ETV Bharat / state

ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ମିଳିଲା ମୃତ୍ୟୁକାଳୀନ ସହାୟତା

author img

By

Published : Sep 7, 2021, 7:54 PM IST

ଯାଜପୁର ଜିଲ୍ଲାରେ ୨ ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ମିଳିଲା ମୃତ୍ୟୁକାଳୀନ ସହାୟତା
ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ମିଳିଲା ମୃତ୍ୟୁକାଳୀନ ସହାୟତା

ଯାଜପୁର: ଜିଲ୍ଲାର ୨ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ମିଳିଲା ମୃତ୍ୟୁକାଳୀନ ସହାୟତା । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କର୍ତ୍ତବ୍ୟରତ ସାମ୍ବାଦିକ ୱେଲଫେୟାର ଫଣ୍ଡରୁ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି ।

ସାମ୍ବାଦିକ ଉତ୍କଳ ଜେନା ଏବଂ ଅନିରୁଦ୍ଧ ସାମନ୍ତରାୟଙ୍କ ପରିବାରକୁ ଏହି ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମୃତକ ସାମ୍ବାଦିକଙ୍କ ପରିବାରଙ୍କୁ ଭେଟି ଚେକ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି ଅନୁଦାନ ପାଇଁ ମୃତକଙ୍କ ପରିବାର ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୟରେ ଯାଜପୁର ପ୍ରେସ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ସାମ୍ବାଦିକଙ୍କ ପରିବାରକୁ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଅନୁସାରେ ସହାୟତା ରାଶି ପ୍ରଦାନ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.