ETV Bharat / state

ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିର - ଯାଜପୁର ଖବର

ଯାଜପୁରରେ ମାଗଣା ସ୍ବାସ୍ଥ୍ୟ ଶିବିର । ଯାଜପୁର ବ୍ଲକ ପଣସା ପଞ୍ଚାୟତରେ ଲାଇଫ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ପକ୍ଷରୁ ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

health-camp-origanised-village-area-of-jajpur
ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିର
author img

By

Published : Feb 18, 2020, 10:25 AM IST

ଯାଜପୁର: ମାଗଣା ସ୍ବାସ୍ଥ୍ୟ ଶିବିର । ଯାଜପୁର ବ୍ଲକ ପଣସା ପଞ୍ଚାୟତ ଭଗବାନ ନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଇଫ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିର

ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଏହି ସ୍ବାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିରରେ ଭେଷଜ,ସ୍ତ୍ରୀ ଓ ପ୍ରସୂତି,ଶିଶୁ,ଦନ୍ତ,ଶଲ୍ୟ,ଅସ୍ଥିଶଲ୍ୟ ବିଭାଗର ଅଭିଜ୍ଞ ଡାକ୍ତର ମାନେ ରୋଗୀଙ୍କୁ ଚିକିତ୍ସା କରିଥିଲେ । ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା ।

ଡା.ହରିଶଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଡାକ୍ତରୀ ଦଳ ରୋଗୀଙ୍କୁ ଚିକିତ୍ସା କରିବା ସହିତ ବିଭିନ୍ନ ଟିକା ମଧ୍ୟ ଦେଇଥିଲେ । ଟ୍ରଷ୍ଟ ପକ୍ଷରୁ ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ଏଭଳି ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ସେପଟେ ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ଡାକ୍ତର ମାନଙ୍କ ଦ୍ବାରା ଚିକିତ୍ସିତ ହେବା ସହିତ ମାଗଣାରେ ଔଷଧ ପାଇ ରୋଗୀ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.