ETV Bharat / state

ସ୍ୱାଧୀନତା ସଂଗ୍ରାମୀଙ୍କୁ ଅବହେଳା, ଜେଲ ଖଟିଥିବା କପିଳଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି - ସ୍ୱାଧିନତା ସଂଗ୍ରାମୀଙ୍କୁ ଅବହେଳା

ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଗୋରା ସରକାର ବିରୋଧରେ ଲଢି ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲେ ଦେଶର ବୀର ସଂଗ୍ରାମୀ ପୁଅ । ହେଲେ ବିଡମ୍ବନାର ବିଷୟ ଆଜି ଦେଶ ମାତୃକା ପାଇଁ ଲଢିଥିବା ସଂଗ୍ରାମୀଙ୍କୁ ଯେମିତି ଭୁଲି ଯାଇଛନ୍ତି ସରକାର । ଏଭଳି ଜଣେ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଯାଜପୁରର କପିଳ ଚରଣ ଜେନା । ଦେଖନ୍ତୁ ଏ ରିପୋର୍ଟ

ସ୍ବାଧିନତା ସଂଗ୍ରାମୀଙ୍କୁ ଅବହେଳା,ସ୍ବାଧିନତା ପାଇଁ ଜେଲ ଖଟିଥିବା କପିଳଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଦାବି

author img

By

Published : Aug 12, 2022, 10:10 PM IST

ଯାଜପୁର: ଆସୁଛି ସ୍ୱାଧୀନତା ଦିବସ । ଦେଶର ସ୍ୱାଧିନତା ଆନ୍ଦୋଳନରେ ଯାଜପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଲ୍ଲାର ଅନେକ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ନିଜର ପ୍ରାଣବଳି ଦେଇଛନ୍ତି । ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ତାଉଁତରା ଗାଁର କପିଳ ଚରଣ ଜେନା ଥିଲେ ଅନ୍ୟତମ । ଯିଏ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୨୧ ମସିହାରେ ଜନ୍ମ ହୋଇଥିବା ସଂଗ୍ରାମୀ ଜଣକ ୨୦୧୩ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ଜେଲ ଖଟିଥିବା କପିଳଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

କପିଳଙ୍କ ଜନ୍ମ ବରୀ ଅଞ୍ଚଳରେ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ନିଜ ମାମୁଁ ଘରକୁ ପୁଅ ହୋଇ ଆସିଥିଲେ । ସେ ୨୦୧୩ ମସିହାରେ ୯୩ ବର୍ଷ ବୟସରରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଇତିମଧ୍ୟରେ ତାଙ୍କ ମୃତ୍ୟୁକୁ ୯ ବର୍ଷ ବିତିଲାଣି । କିନ୍ତୁ ତାଙ୍କ ତ୍ୟାଗ ଓ ସଂଘର୍ଷକୁ ମନେ ରଖିବା ପାଇଁ ପ୍ରଶାସନ କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ନିଜ ଅଞ୍ଚଳରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇନାହିଁ ।

କପିଳଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସରକାର ମାନ୍ୟତା ଦେଇଥିଲେ । କିନ୍ତୁ ଯେଉଁ ଭଳି ସେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ ସେହି ସଂଗ୍ରାମର ଇତିହାସ ବିଷୟରେ ପରପିଢ଼ି ଜାଣିବାର ଆବଶ୍ୟକତା ରହିଛି । ସେହି ଇତିହାସ ସମ୍ପର୍କରେ ପରପିଢ଼ି ଜାଣିଲେ ଦେଶ ମାତୃକା ପ୍ରତି ଭକ୍ତିଭାବ ଜାଗ୍ରତ ହେବ ବୋଲି କହିଛନ୍ତି ସ୍ବାଧୀନତା ସଂଗ୍ରାମୀ କପିଳଙ୍କ ସମ୍ପର୍କୀୟ । ତେଣୁ ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଦାବି ହୋଇଛି ।

‘‘ସ୍ବାଧୀନତା ସଂଗ୍ରାମୀ କପିଳଙ୍କ ପ୍ରିତିମୂର୍ତ୍ତି ସ୍ଥାପନ ପାଇଁ ବୁଦ୍ଧିିଜୀବୀମାନେ ମଧ୍ୟ କହିଛନ୍ତି । ସେ କେବଳ ସ୍ବାଧୀନତା ଆନ୍ଦୋଳନର ସାମିଲ ହୋଇ ନ ଥିଲେ । ବଂର ବେଶ କିଛିଦିନ ଧରି ଶିକ୍ଷକତା ମଧ୍ୟ କରୁଥିଲେ । ସମାଜ ସେବାରେ ସେ ନିଜକୁ ଉତ୍ସର୍ଗ ମଧ୍ୟ କରିଥିଲେ । ଏଭଳି ବ୍ୟକ୍ତିତ୍ବଙ୍କ ପାଇଁ ସମଗ୍ର ଯାଜପୁର ଆଜି ଗର୍ବିତ ବୋଲି କହିଛନ୍ତି ବୁଦ୍ଧିଜୀବୀ ।’’

ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବାରୁ ଏ ସଂଗ୍ରାମୀ ଜଣଙ୍କୁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ମଧ୍ୟ ସମ୍ମାନୀତ ମଧ୍ୟ କରିଛନ୍ତି । ଯେଉଁମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆମ ଦେଶ ସ୍ୱାଧୀନତା ପାଇଛି । ସେହିମାନଙ୍କ ପାଇଁ ସ୍ମୃତି ରକ୍ଷା ପାଇଁ ସରକାର ଓ ପ୍ରଶାସନ ପ୍ରତିମୂର୍ତ୍ତି ସ୍ଥାପନ କରିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.