନ୍ ବିଶିଷ୍ଟ ମାଲବାହୀ ଟ୍ରେନରୁ ପତରାଜପୁର ନିକଟରେ ହଠାତ୍ ଅଲଗା ହୋଇ କିଛି ବାଟ ଆଗକୁ ଚାଲି ଯାଇଥିଲା ଇଞ୍ଜିନ୍ । ରେଳ କର୍ତ୍ତୃପକ୍ଷ ତ୍ରୁଟି ସମ୍ପର୍କରେ ଜାଣିବାକୁ ପାଇଥିଲେ । କିଛି ସମୟ ପରେ ରେଳବାଇ କର୍ତ୍ତୃପକ୍ଷ ଇଞ୍ଜିନକୁ ଲଗାଇବାରୁ ମାଲବାହୀ ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିବା ସୂଚନା ମିଳିଛି । ୱାଗନରୁ ଇଞ୍ଜିନ ଅଲଗା ହେବା ସମୟରେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ରେଳବାଇ କର୍ତ୍ତୃପକ୍ଷ ଏଥିପ୍ରତି ସଜାଗ ହେବାର ଆଵଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ଗତ 22 ତାରିଖରେ ବାଲେଶ୍ବର ସୋର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ 10ଟି ୱାଗନକୁ ଛାଡି ପଳାଇଥିଲା ରେଳ ଇଞ୍ଜିନ ।

ପ୍ରକାଶଥାଉ କି, ଗତ ଜୁଲାଇ 16 ତାରିଖରେ ହରିଦାସପୁର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଥିଲା । ଟ୍ରାକରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନ୍‌ର ଗୋଟିଏ ୱାଗନ୍‌ରୁ ହଠାତ ଧୂଆଁ ବାହାରିଥିଲା । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଚଣ୍ଡିଖୋଲ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଏହା ବି ପଢନ୍ତୁ...ପୁଣି ବାଲେଶ୍ୱରରେ ଟ୍ରେନ ଅଘଟଣ, ୱାଗନ ଛାଡି ପଳାଇଲା ଇଞ୍ଜିନ

ଏହା ବି ପଢନ୍ତୁ...Major train Accident Averted: ବାଲେଶ୍ବରରେ ଟଳିଲା ବଡ଼ ବିପଦ, ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ

ଏହା ବି ପଢନ୍ତୁ...ହରିଦାସପୁର ଷ୍ଟେସନ ନିକଟରେ ଅଘଟଣ, କୋଇଲା ବୋଝେଇ ଟ୍ରେନରେ ନିଆଁ !

ବାଲେଶ୍ବର ଜିଲ୍ଲା ବାହନଗା ଟ୍ରେନ ଟ୍ରାଜେଡି ପରେ ଗୋଟିଏ ପରେ ଗୋଟିଏ ଛୋଟମୋଟ ଟ୍ରେନ ଦୁର୍ଘଟଣା ସାମ୍ନାକୁ ଆସୁଛି । କେଉଁଠି ଇଞ୍ଜିନରୁ ବଗି ଅଗଲା ହେଲାଣି ତ କେଉଁଠି ବଗିରେ ନିଆଁ ଲାଗିଲାଣି । ଯଦିଓ ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ମାତ୍ର ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜୁନ 2 ତାରିଖରେ ବାଲେଶ୍ବର ବାହନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଥିଲା । 3ଟି ଟ୍ରେନ ମଧ୍ୟରେ ଧକ୍କା ହେବା ଫଳରେ 295 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.