ଯାଜପୁର: ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଅଗ୍ନିଶମ ବ୍ୟବସ୍ଥା କିଭଳି ରହିଛି, ତାହାର ସମୀକ୍ଷା କଲେ ଅଗ୍ନିଶମ ବିଭାଗ ଆଇଜି ଅସିତ ପାଣିଗ୍ରାହୀ । ଆଜି(ରବିବାର) ଯାଜପୁର ଜିଲ୍ଲାରେ କଳିଙ୍ଗନଗର ଠାରେ ଥିବା ଟାଟା କୋଭିଡ଼ ହସ୍ପିଟାଲରେ ପହଞ୍ଚି ସେଠିକାର ଅଗ୍ନିଶମ ବ୍ୟବସ୍ଥା କିଭଳି ରହିଛି, ତାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ ।
ଏଥିସହିତ ହସ୍ପିଟାଲରେ ଥିବା ICU, ଇଣ୍ଡୋର ଏବଂ ଆଉଟଡୋର ବ୍ୟବସ୍ଥାକୁ ତଦନ୍ତ କରି ସେଥିରେ ଥିବା ଅସୁବିଧାକୁ ଖୁବଶୀଘ୍ର ସୁଧାରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଥିବା କୋଭିଡ଼ ହସ୍ପିଟାଲ ସମେତ ରାଜ୍ୟର ସମସ୍ତ 62ଟି କୋଭିଡ଼ ହସ୍ପିଟାଲରେ ଅଗ୍ନିଶମ ବ୍ୟବସ୍ଥା କିଭଳି ଭାବେ ଆବଶ୍ୟକ ସମୟରେ ସେବା ଯୋଗାଇ ପାରିବ ତାହା ଉପରେ ଆଲୋଚନା ମଧ୍ୟ କରିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ