ଯାଜପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାନଗର ଗାଁ ନିକଟରୁ ମିଳିଲା ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା । ରାଧାନଗର ଗ୍ରାମର ବେଣୁଧର ନାୟକ ତାଙ୍କ ଚାଷଜମି ନିକଟରେ ଏହି ବିରଳ ସ୍ବର୍ଣ୍ଣମୁଦ୍ରା ପାଇଥିଲେ । ଏହାର ଓଜନ ୭.୫ଗ୍ରାମ ହୋଇଥିବା ବେଳେ ଏଥିରେ ଦୁଇଟି ଗର୍ତ ରହିଛି । ମୁଦ୍ରାର ଗୋଟିଏ ପାଶ୍ୱର୍ରେ ଏକ ମଶାଲ ଧରିଥିବା ଜଣେ ରାଜାଙ୍କ ମୂର୍ତ୍ତି ଖୋଦିତ ହୋଇଥିବା ବେଳେ ଅନ୍ୟ ପାଶ୍ୱର୍ରେ କୌଣସି ପ୍ରାଣୀ କିମ୍ବା ମାନବଙ୍କୁ ସ୍ଥାନୀତ କରାଯାଇଛି ।
![ଚାଷୀଙ୍କୁ ମିଳିଲା ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା](https://etvbharatimages.akamaized.net/etvbharat/prod-images/od-jjr-04-dharamasala-coins-avo-7204198_06082020194935_0608f_1596723575_137.jpg)
ଉକ୍ତ ମୁଦ୍ରାରେ ମଣ୍ଡାରୀନ ଭାଷାରେ ଲେଖା ଯାଇଥିବା ବେଳେ ଚୀନ ଦେଶର କୌଣସି ରାଜାଙ୍କ ମୂର୍ତ୍ତି ଖୋଦେଇ ହୋଇଥିବା ବଡ଼କାଏମା ସରପଞ୍ଚ ଅକ୍ରୁର ଚରଣ ନାୟକ କହିଛନ୍ତି । ସୂଚନା ଯୋଗ୍ୟ, ପୂର୍ବରୁ ରାଧାନଗର ଗାଁ ନିକଟରୁ ବହୁ ବୌଦ୍ଧ କୀର୍ତିରାଜ ସଂପନ୍ନ ସାମଗ୍ରୀ ଉଦ୍ଧାର ହୋଇଥିଲା । ବର୍ତ୍ତମାନ ଏଠାରୁ ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା ଉଦ୍ଧାର ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
![ଚାଷୀଙ୍କୁ ମିଳିଲା ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା](https://etvbharatimages.akamaized.net/etvbharat/prod-images/od-jjr-04-dharamasala-coins-avo-7204198_06082020194935_0608f_1596723575_27.jpg)
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ