ETV Bharat / state

ବନ୍ଦ ହେବାକୁ ବସିଛି ବ୍ୟାସନଗର ଫେରୋକ୍ରୋମ କାରଖାନା, ଚିନ୍ତାରେ ଶ୍ରମିକ

ବ୍ୟାସନଗରରେ ଥିବା ଏକମାତ୍ର ସରକାରୀ ଉଦ୍ୟୋଗ ଫେରୋକ୍ରୋମ କାରଖାନା ବନ୍ଦ ହେବାକୁ ବସିଛି । ଲଗାତାର କ୍ଷତି ସହିତ କଞ୍ଚାମାଲ ଅଭାବ, କାରଖାନାକୁ କଳଙ୍କି ସଜାଇବାକୁ ବସିଛି ।

author img

By

Published : Jun 11, 2019, 1:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର : ବନ୍ଦ ହେବାକୁ ବସିଛି ବ୍ୟାସନଗରରେ ଥିବା ଏକମାତ୍ର ସରକାରୀ ଉଦ୍ୟୋଗ ଫେରୋକ୍ରୋମ କାରଖାନା । ଦିନେ ଶ୍ରମିକଙ୍କ ପେଟ ପୋଷୁଥିବା ଏହି କାରଖାନା ଏବେ ଶ୍ରମିକଙ୍କ ପେଟରେ ଲାତ ମାରିବାକୁ ବସିଛି । ଲଗାତାର କ୍ଷତି ସହିତ କଞ୍ଚାମାଲ ଅଭାବ, କାରଖାନାକୁ କଳଙ୍କି ସଜାଇବାକୁ ବସିଛି । କାରଖାନାର ଅଧିକାଂଶ ୟୁନିଟକୁ ବନ୍ଦ କରାଯାଇଥିବା ବେଳେ କିଛି ୟୁନିଟ୍ ଚାଲୁଛି । ଫଳରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସେପଟେ କାରଖାନାକୁ କଞ୍ଚାମାଲ ଯୋଗାଉଥିବା ତୈଳଙ୍ଗି ଖଣି ଶ୍ରମିକ ଆନ୍ଦୋଳନ ପାଇଁ ବନ୍ଦ ହୋଇପଡିଛି । ତେବେ ତୈଳଙ୍ଗି ଖଣିରୁ ଉତ୍ପାଦିତ କଞ୍ଚାମାଲକୁ ଗଚ୍ଛିତ ନରଖି କାହିଁକି ଖୋଲା ବଜାରରେ ବିକ୍ରି କରାଯାଉଥିଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହାର ପ୍ରତିବାଦ କରି ଅସଂଗଠିତ ଶ୍ରମିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଏହା ସହ ଏଦିଗରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହୋଇଛି । ତେବେ କାରଖାନା ବନ୍ଦ ହେବାକୁ ବସିଥିବା ବେଳେ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.