ETV Bharat / state

ପାଇଖାନା ଟାଙ୍କିରେ ପଡିଲା ଷଣ୍ଢ, ଦେଵଦୂତ ସାଜିଲେ ଅଗ୍ନିଶମ କର୍ମଚାରୀ

author img

By

Published : Jun 9, 2021, 12:13 PM IST

ଯାଜପୁର ବ୍ୟାସନଗର ସ୍ଥିତ କୋପଣ୍ଡ ଗାଁର ଏକ ପାଇଖାନା ଟାଙ୍କିରେ ପଡିଗଲା ଷଣ୍ଢ । ଦେଵଦୂତ ସାଜି ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ। ଅଧିକ ପଡନ୍ତୁ...

ପାଇଖାନା ଟାଙ୍କିରେ ପଡିଗଲା ଷଣ୍ଢ, ଦେଵଦୂତ ସାଜି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଯାଜପୁର: ବ୍ୟାସନଗର ସ୍ଥିତ କୋପଣ୍ଡ ଗାଁର ଏକ ପାଇଖାନା ଟାଙ୍କିରେ ପଡିଗଲା ଷଣ୍ଢ, ଦେଵଦୂତ ସାଜି ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ। ପ୍ରକାଶ ଯୋଗ୍ୟ ଆଜି(ବୁଧବାର) ବ୍ୟାସନଗର ସ୍ଥିତ କୋପଣ୍ଡ ଗାଁର ଅଶାନ୍ତି ସମାଲଙ୍କର ବାଡିରେ ଥିବା ଏକ ପାଇଖାନା ଟାଙ୍କିରେ ଏକ ଷଣ୍ଢ ପଡିଯାଇଥିଲା । ଯାହାକୁ ବଞ୍ଚେଇବା ପାଇଁ ଗାଁର ସବୁ ଯୁବକ ଚେଷ୍ଟା କଲେବି ଟାଙ୍କିରୁ ଷଣ୍ଢକୁ ବାହାର କରିପାରିନଥିଲେ । ଶେଷରେ ଗ୍ରାମବାସୀଙ୍କ ପକ୍ଷରୁ ଷଣ୍ଢକୁ ଉଦ୍ଧାର କରିବାକୁ ଯାଜପୁର ରୋଡ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ଫୋନ କରାଯାଇଥିଲା ।

ତେବେ ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ସୌରଭ ରାଉତ ଗ୍ରମବାସୀଙ୍କ ଫୋନ ପାଇ ଷଣ୍ଢକୁ ଉଦ୍ଧାର କରିବାକୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏଥିସହିତ ନିଜର କର୍ମଚାରୀଙ୍କୁ ଟାଙ୍କି ଭିତରୁ ଷଣ୍ଢକୁ ବାହାର କରିବାକୁ ନିର୍ଦ୍ଦେଶ ଦେଇ ନିଜେ ଉଦ୍ଧାର କାର୍ଯ୍ୟରେ ଲାଗି ଯାଇଥିଲେ। ୩୦ ମିନିଟର ପ୍ରୟାସ ପରେ ଷଣ୍ଢଟିକୁ ପାଇଖାନା ଟାଙ୍କିରୁ ବାହାର କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀମାନେ। ଅଗ୍ନିଶମ ବିଭାଗର ଏଭଳି କାର୍ଯ୍ୟକୁ ସାଧାରଣରେ ଏବେ ପ୍ରଶଂସା କରାଯାଉଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.