ETV Bharat / state

ବଣ୍ଟା ଯାଇପାରିଲାନି ବନ୍ୟା ରିଲିଫ , ପୋଖରିରେ ଫିଙ୍ଗି ହେଲା ବସ୍ତା ବସ୍ତା ଶୁଖିଲା ଖାଦ୍ୟ - jajpur news

ବନ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ ଖାଦ୍ୟ ସାମଗ୍ରୀ ବଣ୍ଟନ ହୋଇ ନପାରି ପୋତା ଯାଇଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବଣ୍ଟା ଯାଇପାରିଲାନି ବନ୍ୟା ରିଲିଫ , ପୋଖରିରେ ଫିଙ୍ଗି ହେଲା ବସ୍ତା ବସ୍ତା ଶୁଖିଲା ଖାଦ୍ୟ

author img

By

Published : Mar 29, 2021, 5:49 PM IST

ଯାଜପୁର : ବନ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ ଖାଦ୍ୟ ସାମଗ୍ରୀ ବଣ୍ଟନ ହୋଇ ନପାରି ପୋଖରିରେ ପୋତା ଯାଇଥିବାର ଅଭିଯୋଗ ହୋଇଛି । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁରର ଜିଲ୍ଲା ବରୀ ବ୍ଲକରେ ।ଗତ ମହାବନ୍ୟାରେ ବରୀ ବ୍ଲକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ସମଗ୍ର ଜିଲ୍ଲାରେ ବରୀ ଅଞ୍ଚଳର ଲୋକମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ପାଇଁଁ ଆସିଥିଲା ରିଲିଫ ଖାଦ୍ୟ ସାମଗ୍ରୀ । ଉକ୍ତ ଖାଦ୍ୟ ସାମଗ୍ରୀ ମଧ୍ୟରେ ଚୁଡ଼ା , ଗୁଡ଼ ,ଶୁଖିଲା ଖାଦ୍ୟ ବାଣ୍ଟିବା ପାଇଁ ଆସିଥିଲା । କିନ୍ତୁ ଶୁଖିଲା ଖାଦ୍ୟ ବଣ୍ଟନ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଅପାରଗତା ଯୋଗୁ ଏହା ବନ୍ୟା ପ୍ରଭାବିତଙ୍କୁ ବଣ୍ଟନ କରାନଯାଇ ଗଚ୍ଛିତ ରଖାଯାଇଥିଲା। ବନ୍ୟା ଛାଡ଼ିବାର ୭ ରୁ ୮ ମାସ ପରେ ଆଜି ତାହା ବରୀ ବ୍ଲକ କାର୍ଯ୍ୟାଳର ପଛ ପାଖରେ ଥିବା ପୋଖରୀରେ ଫିଙ୍ଗା ଯାଉଥିବା ଦେଖିବାକୁ ମିଳିଛି ।

ବଣ୍ଟା ଯାଇପାରିଲାନି ବନ୍ୟା ରିଲିଫ , ପୋଖରିରେ ଫିଙ୍ଗି ହେଲା ବସ୍ତା ବସ୍ତା ଶୁଖିଲା ଖାଦ୍ୟ

ଆଜି ସରକାରି ଛୁଟି ଦିବସ ଥିବାବେଳେ କାହା ନିର୍ଦ୍ଦେଶରେ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀକୁ ଫିଙ୍ଗା ଗଲା ତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବନ୍ୟା ସମୟରେ ବହୁ ଗରିବ ଲୋକ ଭୋକ ଉପାସରେ ଅନ୍ୟ କାହା ଛାତ ଉପରେ ନଦୀ ବନ୍ଧ ଉପରେ ମାସ ମାସ ଧରି ଦିନ କାଟୁଥିବାବେଳେ ଉକ୍ତ ଖାଦ୍ୟ ସାମଗ୍ରୀକୁ କାହା ନିର୍ଦ୍ଦେଶରେ ଓ କାହିଁକି ଗଚ୍ଛିତ ରଖାଗଲା ତାହା ତଦନ୍ତ ସାପେକ୍ଷ ବୋଲି ମଧ୍ୟ ଦାବି ଉଠିବା ସହ ଅସନ୍ତୋଷ ବଢିବାରେ ଲାଗିଛି ।

ବରୀ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସବୁ କାର୍ଯ୍ୟକ୍ରମରେ ସ୍ବଚ୍ଛତାର ବାର୍ତ୍ତା ବାଣ୍ଟୁଥିବାବେଳେ ସରକାରୀ ଛୁଟି ଦିବସରେ ଗଛିତ ଥିବା ଚୁଡ଼ା ଗୁଡ଼କୁ ପୋତା ଯିବା ଘଟଣା ବ୍ଲକ ପ୍ରଶାସନର ଅସଲ ଚେହେରାକୁ ପଦାରେ ପକାଇଛି ।କାହାର ଦାୟିତ୍ବ ହୀନତା ପାଇଁ ବନ୍ୟା ସମୟର ରିଲିଫ ସାମଗ୍ରୀ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ପାରିଲାନାହିଁ ତାହା ଦତନ୍ତ କାରଯାଇ କାର୍ଯ୍ୟାନଷ୍ଠାନ ନେବାକୁ ମଧ୍ୟ ଦାବି ଜୋର ଧରିବାରେ ଲାଗିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.