ETV Bharat / state

ଘର ଘର ବୁଲିଲା ଅବକାରୀ ବିଭାଗ, ମଦ ବିକ୍ରିକୁ ବିରୋଧ କରିବାରୁ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି

author img

By

Published : Aug 31, 2022, 11:25 AM IST

ଯାଜପୁରରେ ଚାଲିଛି ବେଆଇନ ମଦ ବିକ୍ରି । ବିରୋଧ କରିବାରୁ ମହିଳାଙ୍କ ମଧ୍ୟରେ ଚାଲିଲା ଧସ୍ତାଧସ୍ତି । ଅଧିକ ପଢ଼ନ୍ତୁ

ଘରଘର ବୁଲିଲା ଅବକାରୀ ବିଭାଗ, ମଦ ବିକ୍ରିକୁ ବିରୋଧ କରିବାରୁ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି

ଯାଜପୁର: ଘର ଘର ବୁଲିଲା ଅବକାରୀ ବିଭାଗ । ମଦ ବିକ୍ରିକୁ ବିରୋଧ କରିବାରୁ ମହିଳାଙ୍କ ମଧ୍ୟରେ ଚାଲିଲା ଧସ୍ତାଧସ୍ତି । ଦେଶୀ ମଦ ବେପାରକୁ କେନ୍ଦ୍ରକରି ଯାଜପୁର ଟାଉନ ଥାନା ପଣସା ପଞ୍ଚାୟତର ମୋଟରଙ୍ଗାପାଳ ଗାଁରେ ଆଜି ଉତ୍ତେଜନା ପ୍ରକାଶ ପାଇଛି । ଏହି ପଞ୍ଚାୟତରେ ଗାଁକୁ ମଦମୁକ୍ତ କରିବାକୁ ଅଭିଯାନ ଚାଲିଛି ।

ଗାଁର ଯୁବକ ଓ ମହିଳାମାନେ ଏକତ୍ର ହୋଇ ଗଣେଶ ଜେନାଙ୍କ ଘରୁ ୫ ପ୍ୟାକେଟ ଚୋରା ମଦ ଜବତ କରିଥି‌ଲେ । ସେହିପରି ଧୁସା ଜେନାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ଅନ୍ୟ ଜଣେ ମଦ ବେପାରୀଙ୍କ ଘରକୁ ଯିବାବେଳେ ‌ଘରର ମହିଳାମାନେ ମଦ ବିରୋଧୀ ଅଭିଯାନର ମହିଳାମାନଙ୍କୁ ବିରୋଧ କରିବା ସହ ଗାଳିଗୁଲଜ କରିଥି‌ଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ମଦ ବି‌ରୋଧୀ ଅଭିଯାନର ମହିଳାମାନେ ସମ୍ପୃକ୍ତ ମହିଳାଙ୍କୁ ଟଣାଓଟରା କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ‌ହୋଇଥିଲା । ଏହାପରେ ଅବକାରୀ ବିଭାଗ ଘର ଘର ବୁଲି ଛାପା ମାରିଥିଲା । ମୋଟ ୨୪ ଲିଟର ଚୋରା ମଦ ଜବତ କରି ଗଣେଶଙ୍କୁ କୋର୍ଟ ଚାଲାଣ କରିଥିଲା ।

ଧୁସାର କୋଭିଡ୍‌ ପଜିଟିଭ ରିପୋର୍ଟ ଆସିବାରୁ ମାମଲା ରୁଜୁ କରି ଚିକିତ୍ସା ପାଇଁ ଛାଡ଼ି ଦିଆଯାଇଛି । ଏହି ଚଢ଼ଉ ସମୟରେ ମୋବାଇଲ ସ୍କ୍ବାର୍ଡର ଇନ୍ସପେକ୍ଟର ସମୀର କୁମାର ମହାନ୍ତି, ସବ୍‌ ଇନ୍ସପେକ୍ଟର ଦିଲୀପ କୁମାର ନାୟକ, ଏଏସଆଇ ଯଯାତିକେଶରୀ ପଣ୍ଡା, କନେଷ୍ଟବଳ କ୍ଷୀରୋଦ କୁମାର ସାହୁ, ସରୋଜ କୁମାର ବେହେରା, ଗୟାଧର ସେଠୀ, ସ୍ବର୍ଣ୍ଣଲତା ଦାଶ, ଲିପ୍ସା ବେହେରା, ରାକେଶ କୁମାର ମୁର୍ମୁ ଓ ସୋମନାଥ ବେହୁରିଆ ସାମିଲ ହୋଇଥିଲେ ।

ଗାଁରେ ବେଆଇନ ଭାବେ ବ୍ୟାପକ ପରିମାଣରେ ଦେଶୀ ମଦ କାରବାର ହେଉଥିବାରୁ ସାମାଜିକ ସୌହାର୍ଦ୍ଦ୍ୟ ନଷ୍ଟ ହେଉଛି । ଏହାସହିତ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମଦପିଇ ପଥ ଭ୍ରଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ମହିଳା ଗୋଷ୍ଠୀ । ମଦ ଯୋଗୁଁ ପରିବାର ମଧ୍ୟରେ ଝଗଡା ହେବା ସହିତ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ଆନ୍ଦୋଳନକାରୀ ମହିଳାମାନେ ଅଭିଯୋଗ କରିଛନ୍ତି । ଗାଁରେ ସୁସ୍ଥ ପରିବେଶ ସୃଷ୍ଟି କରିବା ସହିତ ଏହି ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହାସହ ମଦ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଉଠିଛି । ମଦ ବିକ୍ରି ବନ୍ଦ ନହେଲେ ଛୋଟ ଛୁଆଙ୍କ ଉପରେ କୁପ୍ରଭାବ ପଡ଼ିବ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.