ETV Bharat / state

ପ୍ରଣବଙ୍କୁ ‘ଡଙ୍କାରୀ’ ଡର ! - Big fight

ଅଧୁରା ସ୍ବପ୍ନ ପୂରଣ ବନାମ ଦୁର୍ନୀତି ମୁଦ୍ଦା । ଚଳିତଥର ନିର୍ବାଚନୀ ବୈତରଣୀ ପାରି ହେବା ପ୍ରଣବଙ୍କ ପାଇଁ ସହଜ ହୋଇନପାରେ । କାରଣ ବିରୋଧୀଙ୍କ ପାଖରେ ଅଛି ଡଙ୍କାରୀ ଓ ଡି-ଲିଙ୍କ ମୁଦ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Apr 24, 2019, 2:25 PM IST

ଯାଜପୁର: ଧର୍ମଶାଳା । କଳା, ସାହିତ୍ୟ ଓ ସଂସ୍କୃତିରେ ବହୁ ଆଗରେ ଥିବା ଏକ ନିର୍ବାଚନ ମଣ୍ଡଳୀ । ଧର୍ମଶାଳା ବ୍ଲକର ୪୪ ଏବଂ ରସୁଲପୁର ବ୍ଲକର ୯ଟି ପଞ୍ଚାୟତକୁ ନେଇ ଗଠିତ ଆସନ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି ଆଦି କ୍ଷେତ୍ରରେ ବେଶ୍ ଆଗୁଆ ଧର୍ମଶାଳା । ଗତ ୨ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଅଣ କଂଗ୍ରେସ ଗଡ ଭାବେ ପରିଚିତ ଏହି ଆସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଧର୍ମଶାଳା ବିଧାନସଭା କ୍ଷେତ୍ରର ରହିଛି ଏକ ସ୍ବତନ୍ତ୍ର ପରିଚୟ । ଏହି ନିର୍ବାଚନ ମଣ୍ଡଳୀ ହେଉଛି ବରିଷ୍ଠ ନେତା ସ୍ବର୍ଗତ କଳ୍ପତରୁ ଦାସଙ୍କ କର୍ମକ୍ଷେତ୍ର । ୧୯୯୫ ମସିହାରୁ ଏହି ଆସନରୁ ଲଗାତାର ଭାବେ ୪ଥର ବିଧାୟକ ହୋଇଥିଲେ ସ୍ବର୍ଗତଃ କଳ୍ପତରୁ ଦାସ । ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ୨୦୧୪ ମସିହାରେ ନିଜ ପୁତ୍ର ପ୍ରଣବ କୁମାର ବଳବନ୍ତରାୟଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିଲେ।

ଏହି ନିର୍ବାଚନରେ ପ୍ରଣବ କୁମାର ବଳବନ୍ତରାୟ ୮୫ ହଜାରରୁ ଊର୍ଦ୍ଧ୍ବ ଭୋଟରେ କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ରଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀନାଥ ୨୩ହଜାର ୪୫୫ ଭୋଟ୍ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା ପାଇଥିଲେ ୧୯ ହଜାର ୯୪୦ ଭୋଟ୍ । ଚଳିତ ଥର ଏହି ନିର୍ବାଚନ ମଣ୍ଡଳୀରେ ମୋଟ୍ 2ଲକ୍ଷ 19ହଜାର 746 ଭୋଟର ଥିବାବେଳେ ତନ୍ମଧ୍ୟରେ 1ଲକ୍ଷ 14ହଜାର 526ଜଣ ପୁରୁଷ, 1ଲକ୍ଷ 5ହଜାର 215ମହିଳା ଓ 5 ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି ।

ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ପ୍ରଣବଙ୍କ ଉପରେ ଭରସା କରଛି । ଧର୍ମଶାଳାକୁ ବିକାଶର ପ୍ରୟୋଗଶାଳା କହୁଥିବା ପ୍ରଣବ ଜୋରସୋରରେ ଚଲାଇଛନ୍ତି ନିର୍ବାଚନୀ ପ୍ରଚାର । ଏପଟେ କିନ୍ତୁ ଗତ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହୋଇଥିବା ପ୍ରଣବଙ୍କୁ ଏଥର କଡା ମୁକାବିଲାର ସାମ୍ନା କରିବାକୁ ପଡିବ । କାହିଁକି ନା ପ୍ରଥମ କରି ବାପାଙ୍କ ଅନୁପସ୍ଥିତିରେ ନିର୍ବାଚନ ଲଢିବେ ପ୍ରଣବ । ଅନ୍ୟପଟେ ବିରୋଧୀଙ୍କୁ ମିଳିଛି ଡଙ୍କାରୀ ମୁଦ୍ଦା । ଡଙ୍କାରୀ ପାହାଡ ମହାଲୁଟ ସହ ଡି-ଲିଙ୍କ ଓ ଚିଟ-ଫଣ୍ଡ କେଳେଙ୍କାରୀକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ ।

ପ୍ରଣବଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରମେଶ ଚନ୍ଦ୍ର ପରିଡା ଓରଫ୍ ତୁଷାର ପରିଡା । ତୁଷାର ଗତଥର ମଧ୍ୟ ବିଜେପିରୁ ପ୍ରାର୍ଥୀ ହୋଇ ପାଖାପାଖି 20ହଜାର ଭୋଟ ପାଇଥିଲେ । ମୋଦିଙ୍କ ହାୱା ସପକ୍ଷରେ ଜନମତ ସଂଗ୍ରହ କରି ତୁଷାର ଏଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ଡି ଲିଙ୍କ ଓ ଚିଟ୍ ଫଣ୍ଡ କେଳେଙ୍କାରୀ ଓ ଡଙ୍କାରୀ ପାହାଡ ଲୁଟ ଇତ୍ୟାଦିକୁ ସେ ନିର୍ବାଚନୀ ମୁଦ୍ଦା କରିଛନ୍ତି ।

ଏହି ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଲକ କୃଷି କ୍ଷେତ୍ରରେ ରାଜ୍ୟରେ ସୁନାମ ଆଣିଥିବାବେଳେ ଶୀତଳ ଭଣ୍ଡାରଟିଏ ନଥିବାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି । ଜାରକାର ଗଳିପୋଲ ସମସ୍ୟା ଏଠାରେ ଆଉ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଦୈନିକ ପ୍ରାୟ ହଜାର ହଜାର ଲୋକ ଓ ଯାନବାହାନ ଯାତାୟତ ସମୟରେ ଗଳିପୋଲର ଟ୍ରାଫିକ ସମସ୍ୟା ବଢି ଚାଲିଛି । ଚାଷୀଙ୍କ ପାଇଁ ବିକ୍ରୟ ସୁବିଧା କେନ୍ଦ୍ର ନଥିବାରୁ ଦୈନନ୍ଦିନ ଜାତୀୟ ରାଜପଥରେ ଚାଲିଛି ପରିବା ମାର୍କେଟ୍ । ଦୀର୍ଘବର୍ଷ ହେବ ଏଠାରେ ଏକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ଏଥିପ୍ରତି କାହାରି ଦୃଷ୍ଟି ନାହିଁ । ତେବେ ଧର୍ମଶାଳାର ଏସବୁ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ପହି ।

2014ର ପ୍ରାର୍ଥୀଙ୍କୁ ରିପିଟ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ଜଣେ ମହିଳା ନେତ୍ରୀଙ୍କୁ ସୁଯୋଗ ଦେଇଛି କଂଗ୍ରେସ । ତେବେ ଏଥର ଫୋକସରେ ରହିଛନ୍ତି ଲଗାତାର 2 ଥର ହେଲା ପଦ୍ମ ଟିକେଟରେ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.