ETV Bharat / state

ବସରେ ନାବାଳିକାକୁ ଅସଦାଚରଣ ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

author img

By

Published : Jul 10, 2022, 6:07 PM IST

ଘରୋଇ ବସରେ ଯାଜପୁରର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଚଣ୍ଡିଖୋଲର ଏକ କଲେଜରେ ପାଠ ପଢ଼ୁଥିବା ନାବାଳିକା ଛାତ୍ରୀ କ୍ଲାସ ସାରି ଘରକୁ ଫେରିବା ସମୟରେ ବସ ଭିତରେ ଅଜଣା ଯୁବକ ତାଙ୍କୁ ଅସଦାଚରଣ କରିଥିଲେ । ଅଧିକ ପଢ଼ନ୍ତୁ

ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଯାଜପୁର: ଚଣ୍ଡିଖୋଲରୁ ଆସୁଥିବା ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ । ଯାଜପୁର ରୋଡ ପୋଲିସ ଦ୍ବାରା ୪ ଅଭିଯୁକ୍ତ କୋର୍ଟ ଚାଲାଣ ହେଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ କୋରେଇ ଥାନା ଚାନ୍ଦମା ଗ୍ରାମର ତ୍ରିଲୋଚନ ସାମଲ, ଯାଜପୁର ସଦର ଥାନାର ଅଶୋକ କୁମାର ନାୟକ, ଧର୍ମଶାଳା ଥାନା ଅଞ୍ଚଳର ଶମ୍ଭୁନାଥ ରାୟ ଓ ଯାଜପୁର ରୋଡ ଥାନା ରାଛିପୁର ଗ୍ରାମର ଅଶୋକ କୁମାର ନାୟକ ।

ସୂଚନା ଅନୁସାରେ, ବ୍ୟାସନଗରସ୍ଥିତ ସାପଗଡିଆ ଅଞ୍ଚଳର ଜଣେ ନାବାଳିକା ଚଣ୍ଡିଖୋଲର ଏକ କଲେଜରେ ପାଠ ପଢ଼ନ୍ତି । ତେବେ ଗତକାଲି(ଶନିବାର) କଲେଜରେ କ୍ଲାସ ସାରି ଘରକୁ ଫେରିବା ସମୟରେ ବସ ଭିତରେ ଅଜଣା ଯୁବକ ତାଙ୍କୁ ଅସଦାଚରଣ କରିଥିଲେ । ଏନେଇ ଛାତ୍ରୀ ଜଣକ ବସ କର୍ମଚାରୀଙ୍କୁ ଜଣାଇଥିଲେ । ତେବେ ସେମାନେ ଜାଣିଶୁଣି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଯୁବକକୁ ବିଦା କରିଦେଇଥିବା ଯାଜପୁର ରୋଡ ଥାନାରେ ଅଭିଯୋଗ ହେଇଥିଲା । ତେବେ ଆଜି(ରବିବାର) ଯାଜପୁର ରୋଡ ପୋଲିସ ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ ପରେ କେସ ନମ୍ବର ୩୫୭/୨୨ ଦଫା ୩୫୪(A), ୩୪୧, ୧୧୦ ଓ ୩୪ ଆଇପିସିରେ କୋର୍ଟ ଚାଲାଣ କରିଥିବା ତଦନ୍ତ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.