ଯାଜପୁର: ସାର କଳାବଜାରୀ ହେଉଥିବା ଅଭିଯୋଗ । ଯାଜପୁର ଜିଲ୍ଲାରେ କୃଷକଙ୍କୁ ବଜାରରେ ପର୍ଯ୍ୟାପ୍ତ ପରିମାଣର ସାର ମିଳୁନଥିବା ଅଭିଯୋଗ କରିଛନ୍ତି ।
ସାରା ରାଜ୍ୟରେ ବର୍ତ୍ତମାନ ଧାନ ଚାଷ ପାଇଁ ରୁଆ ପୋତାର ସମୟ ଚାଲିଛି । ଚଳିତ ବର୍ଷ ବର୍ଷା ଅଭାବରୁ ଚାଷ କାମ ଟିକେ ଧୀମେଇ ଯାଇଛି । ଧାନ ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ହୋଇଥାଏ ସାର । କିନ୍ତୁ ବଜାରରେ ପର୍ଯ୍ୟାପ୍ତ ପରିମାଣର ସାର ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏପଟେ ତଳି ହୋଇଥିବାବେଳେ ଚାଷୀଙ୍କୁ ଉପଯୁକ୍ତ ସମୟରେ ସାର ମିଳୁନଥିବାରୁ ଠିକ ସମୟରେ ଚାଷ କାର୍ଯ୍ୟକରି ପାରୁନାହାଁନ୍ତି ଚାଷୀ । ଯାଜପୁର ଜିଲ୍ଲା ବଜାରରେ ସାର ଚଢ଼ା ଦାମରେ ବିକ୍ରି ହେଉଥିବାବେଳେ ସମବାୟ ସମିତିରେ ମଧ୍ୟ ସାର ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ସେପଟେ ଜିଲ୍ଲାରେ କେତେକ ଚୋରା ବ୍ୟବସାୟୀ ଚଢ଼ା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏହାର ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ