ETV Bharat / state

ଆବାସ ଯୋଜନା ଦୁର୍ନୀତି, ଲାଞ୍ଚ ନ ଦେଲେ ଘର ଗାଏବ

author img

By

Published : Oct 31, 2020, 4:53 PM IST

Updated : Oct 31, 2020, 6:41 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଜାଲିଆତି । ଜଣକ ନାଁରେ ଆସିଥିବା ଘର ଆଉ ଜଣକୁ ମିଳୁଛି । ଏନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତ ହିତାଧିକାରୀ । ଅଧିକ ପଢନ୍ତୁ...

fraud in Prime Minister Abasa yojana
ଆବାସ ଯୋଜନା ଦୁର୍ନୀତି, ଲାଞ୍ଚ ନ ଦେଲେ ଘର ଗାଏବ

ଯାଜପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଜାଲିଆତି । ଲାଞ୍ଚ ନ ଦେଲେ ହିତାଧିକାରୀଙ୍କୁ ମିଳୁନି ଘର । ଜଣକ ନାଁରେ ଆସିଥିବା ଘର ଆଉଜଣକୁ ମିଳୁଛି । ଏପରିକି ତରବରିଆ ଭାବେ ଗୃହ ନିର୍ମାଣ ଶେଷ କରାଯାଇ ରାତି ଅଧିଆ ସଂପୃକ୍ତ ବ୍ୟକ୍ତିଙ୍କୁ ବିଲ୍ ମଧ୍ୟ ପଇଠ ହୋଇସାରିଛି । ଏଭଳି ଏକ ଦୁର୍ନୀତି ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ମୁକୁନ୍ଦପୁର ଗାଁରେ । ମୁକୁନ୍ଦପୁରର ଶ୍ରୀଧର ଦାସ ନାମକ ଜଣେ ହିତାଧିକାରୀଙ୍କ ନାଁରେ ଆସିଥିବା ଘର ଆଉ ଜଣେ ବ୍ୟକ୍ତିଙ୍କୁ ମିଳିଛି । ସରକାରୀ ଓ୍ବେବସାଇଟରୁ ଏହା ଜଣାପଡିବା ପରେ ଆବେଦନକାରୀ ଜିଲ୍ଲା ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି । ଏହି ଘଟଣା ଧରାପଡିବା ପରେ ବିଭାଗୀୟ ଅଧିକାରୀଙ୍କ ବୁଦ୍ଧି ହଜି ଯାଇଛି ।

ସୂଚନା ମୁତାବକ, ମୁକୁନ୍ଦପୁର ନିବାସୀ ଶ୍ରୀଧର ଦାସଙ୍କ ଘର ଖଣ୍ଡେ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆବେଦନ କରିଥିଲେ । ସମସ୍ତ କାଗଜପତ୍ର ଦାଖଲ କରି ଯୋଗ୍ୟ ବିବେଚିତ ହେବା ସହ ଶ୍ରୀଧରଙ୍କ ନାମ ହିତାଧିକାରୀ ତାଲିକାରେ ଆସିଥିଲା । ପରେ ତାଙ୍କ ନାମରେ ଆସିଥିବା ଘର ତିଆରି ପାଇଁ ଅର୍ଥ ମଧ୍ୟ ମଞ୍ଜୁର ହୋଇଥିଲା । ହେଲେ ଲାଞ୍ଚ ନ ଦେବାରୁ ତାଙ୍କୁ ଘର ମିଳିଲା ନାହିଁ । ବରଂ ରାତି ଅଧିଆ ଜାଲିଆତି କରି ଘରଟି ସମାନ ନାଁ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ତେବେ କାଗଜପତ୍ରରେ ବାପା ନାଁ ଓ ପ୍ରମାଣଗତ କାଗଜପତ୍ର ଅଲଗା ଥିଲେ ମଧ୍ୟ ଅନ୍ୟ ଏକ ବ୍ୟକ୍ତିଙ୍କୁ କିପରି ଘର ମିଳିଲା, ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସରକାରୀ ଓ୍ବେବସାଇଟରୁ ଏହି ଜାଲିଆତି ସଂପର୍କରେ ଜଣାପଡିବା ପରେ ପ୍ରକୃତ ହିତାଧିକାରୀ ଆଇନର ଆଶ୍ରୟ ନେବା ସହ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଦୁର୍ନୀତିରେ ସଂଶ୍ଲିଷ୍ଟ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି ଶ୍ରୀଧର । ନଚେତ୍ ସେ ପରିବାର ଧର ବ୍ଲକ ଏବଂ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।

ସେପଟେ ଏହି ଦୁର୍ନୀତି ପ୍ରସଙ୍ଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଘର ନିଶ୍ଚୟ ମିଳିବ । ସେଭଳି କିଛି ଘଟିଥିଲେ ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

ତେବେ କେବଳ ମୁକୁନ୍ଦପୁର ପଞ୍ଚାୟତ ନୁହେଁ, କୋରେଇ ବ୍ଲକରେ ଏଭଳି ଅନେକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । 2019-2020 ମଧ୍ୟରେ ପାଖାପାଖି 1 ହଜାର558 ଟି ଘର ଆସିଥିଲା । ମାତ୍ର ହିତାଧିକାରୀଙ୍କୁ ଠିକ ଭାବେ ଘର ବଣ୍ଟନ ନ ହୋଇପାରିବାରୁ 388 ଟି ଘର ଫେରି ଯାଇଥିଲା । ସେହିପରି 2019-20 ପାଇଁ 1390 ଟି ଘର ଆସିଥିଲେ ବି ଏ ଯାଏଁ କୌଣସି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟା ଯାଇନଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Oct 31, 2020, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.