ETV Bharat / state

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଅନୁଧ୍ୟାନ ହେବ କହିଲେ ADMO - ଅବହେଳା କାରଣରୁ ରୋଗୀ ମୃତ୍ୟୁ

ଯାଜପୁରରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀ ମୃତ୍ୟୁ ଅଭିଯୋଗ । ଝାଡାବାନ୍ତି କାରଣରୁ ମେଡିକାଲ ଆସିଥିବା ରୋଗୀଙ୍କୁ କେବଳ ପ୍ରାଥମିକ ଚିକିତ୍ସା କରି ଫେରାଇ ଦେଇଥିଲେ ଡାକ୍ତର । ଅଧିକ ପଢ଼ନ୍ତୁ

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଅନୁଧ୍ୟାନ ହେବ କହିଲେ ଏଡିଏମଓ

author img

By

Published : Oct 20, 2022, 9:57 AM IST

ଯାଜପୁର: ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀ ମୃତ୍ୟୁ ଅଭିଯୋଗ । ଝାଡାବାନ୍ତି କାରଣରୁ ଗତ ଅକ୍ଟୋବର ୧୭ (ସୋମବାର) ଦିନ ଜଣେ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କେବଳ ପ୍ରାଥମିକ ଚିକିତ୍ସା କରି ଫେରାଇ ଦେଇଥିଲେ ଡାକ୍ତର । ଏନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଯାଜପୁର ମୁଖ୍ୟ ଡାକ୍ତରଖାନାର ଏଡିଏମଓ ।

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଅନୁଧ୍ୟାନ ହେବ କହିଲେ ଏଡିଏମଓ

ସୂଚନା ଅନୁସାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବିଞ୍ଝାରପୁର ଅଞ୍ଚଳର ଜଣେ ରୋଗୀ ରବି ନାରାୟଣ ଜେନା ଗତ ଅକ୍ଟୋବର ୧୭ (ସୋମବାର) ଦିନ ବିଳମ୍ବିତ ରାତିରେ ଭର୍ତ୍ତି ହୋଇଥିଲେ । ଝାଡାବାନ୍ତି ହେଉଥିବାରୁ ତାଙ୍କୁ ଆଡମିଶନ କରାଯାଇଥିଲା । କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଘରକୁ ନେଇଯିବାକୁ କହି ବିଦା କରି ଦେଇଥିଲେ । ତେବେ ରୋଗୀ ଘରକୁ ଯିବା ବାଟରେ ହିଁ ଗୁରୁତର ହେବାରୁ ପରିବାର ପକ୍ଷରୁ ତାଙ୍କୁ ପୁନର୍ବାର ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଡାକ୍ତରଙ୍କ ଅବହେଳା କାରଣରୁ ରବି ନାରାୟଣ ଜେନାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବୁଧବାର ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ସେପଟେ ଯାଜପୁର ମୁଖ୍ୟ ଡାକ୍ତରଖାନାର ଏଡିଏମଓ କହିଛନ୍ତି, "ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଅଭିଯୋଗ ହୋଇନାହିଁ । ତଥାପି ଏନେଇ ଅନୁଧ୍ୟାନ କରାଯିବ ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.