ETV Bharat / state

ପରିବା ବଜାରରେ ନିଆଁ, ଗ୍ରାହକଙ୍କୁ କନ୍ଦାଉଛି ପିଆଜ-ଟମାଟୋ - Vegetables Price Hike

author img

By ETV Bharat Odisha Team

Published : 2 hours ago

Vegetables Price Hike in sambalpur: ପରିବା ବଜାରରେ ନିଆଁ । ବିଭିନ୍ନ ପରିବାର ଦର ଆକାଶଛୁଆଁ କାହିଁକି ଏହି ସଙ୍କଟ, କଣ କହିଲେ ବେପାରୀ । ଅଧିକ ପଢନ୍ତୁ

ପରିବା ବଜାରରେ ନିଆଁ, ଗ୍ରାହକଙ୍କୁ କନ୍ଦାଉଛି ପିଆଜ-ଟମାଟୋ
ପରିବା ବଜାରରେ ନିଆଁ, ଗ୍ରାହକଙ୍କୁ କନ୍ଦାଉଛି ପିଆଜ-ଟମାଟୋ (ETV Bharat Odisha)

ସମ୍ବଲପୁର: ଏବେ ପରିବା ବଜାରରେ ସତେ ଯେମିତି ନିଆଁ ଲାଗିଛି । ପରିବା ଦର ହଠାତ ଏତେ ବୃଦ୍ଧି ପାଇଛି ଯେ ଏହାର ପ୍ରଭାବ ସିଧା ଲୋକଙ୍କ ହାଣ୍ଡିଶାଳର ବଜେଟ ଉପରେ ପଡୁଛି । ସବୁଠୁ ଅଧିକ କନ୍ଦାଉଛି ପିଆଜ ଆଉ ଏହା ସହ ଟମାଟର । କାରଣ ପିଆଜ ଦର କିଲୋ ପିଛା ବର୍ତ୍ତମାନ ରିଟେଲ ମାର୍କେଟରେ 60 ଟଙ୍କା ଥିବା ବେଳେ ଟମାଟରର ଦର ରହିଛି 60 ରୁ 80 ପର୍ଯ୍ୟନ୍ତ । ତେବେ କାହିଁକି ବଢୁଛି ପିଆଜ ଆଉ ଟମାଟରର ଦର ।

ବର୍ତ୍ତମାନ ସମ୍ବଲପୁର ସହରରେ ଟମାଟର ସଙ୍କଟ । କାରଣ ବର୍ତ୍ତମାନ ସମ୍ବଲପୁର ସହରକୁ କେଵଳ ବାଙ୍ଗାଲୋର ଓ ଆନ୍ଧ୍ର ପ୍ରଦେଶରୁ ହିଁ ଟମାଟର ଆମଦାନୀ ହେଉଛି । ଆଉ ଏହି 2 ସ୍ଥାନରୁ ଟ୍ରକରେ ଟମାଟର ଆସିବାକୁ 3 ଦିନ ଲାଗିଥାଏ । ସମ୍ବଲପୁର ସହରରେ ଦୈନିକ 2 ଟ୍ରକ ଟମାଟରର ଚାହିଦା ରହିଛି । ଆଉ ଏହି 2ଟି ସ୍ଥାନରୁ ସମ୍ବଲପୁରକୁ ଗୋଟିଏ ଟ୍ରକର ଭଡା ପଡୁଛି 1 ଲକ୍ଷ 60 ହଜାର ଟଙ୍କା । ଅନ୍ୟପଟେ ଗୋଟିଏ ଟ୍ରକରେ ପ୍ରାୟ 800 କେରେଟ ଟମାଟର ଆସୁଥିବା ବେଳେ ବାଙ୍ଗାଲୋରର କେରେଟ ପିଛା ଟମାଟର 1300 ଟଙ୍କାରେ ହୋଲ ସେଲ ରେଟ କିଣାଯାଉଛି । ଆଉ ଗୋଟେ କେରେଟ ରେ ପ୍ରାୟ 25 କେଜି ଟମାଟର ରହୁଛି । ଫଳରେ ସମ୍ବଲପୁର ରେ ହୋଲ ସେଲ ମାର୍କେଟରେ ବର୍ତ୍ତମାନ ଟମାଟୋ ଦର ପ୍ରାୟ 55 ଟଙ୍କା ରହୁଥିବା ବେଳେ ରିଟେଲ ମାର୍କେଟରେ ଏହା 60 ରୁ 80 ଟଙ୍କା ପର୍ଯ୍ୟନ୍ତ ରହୁଛି ।

କାହିଁକି ସଙ୍କଟ:-

ବର୍ତ୍ତମାନ ବର୍ଷା ଦିନ ହୋଇଥିବା ବେଳେ ଫସଲ ନଷ୍ଟ ହୋଇଯିବା ଯୋଗୁଁ ତଥା ଟ୍ରକରେ ମାଲକୁ ଘୋଡେଇ କି ଆଣିବା ଦ୍ୱାରା ଅଧିକାଂଶ ଟମାଟର ଗରମ ଯୋଗୁଁ ନଷ୍ଟ ହୋଇଯାଉଛି । ଫଳରେ ବ୍ୟବସାୟୀମାନେ କ୍ଷତି ସହୁଥିବା ବେଳେ ଷ୍ଟକ କମି ଯାଉଛି । ଅନ୍ୟପଟେ ଲୋକଙ୍କ ଚାହିଦା କମୁନି ଫଳରେ ଟମାଟୋ ଦର ରିଟେଲ ମାର୍କେଟରେ ବୃଦ୍ଧି ପାଇଛି ବୋଲି ବ୍ୟବସାୟୀ କୁହନ୍ତି । କିଛି ହୋଲସେଲ ବ୍ୟବସାୟୀ କମ ଦରରେ ମାଲ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହୁଛନ୍ତି ।

ଏନେଇ ସମ୍ବଲପୁରର ହୋଲସେଲର ବ୍ୟବସାୟୀ ବଳରାମ ଗୁପ୍ତା କୁହନ୍ତି," ବର୍ଷା ଯେଉଁ ହେଲା ସେଥିପାଇଁ ରେଟ ବଢ଼ି ଚାଲିଛି । ବର୍ଷା ଯେଉଁ ହୋଇଛି ତା ପାଇଁ ମାଲ ନାହିଁ । କେଵଳ ଆନନ୍ଦପୁର ଓ କୋଲାରରୁ ଟମାଟର ଆସୁଛି । ଆଉ କୌଣସି ସ୍ଥାନରୁ ଆସୁନାହିଁ । ଭଡା କେବଳ ପଡୁଛି ଆଜ୍ଞା 1 ଲକ୍ଷ 60 ହଜାର ଟଙ୍କା ଗୋଟିଏ ଗାଡିକୁ । ଦୈନିକ 2ଟା ଗାଡି ଆସୁଛି ।’’

ବର୍ଷା ପାଇଁ ନଷ୍ଟ ହେଉଛି ଟମାଟୋ
ଅନ୍ୟପଟେ ଆଉ ଜଣେ ଖୁଚୁରା ବ୍ୟବସାୟୀ ମହମ୍ମଦ ଜାଭେଦ କୁହନ୍ତି,‘‘ବର୍ଷାରେ ଟମାଟର ଖରାଫ ହୋଇ ଯାଉଛି, ସେଥିପାଇଁ ମହଙ୍ଗା ହୋଇଛି । ଏ ଟମାଟର କିଣା ହେଉଛି 700 ଟଙ୍କାରେ ବିକା ହେଉଛି 350 ଟଙ୍କାରେ ପୁରା ଡେମେଜ ହୋଇ ଯାଉଛି, ବର୍ଷା ଯୋଗୁଁ ଲାଷ୍ଟିଙ୍ଗ କରୁନାହିଁ । ଟ୍ରେ’ କୁ 700 ଟଙ୍କା କିଣୁଆଁ, ବିକା ହେଉଛି 250,300, 400 ଟଙ୍କାରେ । ସେଠୁ ଆଣିବା ସମୟରେ ଠିକ ଥିଲା, ବର୍ଷାରେ ମାଲ ରହୁ ନାହିଁ । ଖରାଫ ହୋଇ ଯାଉଛି । ଭଲ ମାଲ 1200 ଟଙ୍କାରେ ବି କିଣିକି ଆଣୁଛୁ, ସେଟା ଅଲଗା ବିକ୍ରି ହେଉଛି ଅଲଗା ରେଟରେ । କିନ୍ତୁ ସେଥିରୁ ବି ଘାଟା ହେଉଛି । "

ଅନ୍ୟପଟେ ପିଆଜ ଦର ସମ୍ବଲପୁରର ରିଟେଲ ମାର୍କେଟରେ ବର୍ତ୍ତମାନ କିଲୋ ପିଛା 60 ଟଙ୍କା ରହିଛି । ତେବେ କଣ ପାଇଁ ଏହି 10 ଦିନ ଭିତରେ ପିଆଜ ଦର ଡବଲ ହୋଇଗଲା ସେନେଇ ଗ୍ରାହକ କିଛି ବୁଝିପାରୁନାହାଁନ୍ତି । ତେବେ ହୋଲସେଲ ବ୍ୟବସାୟୀଙ୍କ ଅନୁସାରେ ସମ୍ବଲପୁରକୁ ପିଆଜ ନାସିକରୁ ଆସୁଥିବା ବେଳେ ବର୍ତ୍ତମାନ ସେଠାରେ ବର୍ଷା ହେବା ଯୋଗୁଁ ପିଆଜ ଫସଲ ନଷ୍ଟ ହୋଇଯିବାରୁ ତଥା ଗୁଳୁଗୁଳି ପାଗ ଯୋଗୁଁ ପିଆଜ ନଷ୍ଟ ହେବାରୁ ବର୍ତ୍ତମାନ ବଜାରରେ ଏହିଭଳି ପରିସ୍ଥିତି ଉପୁଜିଛି । ଏହି ଭଳି ସ୍ଥିତି ଦୀପାବଳି ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଅନୁମାନ କହୁଛନ୍ତି ବ୍ୟବସାୟୀ ।

ଅନ୍ୟପଟେ ବର୍ତ୍ତମାନ ସମ୍ବଲପୁରରେ ଯେ କେବଳ ଟମାଟୋ କି ପିଆଜ ଦର ଅଧିକ ତାହା ନୁହେଁ, ଅନ୍ୟ ପନିପରିବା ମଧ୍ୟ ଏତେ ଅଧିକ ହୋଇଛି ଯେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବଜାରକୁ ଯିବାକୁ ଡ଼ରୁଛନ୍ତି । ବର୍ତ୍ତମାନ ସମ୍ବଲପୁର ର ରିଟେଲ ମାର୍କେଟ ବନ୍ଧା କୋବି କିଲୋ ପ୍ରତି 40, ବିନ 160,ଫୁଲ କୋବି 100,ଟମାଟୋ 80, ଗାଜର 50,କାକୁଡି 50,ଝୁଡ଼ଙ୍ଗ 80, ଜନହି 50,ପୋଟଳ 60,ବାଇଗଣ 40,ଭେଣ୍ଡି 50 ଟଙ୍କା ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.