ETV Bharat / state

ଏନ୍‌ଏଚରେ ଓଲଟି ପଡିଲା ଗ୍ୟାସ ଭର୍ତ୍ତି ଟ୍ୟାଙ୍କର

author img

By

Published : Jan 11, 2020, 12:52 PM IST

Updated : Jan 11, 2020, 4:18 PM IST

ଚଣ୍ଡିଖୋଲରେ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର ଓଲଟି ରାସ୍ତା ଅବରୋଧ। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରାଯାଇ ଥଣ୍ଡା କରାଯାଉଛି। ବାଲେଶ୍ବରରୁ ସ୍ବତନ୍ତ୍ର ଟିମ ଆସି ପରୀକ୍ଷା କରିବା ପରେ ହିଁ ଟ୍ୟାଙ୍କର ହଟାଯିବ।

gas-tankar-accident-in-jajpur-national-highway-59-blocked
ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ଯାଜପୁର: ଗ୍ୟାସ ଭର୍ତ୍ତି ଟ୍ୟାଙ୍କର ଓଲଟି ରାସ୍ତା ଅବରୋଧ । ଏକ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର ଆଜି ଭୋରରୁ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଓଲଟି ପଡିଛି। ଖବରପାଇ ତୁରନ୍ତ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରାଯାଇ ଥଣ୍ଡା କରାଯାଉଛି ।

ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଢିଅକରନ୍ଦା ଛକ ଠାରେ ପ୍ରାୟ ଭୋର ୪.30 ସମୟରେ କଟକ ଆଡୁ ଚଣ୍ଡିଖୋଲ ପଟକୁ ଆସୁଥିବା ଏକ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଓଲଟି ପଡିଥିଲା । ଫଳରେ ରାସ୍ତାରେ ଅନ୍ୟ ଯାନବାହାନ ଯିବା ସମ୍ଭବ ହୋଇନଥିଲା। ଖବର ପାଇ ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଓ ବଡଚଣା ପୋଲିସ ପହଞ୍ଚି ବିପରୀତ ରାସ୍ତାରେ ସମସ୍ତ ଯାନବାହାନ ଚଳାଚଳ ସ୍ବାଭାବିକ କରିଛନ୍ତି ।

ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟି ରାସ୍ତା ଅବରୋଧ

ଅନ୍ୟ ପକ୍ଷରେ କଟକ ଓ ଯାଜପୁର ଜିଲ୍ଲାର ଦୁଇଟି ଦମକଳ ଦଳ ପହଞ୍ଚି କୌଣସି ପ୍ରକାର ପରିସ୍ଥିତି ମୁକାବିଲା ପାଇଁ ସଜାଗ ରହିଛନ୍ତି । ବାଲେଶ୍ବରରୁ ଏକ୍ସପର୍ଟ ଟିମ୍ ଆସି ପରୀକ୍ଷା ନିରୀକ୍ଷା କରିବା ପରେ ହିଁ ଟ୍ୟାଙ୍କରକୁ ରାସ୍ତାରୁ ହଟାଯିବ ବୋଲି ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Intro:Slug-ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟି ରାସ୍ତା ଅବରୋଧ
Anchor-ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ଆଜି ଭୋରରୁ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଓଲଟି ପଡିଛି।ଖବରପାଇ ତୁରନ୍ତ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରାଯାଇ କୁଲୀଙ୍ଗ କରାଯାଉଛି ।ଘଟଣାରୁ ପ୍ରକାଶ ଯେ ଆଜି ପ୍ରାୟ ଭୋର ଶାଢେ ୪ ଟା ସମୟରେ କଟକ ଆଡୁ ଚଣ୍ଡିଖୋଲ ପଟକୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ବଡଚଣା ଥାନା ଅନ୍ତର୍ଗତ ଢିଅକରନ୍ଦା ଛକଠାରେ ରାସ୍ତା ମଝିରେ ଓଲଟି ପଡିଥିଲା । ଫଳରେ ରାସ୍ତାରେ ଅନ୍ୟ ଯାନବାହାନ ଯିବା ସମ୍ଭବ ପର ହୋଇ ନଥିଲା।ଖବର ପାଇ ଘଟଣା ସ୍ଥାଳରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଓ ବଡଚଣା ପୋଲିସ ପହଞ୍ଚି ବିପରୀତ ରାସ୍ତାରେ ସମସ୍ତ ଯାନବାହାନ ଚଳାଚଳ ସ୍ବାଭାବିକ କରାଇଥିଲେ।ଅନ୍ୟ ପକ୍ଷରେ କଟକ ଓ ଯାଜପୁର ଜିଲ୍ଲାର ଦୁଇ ଦୁଇଟି ନିଆଁ ଲିଭାଳି ଦଳ ପହଞ୍ଚି କୌଣସି ପ୍ରକାର ପରିସ୍ଥିତି ମୁକାବିଲା ପାଇଁ ସଜାଗ ରହିଛନ୍ତି ଓ ବାଲେଶ୍ବର ରୁ ଏକ୍ସପଟ ଟିମ୍ ଆସି ପରିକ୍ଷା ନିରୀକ୍ଷା କରିବା ପରେ ହିଁ ଟ୍ୟାଙ୍କର ଟିକୁ ରାସ୍ତାରୁ ହଟାଯିବ ବୋଲି ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।Body:NewsConclusion:
Last Updated : Jan 11, 2020, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.