ଯାଜପୁର: ଋଣ ପାଇଁ ଚାଷୀଙ୍କୁ ବର୍ଷେ ଦୌଡାଇ ବ୍ୟାଙ୍କ ଶୁଣାଇଲା ନାସ୍ତିବାଣୀ। ଏମିତି ଏକ ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଳା ଚଣ୍ଡିଖୋଲ ଇଣ୍ଡସଇଣ୍ଡ ବ୍ୟାଙ୍କ ବିରୁଦ୍ଧରେ।
ଅଭିଯୋଗ ଅନୁଯାୟୀ, ବଡଚଣା ବ୍ଲକ ସୁଙ୍ଗୁଡା ଗାଁର ସେକ ଇଲିଆସ ସଘନଙ୍କୁ ମାଛ ଚାଷ ଯୋଜନାରେ ବଡଚଣା ବ୍ଲକ ମତ୍ସ୍ୟ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଭାବେ ମନୋନିତ ହୋଇଥିଲେ ।ଏହାପରେ ଚଣ୍ଡିଖୋଲ ଇଣ୍ଡସଇଣ୍ଡ ବ୍ୟାଙ୍କକୁ ରୂଣଦେବା ପାଇଁ ଚିଠି ଜାରି କରାଯାଇଥିଲା।
ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଇଲିଆସଙ୍କୁ ପୋଖରୀ ଖୋଳିବା ପାଇଁ ଜାଗା ଦେଖିଥିଲେ। ଏହାପରେ ସେ ହାତରୁ ଟଙ୍କା ଖର୍ଚ୍ଚକରି ପୋଖରୀ ଖୋଳିସାରିବା ପରେ ବ୍ୟାଙ୍କରୁ ଋଣ ନଦେବା ପାଇଁ ତାଙ୍କୁ ନୋଟିସ ଜାରିହୋଇଥିଲା। ଏହାପରେ ଇଲିଆସଙ୍କୁ ହତାଶ ହେବାକୁ ପଡିଛି।
ଏ ସମ୍ପର୍କରେ ବଡଚଣା ବ୍ଲକ ଫିସରି ଅଫିସରଙ୍କୁ ପଚାରିବାରୁ ଅନେକ ସମୟରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅସହଯୋଗ ପାଇଁ ସରକାରଙ୍କ ଯୋଜନା ବିଫଳ ହେଉଛି ବୋଲି କହିଛନ୍ତି। ଏ ସମ୍ପର୍କରେ ଚଣ୍ଡିଖୋଲ ଇଣ୍ଡସଇଣ୍ଡ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିବାରୁ ଲୋନ ଦେବାକୁ ସିଧାସଳଖ ମନାକରିବା ସହ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ