ETV Bharat / state

କେନାଲ ପୁନଃଉଦ୍ଧାର ପାଇଁ ଚାଷୀଙ୍କ ଦାବିପତ୍ର - Farmers' demands for canal restoration

ଦୀର୍ଘଦିନ ହେବ କେନାଲ ପୋତି ହୋଇପଡିବାରୁ 10ଟି ମୌଜାର ଚାଷୀମାନେ ଧାନ ଓ ପରିବା ପତ୍ର ଅମଳ କରିପାରୁ ନାହାନ୍ତି ।

farmers-demands-for-canal-restoration
କେନାଲର ପୁନଃଉଦ୍ଧାର ପାଇଁ ଚାଷୀଙ୍କ ଦାବିପତ୍ର
author img

By

Published : Jun 26, 2020, 8:56 PM IST

ଯାଜପୁର: ଜିଲ୍ଳା ରସୁଲପୁର ବ୍ଲକ କାଣ୍ଡସରା ଅଞ୍ଚଳର ଚାଷୀମାନେ ଜଳସେଚନ ବିଭାଗ କେନାଲର ପୁନଃଉଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି । ଦୀର୍ଘଦିନ ହେବ ଏହି କେନାଲଟି ପୋତି ହୋଇପଡିବାରୁ 10ଟି ମୌଜାର ଚାଷୀମାନେ ଧାନ ଓ ପରିବାପତ୍ର ଅମଳ କରିପାରୁ ନାହାନ୍ତି ।

କେନାଲର ପୁନଃଉଦ୍ଧାର ପାଇଁ ଚାଷୀଙ୍କ ଦାବିପତ୍ର

କେନାଲର ପୁନଃଉଦ୍ଧାର ପାଇଁ ସ୍ଥାନୀୟ କାଣ୍ଡସରା ଅଞ୍ଚଳର ଚାଷୀମାନେ ବିଭାଗୀୟ ଅଧିକାରୀ ତଥା ଜିଲ୍ଳାପାଳଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ ନକରିବା ଫଳରେ ଚାଷୀମାନେ ନିଜସ୍ୱ ଉଦ୍ୟମରେ ମେସିନ ଲଗାଇ କେନାଲ ଖୋଳିବାକୁ ବିଭାଗୀୟ ଅନୁମତି ନିମନ୍ତେ ଦାବିପତ୍ର ଦେଇଛନ୍ତି । ବର୍ଷାଦିନ ପୂର୍ବରୁ କେନାଲର ପୁନଃଉଦ୍ଧାର ନହେଲେ ଚାଷୀମନେ ଫସଲ ଚାଷକରିବା ସହ ଅମଳ କରିପାରିବେ ନାହିଁ । ଏନେଇ ଚାଷୀମାନେ ଜାରକା ଜଳସେଚନ ବିଭାଗର ଇନଚାର୍ଯ ଅଫିସରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ତୁରନ୍ତ କେନାଲର ମରାମତି କରିବାକୁ ଅନୁମତି ନଦେଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.