ଯାଜପୁର: ଜିଲ୍ଲାର ବିଞ୍ଝାରପୁର ବ୍ଲକ ସିଂହପୁର ଗାଁରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗାଁର ପ୍ରମୋଦ ବେହେରାଙ୍କ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।
ତେବେ ଘରେ ନିଆଁ ଲାଗିବା ଫଳରେ ଘରର ଆସାବାବ ପତ୍ର ସହିତ ଅନ୍ୟାନ୍ୟ ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଗ୍ରାମବାସୀ ନିଆଁକୁ ଆୟତ କରିବକୁ ଚେଷ୍ଟା କରୁଥି୍ଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ