ETV Bharat / state

ବଡଚଣା ବ୍ଲକରେ UMSL କମ୍ପାନୀ ଯୋଗୁଁ ଚାଷରେ ବ୍ୟାପକ କ୍ଷୟକ୍ଷତି ଅଭିଯୋଗ - damage allegations UML company in Badchana

ବଡଚଣା ବ୍ଲକରେ ଥିବା କଡାଇ, ଇନାୟତନଗର ଓ ଗଣାସ ଗାଁର ଚାଷ ଜମିରୁ ପାଣି ନିଷ୍କାସନ ନହେବା ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । UMSL କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିବା ସହିତ ଧମକ ଚମକ ଦେଇ ଜମି ହାତେଇ ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବଡଚଣା ବ୍ଲକରେ UMSL କମ୍ପାନୀ ଯୋଗୁଁ ଚାଷରେ ବ୍ୟାପକ କ୍ଷୟକ୍ଷତି ଅଭିଯୋଗ

author img

By

Published : Dec 19, 2020, 6:43 PM IST

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ ଥିବା କଡାଇ, ଇନାୟତନଗର ଓ ଗଣାସ ଗାଁର ଚାଷ ଜମିରୁ ପାଣି ନିଷ୍କାସନ ନହେବା ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଫଳରେ କୃଷକମାନେ ନାହିଁ ନଥିବା କ୍ଷତିର ଶିକାର ହୋଇଛନ୍ତି।

ବଡଚଣା ବ୍ଲକରେ UMSL କମ୍ପାନୀ ଯୋଗୁଁ ଚାଷରେ ବ୍ୟାପକ କ୍ଷୟକ୍ଷତି ଅଭିଯୋଗ

ଏହି ଅଞ୍ଚଳରେ UMSL କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିବା ସହିତ ଧମକ ଚମକ ଦେଇ ଜମି ହାତେଇ ନେଇଥିବା ଅଭିଯୋଗ ହୋଇଛି । କମ୍ପାନୀ ବିଭିନ୍ନ ସ୍ଥାନରେ ବନ୍ଧ ନିର୍ମାଣ କରିବା ଫଳରେ ଜମି ଗୁଡିକରୁ ଜଳ ନିଷ୍କାସନ ହୋଇପାରୁନଥିବା ଦର୍ଶାଯାଇଛି । ତେଣୁ ଏହି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆଜି(ଶନିବାର) ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଏ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.