ETV Bharat / state

'ମୋ ଝିଅର ଅପହରଣକାରୀଙ୍କୁ ଗିରଫ କର' - family protest to rescue daughter

ନାବାଳିକାଙ୍କ ଅପହରଣକାରୀଙ୍କୁ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ପୀଡିତାଙ୍କ ପରିବାର । ଯାଜପୁର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି କିଛି ଅଭାବାନୀୟ ଦୃଶ୍ୟ । ଅଧିକ ପଢ଼ନ୍ତୁ...

'ମୋ ଝିଅର ଅପହରଣକାରୀଙ୍କୁ ଗିରଫ କର'
'ମୋ ଝିଅର ଅପହରଣକାରୀଙ୍କୁ ଗିରଫ କର'
author img

By

Published : May 14, 2021, 6:10 AM IST

ଯାଜପୁର: ଜଣେ ନାବାଳିକାଙ୍କ ଅପହରଣକାରୀଙ୍କୁ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ପୀଡିତାଙ୍କ ପରିବାର । ଯାଜପୁର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି କିଛି ଅଭାବାନୀୟ ଦୃଶ୍ୟ । ଦଶରଥପୁର ବ୍ଲକରେ ଜଣେ ନାବାଳିକାଙ୍କୁ ଯୁନ୍ଦୁପୁର ଗାଁରେ ଜଣେ ଯୁବକ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ହେଲେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ।

'ମୋ ଝିଅର ଅପହରଣକାରୀଙ୍କୁ ଗିରଫ କର'

ଯୁନ୍ଦୁପୁର ଗାଁର ଗଣେଶପ୍ରସାଦ ଦାସଙ୍କ ପୁଅ ପିଣ୍ଟୁ ଦାସ ନାବାଳିକଙ୍କୁ ଅପହରଣ କରିଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ଅଭିଯୋଗ ହୋଇଛି । ଘଟଣାକୁ ଅନେକ ଦିନ ବିତି ଯଇଥିଲେ ସୁଦ୍ଧା ଆଜିଯାଏଁ ଅଭିଯୁକ୍ତର ଟେର ପାଉନି ମଙ୍ଗଳପୁର ପୋଲିସ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ ।

ସେପଟ ପୋଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଗିରଫ ନକରି ଚୁପ ବସି ରହୁଥିବା ଅଭିଯୋଗ ହୋଇଛି । ଫଳରେ ନାବାଳିକାର ଜୀବନ ପ୍ରତି ବିପଦ ଥିବା ନେଇ ଆଶଙ୍କା କରି ଥାନାରେ ଧାରଣା ଦେଇଥିଲେ ପରିବାର ଲୋକେ । ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି । ତେବେ ଘଟଣାସ୍ଥଳରେ ମଙ୍ଗଳପୁର ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରି କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଲେ ପୀଡିତାଙ୍କ ପରିବାର ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.