ETV Bharat / state

ପରଲୋକରେ ପୂର୍ବତନ ବିଧାୟକ, ଶେଷ ଦର୍ଶନ ପାଇଁ ଜନଗହଳି ଯାଜପୁର ରାଜରାସ୍ତା

ଯାଜୁପର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା କାଙ୍ଗାଳୀ ଚରଣ ପଣ୍ଡାଙ୍କ ଦେହାନ୍ତାରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ । ଅଧିକ ପଢନ୍ତୁ

author img

By

Published : Feb 12, 2022, 10:53 PM IST

ପରଲୋକରେ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା, ବିଭିନ୍ନ ମହଲରେ ଶୋକ ପ୍ରକାଶ

ଯାଜପୁର: ଧର୍ମଶାଳାର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା କାଙ୍ଗାଳୀ ଚରଣ ପଣ୍ଡାଙ୍କ ଦେହାନ୍ତାରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ । ଭୁବନେଶ୍ୱରରୁ ମରଶରୀର ଯାଜପୁର ଆସିବା ସମୟରେ ଚଣ୍ଡିଖୋଲ, ଜାରକା ଛକ, ମେଳଣ ପଡିଆରେ ବହୁ ଲୋକ ସ୍ବର୍ଗତ ପଣ୍ଡାଙ୍କ ଶେଷ ଦର୍ଶନ କରିଥିଲେ ।

ଜାରକା ଠାରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ କିଷାନ ପଣ୍ଡା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ବ୍ଳକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତ ରାୟ, କୃଷକ ନେତା ବସନ୍ତ ପରିଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ପଣ୍ଡାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ତେବେ ବରିଷ୍ଠ କଂଗ୍ରେସ ନେତା ତଥା ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ଆଜି ଦେହାନ୍ତ ହୋଇଛି । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । କାଙ୍ଗାଳି ଚରଣ ଆଜି ସକାଳେ ଚା' ପିଇ ସାରିବା ପରେ ହଠାତ୍‌ ଚୌକିରୁ ଟଳି ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ:- ପରଲୋକରେ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା

କାଙ୍ଗାଳି ଚରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ପଟ୍ଟନାୟକଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ଥିଲେ । ୧୯୮୦ ମସିହାରେ ଧର୍ମଶାଳା ବିଧାନସଭା ଆସନରୁ ସ୍ବାଧୀନ ଭାବେ ନିର୍ବାଚିତ ହେବା ସହ ୧୯୮୫ରେ କଂଗ୍ରେସରୁ ଜିତି ବିଧାୟକ ହୋଇଥିଲେ । ଏହା ପୂର୍ବରୁ ସେ ରସୁଲପୁର ବ୍ଲକର ଅଧ୍ୟକ୍ଷ ମଧ୍ୟ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.