ETV Bharat / state

Biju Jayanti: ନିଜର ଅନୁଭୂତି ବଖାଣିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ - ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଦିବସ

ବିଜୁ ଜୟନ୍ତୀରେ ନିଜ ଅନୁଭୂତି କହିବା ସହିତ ତାଙ୍କ ପାରି ସାହସୀ ହେବାକୁ ଆଜିର ଯୁବକକଙ୍କୁ ନିବେଦନ କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ । ଅଧିକ ପଢନ୍ତୁ

former minister prafulla chandra ghadei
former minister prafulla chandra ghadei
author img

By

Published : Mar 5, 2023, 4:56 PM IST

ଅନୁଭୂତି ବଖାଣିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

ଯାଜପୁର: ଆଜି ହେଉଛି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଦିବସ । ଏହି ଅବସରରେ ସାରା ରାଜ୍ୟରେ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରାଯାଉଛି । ସେହିପରି ଯାଜପୁର ଜିଲ୍ଲା ବ୍ୟାସନଗର ଧବଳଗିରି ସ୍ଥିତ ବାସଭବନରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ନିଜ ଅନୁଭୂତି ବଖାଣିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ।

ତେବେ ଆଜି ବିଜୁ ଜୟନ୍ତୀ ଅବସରରେ ଯାଜପୁର ଜିଲ୍ଲାର 10ଟି ବ୍ଲକ ଓ ଦୁଇଟି ପୌର ପରିଷଦରେ ସାଇକେଲ ରାଲିଠାରୁ ଆରମ୍ଭ କରି ବକ୍ତୃତା ପ୍ରତିଯୋଗିତା ହେଉଛି । ଯାଜପୁର ଜିଲ୍ଲାର ବିକାଶ ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକ ଅନେକ କାର୍ଯ୍ୟ କରିଛନ୍ତି । ଏନେଇ ଆଜି ବ୍ୟାସନଗର ଧବଳଗିରି ସ୍ଥିତ ନିଜ ବାସଭବନରେ ବିଜୁ ବାବୁଙ୍କୁ ନେଇ ନିଜ ଅନୁଭୂତି ବଖାଣିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । ବିଜୁ ପଟ୍ଟନାୟକ ଦିନେ କଳିଙ୍ଗନଗର ଅଞ୍ଚଳରେ ଅନେକ କଳକାରଖାନା ଖୋଲିବା ପାଇଁ ସ୍ୱପ୍ନ ଦେଖୁଥିଲେ । ସେଥିପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ବିଧାୟକ ଥିଲା ବେଳେ ସ୍ୱରାଜ ପାଲଙ୍କୁ ପ୍ରଥମେ ଯଖପୁରା ନିକଟକୁ ଡାକି ଏକ କଦମ୍ବ ଗଛ ଲଗେଇ କଳିଙ୍ଗନଗର ଅଞ୍ଚଳରେ କାରଖାନା ସ୍ଥାପନ କରିବା ପାଇଁ ଭିତ୍ତି ଭୂମି ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- CM Western Odisha Tour: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତେଜିଲା ରାଜନୀତି

ସେବେ ଠାରୁ କଳିଙ୍ଗନଗର ଅଞ୍ଚଳକୁ ଗୋଟିଏ ପରେ ଗୋଟିଏ କାରଖାନା ମାଲିକ ଆସି ନିଜର କାରଖାନା ସ୍ଥାପନ କରିଥିଲେ । ଏଥି ସହିତ ବିଜୁ ବାବୁ ଥିଲେ ଜଣେ ସାଧାରଣ ଲୋକଙ୍କୁ ଭଲ ପାଉଥିବା ବ୍ୟକ୍ତିତ୍ୱ ବୋଲି ପୂର୍ବତନ ମନ୍ତ୍ରୀ କହିଥିଲେ । ରାସ୍ତାରେ ଗଲାବେଳେ ଚଣ୍ଡିଖୋଲଠାରେ ଗାଡ଼ିରୁ ଓହ୍ଲାଇ କାକୁଡି ଖାଇବା ଓ ବରୀ ଅଞ୍ଚଳକୁ ଗଲା ବେଳେ ବିଲରେ ଧାନ କାଟୁଥିବା ମହିଳା ଓ ପୁରୁଷ ଶ୍ରମିକମାନଙ୍କ ସହିତ ମିଶି ଦୁଃଖ କଷ୍ଟ ବିଷୟରେ ଜାଣିବା ପରେ ଶ୍ରମିକଙ୍କ ମଜୁରୀ 11ଟଙ୍କାରୁ 35ଟଙ୍କା କରିବା ଏହି ଘଟଣାରୁ ଜଣା ପଡେ ସାଧାରଣ ଲୋକଙ୍କୁ ସେ କେତେ ଭଲପାଆନ୍ତି । ତେବେ ଆଜିର ଦିନରେ ବିଜୁ ପଟ୍ଟନାୟକଙ୍କ ଭଳି ସମସ୍ତ ଯୁବକ ସାହାସୀ ହେଵା ସହିତ ତାଙ୍କର ନୀତି ଆଦର୍ଶକୁ ପାଥେୟ କରି ଦେଶ ଓ ଜାତିର ବିକାଶ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ କହିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.