ETV Bharat / state

ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ମନା - ସଦର ତହସିଲଦାର

ସଦର ତହସିଲଦାରଙ୍କ ଦେହରେ କୋରୋନା ଭୂତାଣୁ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଠାରୁ ଜାରି ହୋଇଛି ସ୍ବତନ୍ତ୍ର କଟକଣା । ସାଧାରଣ ଲୋକଙ୍କୁ ଅଫିସ୍ ନ ଆସି ଫୋନ, ଇ-ମେଲ କିମ୍ବା ହ୍ବାଟସଆପରେ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ଜୁଲାଇ 8 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯିବା ଉପରେ ଜାରିହୋଇଛି କଟକଣା । ଅଧିକ ପଢନ୍ତୁ..

ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସକୁ ଯିବାକୁ ମନା

author img

By

Published : Jun 30, 2020, 10:21 PM IST

ଯାଜପୁର: ଜିଲ୍ଲାରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସକୁ ଯିବାକୁ ମନା । ଯାଜପୁର ସଦର ମହକୁମାର ତହସିଲଦାର କୋରୋନା ପଜିଟିଭ ରୂପେ ଚିହ୍ନଟ ହେବା ପରେ ଗତକାଲି ଠାରୁ ଆସନ୍ତା ଜୁଲାଇ ୮ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସରେ ଲାଗୁ ହୋଇଛି ଏପରି କଟକଣା । ପ୍ରାୟ ସବୁ ଅଫିସରେ ଫାଟକରେ ତାଲା ପଡିଥିବା ବେଳେ କର୍ମଚାରୀଙ୍କ ଦ୍ବାରା ଭିତରେ ଚାଲିଛି ଅଫିସ୍ କାମ । ତେବେ କୌଣସି ଜରୁରୀ କାର୍ଯ୍ୟ ଥିଲେ ସମ୍ପୃକ୍ତ ବ୍ୟକ୍ତି ବିଭାଗୀୟ ଅଧିକାରୀଙ୍କ ସହ ଫୋନ, ଇମେଲ୍ କିମ୍ବା ହ୍ବାଟସଆପ ଯୋଗେ ସମ୍ପର୍କ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ମାତ୍ର କେତେକ ଅଫିସରେ ଆଜି ଭୁଲ କ୍ରମେ ବିଭିନ୍ନ କାମରେ ସରକାରୀ ଅଫିସକୁ ଆସିଥିବା ଲୋକେ ହଇରାଣ ହୋଇଥିବା ଲକ୍ଷ୍ୟ କରାଯାଇଛି ।

ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସକୁ ଯିବାକୁ ମନା

ଯାଜପୁର ସଦର ତହସିଲଦାରଙ୍କ ଦେହରେ କୋରୋନା ଭୂତାଣୁ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଠାରୁ ଜାରି ହୋଇଛି ସ୍ବତନ୍ତ୍ର କଟକଣା । ସାଧାରଣ ଲୋକଙ୍କୁ ଅଫିସ୍ ନ ଆସି ଫୋନ, ଇ-ମେଲ କିମ୍ବା ହ୍ବାଟସଆପରେ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ଜୁଲାଇ 8 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯିବା ଉପରେ ଜାରିହୋଇଛି କଟକଣା । ବିନା କାରଣରେ ଜନସାଧାରଣଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି । ଫାଟକ ଆଗରେ ଏ ନେଇ ନୋଟିସ୍ ଲଗାଯାଇଥିଲେ ମଧ୍ୟ କିଛି ଲୋକଙ୍କୁ ଏବେ ବି କଟକଣା ସମ୍ପର୍କରେ ଜଣାନାହିଁ । ତେବେ ଅନେକ ଗରିବ ଖଟିଖିଆ ସାଧାରଣ ଲୋକ ଏ ସମ୍ପର୍କରେ ସଚେତନ ନଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ସେପଟେ ଲଗାତର ଭାବେ ଗତ ତିନିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବେଗରେ ବଢିଚାଲିଛି । ସାଧାରଣ ଲୋକଙ୍କ ଠାରୁ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମଧ୍ୟ କୋରୋନା ଦ୍ବାରା ସଂକ୍ରମଣର ଶୀକାର ହେଉଛନ୍ତି । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ତେବେ ସାଧାରଣ ଲୋକଙ୍କ କାର୍ଯ୍ୟ ସୁବିଧା ପାଇଁ ପ୍ରତି ସରକାରୀ ଅଫିସରେ ସ୍ବତନ୍ତ୍ର କର୍ମଚାରୀ ନିୟୋଜିତ କରିବାକୁ ବୁଦ୍ଧିଜିବୀ ମାନେ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ସରକାରୀ ଅଫିସ୍ ଗୁଡିକରେ ଏଭଳି କଟକଣା ଜାରି ହୋଇଥିଲେ ହେଁ ଅଫିସ୍ କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ଚାଲିଛି ବୋଲି ଅଧିକାରୀ ମାନେ ମତଦେଇଛନ୍ତି । ସାଧାରଣ ଲୋକେ ମଧ୍ୟ ଇଣ୍ଟରନେଟ୍ କିମ୍ବା ଫୋନ୍ ମାଧ୍ୟମରେ ନିଜର କାର୍ଯ୍ୟ ହାସଲ କରିପାରିବେ ବୋଲି ଅଧିକାରୀ ମାନେ ମତ ଦେଇଛନ୍ତି । ଅଧିକାଂଶ କାମ ଅନଲାଇନ୍ ଜରିଆରେ ସମ୍ପାଦିତ ହୋଇପାରିବ ବୋଲି କହିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ।

ସେପଟେ ଜିଲ୍ଲାରେ ଆଜି 28ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନ ଦିନ ମଧ୍ୟରେ 109 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ 513 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ତେବେ ଏହାକୁ ନିୟନ୍ତ୍ରଣ କରିବା ହିଁ ପ୍ରଶାସନ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ୍ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.