ଯାଜପୁର: ଘରେ ପଶି ଦୁର୍ବୃତ୍ତଙ୍କ ଲୁଟ ଅଭିଯୋଗ । ଘରର ଆଲମିରା ଓ ଲକର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମ ପଞ୍ଚାୟତର ସୁନ୍ଦରପୁର ଗାଁରେ ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ 3 ଟାରେ ଗାଁର ସୁରେନ୍ଦ୍ର ସ୍ବାଇଁଙ୍କ ଝରକା ଭାଙ୍ଗି 5ରୁ ଅଧିକ ଦୁର୍ବୃତ୍ତ ଘରେ ପଶିଥିଲେ । ସୁରେନ୍ଦ୍ରଙ୍କ ପତ୍ନୀ ରେବତୀ ବିରୋଧ କରିବାରୁ ତାଙ୍କୁ ମାଡ ମାରିବା ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିଥିଲେ ।
ପରେ 4ଟା ଘରର ଆଲମିରା ଓ ଲକର ଭାଙ୍ଗି 4ଟି ସୁନା ଚେନ ସହ ଅନ୍ୟ ସୁନା ଗହଣା ଓ ଟଙ୍କା ଲୁଟ କରିନେଇଥିବା କୋହଭରା ସ୍ବରରେ ରେବତୀ କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ