ETV Bharat / state

ସଂଗ୍ରାମୀଙ୍କ ପାଇଁ ରାଷ୍ଟ୍ରପତି ଭବନରୁ ଡାକରା

author img

By

Published : Aug 3, 2019, 6:55 PM IST

Updated : Aug 6, 2019, 12:09 PM IST

ଯାଜପୁରକୁ ଆସିଛି ରାଷ୍ଟ୍ରପତି ଭବନରୁ ଚିଠି । ସେ ଡାକରା ପୁଣି ଜଣେ 96 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀଙ୍କ ପାଖକୁ । ସେ ହେଉଛନ୍ତି ଓଡିଆ ମାଟିର ବୀର ପୁଅ । ଯାଜପୁର ବାଲିପଡ଼ିଆର ନୀଳମଣି ସାମଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର: ବୟସ ୯୬ ଛୁଇଁଲାଣି । ତଥାପି ସେ ଚଳଚଞ୍ଚଳ । ଦେଶ ମାତୃକାର ସେବା କରିବା ପାଇଁ ଏବେ ବି ତାଙ୍କ ମନରେ ଭରି ରହିଛି ଅଦ୍ୟମ ସାହାସ । ପରିଣତ ବୟସରେ ନିଜର ଦୈନନ୍ଦିନ କାର୍ଯ୍ୟ କରିବା ସହିତ ଅନ୍ୟମାନଙ୍କ ସୁଖଦୁଃଖ କଥା ମଧ୍ୟ ବୁଝନ୍ତି । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ । ମାତ୍ର ୧୬ବର୍ଷ ବୟସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନରେ ଡ଼ାକରାରେ ସାମିଲ ହୋଇଥିଲେ ।

ତେବେ ତତ୍କାଳୀନ ସ୍ବାଧୀନତା ସଂଗ୍ରାମୀ କୃଷ୍ଣମୋହନ ରାଉତରାୟ ଏବଂ ବଡଚଣାର ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ନୀଳମଣି । ଏଥିପାଇଁ ତାଙ୍କୁ 3ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା । ଏହି ମହାନ ବ୍ୟକ୍ତିଙ୍କୁ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମ୍ମାନିତ କରିବାକୁ ରାଷ୍ଟ୍ରପତି ଭବନରୁ ଆସିଛି ଡାକରା । ଏନେଇ ବାଲିପଡ଼ିଆ ଗ୍ରାମବାସୀ ନିଜକୁ ଗର୍ବ ଅନୁଭବ କରିଛନ୍ତି । ଏଥିସହିତ ଖବର ପ୍ରଚାର ହେବା ପରେ ନୀଳମଣିଙ୍କୁ ଚାରିଆଡୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ମାଟି ହେଉଛି ବାଲିପଡ଼ିଆ । ଏହି ମାଟିରେ ଜନ୍ମ ନେଇ ଦେଶ ଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବଡଚଣାର ଗାନ୍ଧୀ ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କ ସମେତ ୧୯ ଜଣ ସ୍ଵାଧୀନତା ସଂଗ୍ରାମୀ । ଏହାରି ଭିତରେ ବିତିଯାଇଛି ଅନେକ ବର୍ଷ । ଏହି ବାଲିପଡ଼ିଆ ମାଟିର ୧୯ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଆଉ କେବଳ ବଞ୍ଚିଛନ୍ତି ନୀଳମଣି ସାମଲ । ଏହି ସଂଗ୍ରାମୀଙ୍କୁ ମନେ ରଖିବା ପାଇଁ ତାଙ୍କର ସ୍ମୃତିରେ ପ୍ରତିଷ୍ଠା ହୋଇଥିବା ଠକ୍କରବାପା ଆଶ୍ରମରେ ସାଇତା ହୋଇରହିଛି ଅନେକ ସ୍ମୃତି ।

ତେବେ ଜୀବିତ ରହିଥିବା ଏକମାତ୍ର ସଂଗ୍ରାମୀ ନୀଳମଣି ପୂର୍ବରୁ ଦୁଇ ଥର ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି । କେବଳ ସେତିକି ନୁହେଁ ଜିଲ୍ଲା ତଥା ଜିଲ୍ଲା ବାହାରେ ତାଙ୍କୁ ମିଳିଛି ଅନେକ ସମ୍ମାନ। ଏବେବି ଗାଁରେ ସେ ପିଲାମାନଙ୍କୁ ଦେଶମାତୃକାର ସେବା କରିବାକୁ ଆହ୍ୱାନ ଦେଉଛନ୍ତି । ପରାଧୀନ ଭାରତ ସମୟରେ ସ୍ଵାଧୀନତା ସଂଗ୍ରାମ କଥା ମନେପଡିଲେ ଭାବବିହ୍ଵଳ ହୋଇପଡିଛନ୍ତି ନୀଳମଣି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro: ଦେଶରେ ସ୍ଵାଧୀନତା ଆଣିବା ପାଇଁ ସଂଗ୍ରାମରେ ଝାସ ଦେଇଛନ୍ତି ଅନେକ ସଂଗ୍ରାମୀ ।ସେମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ସଂଗ୍ରାମୀ ନୀଳମଣି ସାମଲ ଅନ୍ୟତମ। ଆସନ୍ତା କ୍ରାନ୍ତି ଦିବସରେ ସମ୍ମାନିତ ହେବା ପାଇଁ ତାଙ୍କୁ ରାଷ୍ଟ୍ରପତି ଭାବନରୁ ଆସିଛି ଡାକରା। ଏନେଇ ବାଲିପଡ଼ିଆ ଗ୍ରାମବାସୀ ନିଜକୁ ଗର୍ବ ଅନୁଭବ କରିଛନ୍ତି। ଏଥିସହିତ ଖବର ପ୍ରଚାରିତ ପରେ ନୀଳମଣିଙ୍କୁ ଚାରିଆଡୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ।

Body:ଭିଓ-୧-ବୟସ ୯୬ ଛୁଇଁଲାଣି । ତଥାପି ସେ ଚଳଚଞ୍ଚଳ । ଦେଶ ମାତୃକାର ସେବା କରିବା ପାଇଁ ଏବେ ବି ତାଙ୍କ ମନରେ ଭରି ରହିଛି ଅଦ୍ୟମ ସାହସ । ପରିଣତ ବୟସରେ ଏବେବି ଚଳଚଂଚଳ। ନିଜର ଦୈନନ୍ଧିନ କାର୍ଯ୍ୟକରିବା ସହିତ ଅନ୍ୟମାନଙ୍କ ସୁଖ ଦୁଃଖ କଥା ମଧ୍ୟ ବୁଝନ୍ତି। ଏ ହେଉଛନ୍ତି ଯାଜପୁର ଜିଲ୍ଲା ବଡଚରଣା ବ୍ଲକ ବାଲିପଡ଼ିଆ ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ। ମାତ୍ର। ୧୬ବର୍ଷ ବୟସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନରେ ଡ଼ାକରାରେ ସାମିଲ ହୋଇଥିଲେ ତତ୍କାଳୀନ ସ୍ବାଧିନତା ସଂଗ୍ରାମୀ କୃଷ୍ଣମୋହନ ରାଉତରାୟ ଏବଂ ବଡଚଣାର ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ଆରଦର୍ଶରେ ଅନୁପ୍ରାଣିତ ହୋଇ ହୋଇ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ନୀଳମଣି। ଏଥିପାଇଁ ତାଙ୍କୁ 3ବର୍ଷ କାରାବରଣ ଭୋଗିବାକୁ ପଡ଼ିଥିଲା। ଏହି ମହାନ ବ୍ୟକ୍ତିଙ୍କୁ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମ୍ମାନିତ ହେବା ପାଇଁ ତାଙ୍କୁ ରାଷ୍ଟ୍ରପତି ଭାବନରୁ ଆସିଛି ଡାକରା। ଏନେଇ ସେ ଖୁସିବ୍ୟକ୍ତ କରିଛନ୍ତି।
bite-୧-ନୀଳମଣି ସାମଲ, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବାଲିପଡ଼ିଆ
bite-୨-ସୁଧାଂଶୁ ଜେନା,ସ୍ଥାନୀୟ ବାସିନ୍ଦା
ଭିଓ-୨-ଯାଜପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ମାଟି ହେଉଛି ବାଲିପଡ଼ିଆ। ଏହି ମାଟିରେ ଜନ୍ମ ନେଇ ଦେଶ ଜାତି ପାଇଁ ନିଜ ଜୀବନକୁ ଉସ୍ୱର୍ଗ କରିଥିଲେ ବଡଚଣାର ଗାନ୍ଧି ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀ ସମେତ ୧୯ ଜଣ ସ୍ଵାଧୀନତା ସଂଗ୍ରାମୀ। ଆଭିତରେ ବିତିଯାଇଛି ଅନେକ ବର୍ଷ । ଏହି ବାଲିପଡ଼ିଆ ମାଟିର ୧୯ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଆଉ କେବଳ ବଂଚିଛନ୍ତି ନୀଳମଣି ସାମଲ।ଏହି ସଂଗ୍ରାମୀ ମାନଙ୍କୁ ମନେ ରଖିବା ପାଇଁ ତାଙ୍କର ସ୍ମୃତିରେ ପ୍ରତିଷ୍ଠା ହୋଇଥିବା ଠକ୍କରବାପା ଆଶ୍ରମରେ ସାଇତା ହୋଇ ରହିଛି ଅନେକ ସ୍ମୃତି। ତେବେ ଜୀବିତ ରହିଥିବା ଏକମାତ୍ର ସଂଗ୍ରାମୀ ନୀଳମଣି ପୂର୍ବରୁ
ଦୁଇ ଥର ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି। କେବଳ ସେତିକି
ନୁହେଁ ଜିଲ୍ଲା ତଥା ଜିଲ୍ଲା ବାହାରେ ତାଙ୍କୁ ମିଳିଛି ଅନେକ ସମ୍ମାନ। ଏବେ
ବି ଗାଁରେ ସେ ପିଲାମାନଙ୍କୁ ଦେଶମାତୃକାର ସେବା କରିବା ଉଦବୁଦ୍ଧ
କରୁଛନ୍ତି। ଏପଟେ ନୀଳମଣି ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେବାକୁ
ଯାଉଥିବା ଖବର ପାଇବା ପରେ ଅଞ୍ଚଳବାସୀ ମଧ୍ୟ ଗର୍ଵ ମନେ
କରିଛନ୍ତି।
bite-୩-ଚନ୍ଦ୍ରକାନ୍ତ ସାମଲ ,ସଂଗ୍ରାମୀ ନୀଳମଣିଙ୍କ ପୁତୁରା

Conclusion:ପରାଧୀନ ଭାରତ ସମୟରେ ସ୍ଵାଧୀନତା ସଂଗ୍ରାମ କଥା ମନେ ପଡିଲେ ଭାବବିହ୍ଵଳ ହୋଇପଡିଛନ୍ତି ନୀଳମଣି।
Last Updated : Aug 6, 2019, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.