ETV Bharat / state

‘ଇଟିଭି ଭାରତ’ ପ୍ରଭାବ, ବନ୍ଦୀ ଜୀବନରୁ ମୁକ୍ତି ପାଇବେ ରମାକାନ୍ତ - jajpur man chained

‘ଇଟିଭି ଭାରତ’ର ମହାପ୍ରଭାବ । ବନ୍ଦୀ ଜୀବନରୁ ମୁକ୍ତି ପାଇବେ ରମାକାନ୍ତ ବେହେରା । 30 ବର୍ଷ ପରେ ଫିଟିବ ଶୁକୁଳି । ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ରମାକାନ୍ତ ବେହେରାକୁ ସହଯୋଗର ହାତ ବଢାଇଛି ପ୍ରଶାସନ । ସମ୍ପୂର୍ଣ୍ଣ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Sep 26, 2019, 9:42 PM IST

ଯାଜପୁର: ‘ଇଟିଭି ଭାରତ’ର ମହାପ୍ରଭାବ । ବନ୍ଦ କୋଠରୀରୁ ମୁକୁଳିବେ ରମାକାନ୍ତ । ଦୀର୍ଘ 30 ବର୍ଷର ବନ୍ଦୀ ଜୀବନରୁ ପାଇବେ ମୁକ୍ତି । ଅନ୍ୟମାନଙ୍କ ପରି ସେ ମଧ୍ୟ ଜୀଇଁବେ ଜୀବନ । ସ୍ବାଧୀନ ଭାବେ କରିବେ ଜୀବନଯାପନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ରମାକାନ୍ତ ବେହେରାକୁ ସହଯୋଗର ହାତ ବଢାଇଛି ପ୍ରଶାସନ । ପ୍ରଶାସନର ଏହି ସହଯୋଗ ରମାକାନ୍ତଙ୍କ ପାଇଁ ନୂତନ ଭାବେ ଜୀବନ ଜୀଇଁବାର ଆଶା ସଞ୍ଚାର ହୋଇଛି ।

ରମାକାନ୍ତଙ୍କ ବନ୍ଦୀ ଜୀବନ ଖବର ପ୍ରସାରଣ ପରେ ଗୁରୁବାର ଯାଜପୁର ଜିଲ୍ଲାପାଳ ରଞ୍ଜନ ସ୍ବାଇଁ ରମାକାନ୍ତଙ୍କୁ ଭେଟିଛନ୍ତି । ଏହାସହ ତାଙ୍କର ସମସ୍ତ ଚିକିତ୍ସା ଭାର ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏଥିସହିତ ବିଜୁ ପକ୍କା ଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ରାସନ କାର୍ଡ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପ ଫଳରେ ଶିକୁଳିରେ ବନ୍ଧା ହୋଇଥିବା ରମାକାନ୍ତଙ୍କ ମୁକ୍ତି ପାଇବା ସହିତ ସୁସ୍ଥ ହେବା ନେଇ ଆଶା ସଞ୍ଚାର ହୋଇଛି ।

ଏହାମଧ୍ୟ ପଢନ୍ତୁ: ରମାକାନ୍ତଙ୍କ ଅଭିଶପ୍ତ ଜୀବନ: ଶିକୁଳିରେ ଗଲା ଯୌବନ

୩୦ ବର୍ଷ ଧରି ଗୋଟିଏ କୋଠରୀରେ ଦିନ କାଟୁଥିବା ଉଦୟପୁର ଗାଁର ରମାକାନ୍ତ ବେହେରାଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବ । ଏଭଳି ପ୍ରତିଶୃତି ଦେଇଛନ୍ତି ଜିଲାପାଳ । ଜିଲ୍ଲାପାଳଙ୍କ ଏହି ପ୍ରତିଶୃତି ପରେ ରମାକାନ୍ତଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି । ଏନେଇ ତାଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଛନ୍ତି ।

ପ୍ରକାଶ ଯେ, ଦୀର୍ଘ 30 ବର୍ଷ ତଳେ ସାଧାରଣ ଜୀବନଯାପନ କରୁଥିବା ରମାକାନ୍ତ ହଠାତ୍ ଅସ୍ବାଭାବିକ ହୋଇପଡିଥିଲେ । ଯେଉଁଥି ପାଇଁ ପରିବାର ଲୋକେ ତାଙ୍କୁ ଗୋଟିଏ ଘରେ ବନ୍ଦୀ ଭାବରେ ରଖିଥିଲେ । ଏହି ଖବର ପ୍ରଥମେ ‘ଇଟିଭି ଭାରତ’ରେ ପ୍ରସାରଣ ହୋଇଥିଲା ।

ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଛି । ରମାକାନ୍ତଙ୍କ ପରିବାର ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଦଶରଥପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ପାଇବା ପରେ ଗୁରୁବାର ଜିଲ୍ଲାପାଳ ଉଦୟପୁର ଗାଁକୁ ଯାଇଥିଲେ । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ବେଶ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-Sikulire bandha jibana
format-avo(followup)
reporter-Gyana ranjan ojha
place-jajpur
date-26.09.19
anchor--- ଈଟିଭି ଭାରତ ପ୍ରଭାବ ।ବନ୍ଦୀ ଜୀବନରୁ ମୁକ୍ତି ପାଇବେ ରମାକାନ୍ତ । ଦୀର୍ଘ ୩୦ ବର୍ଷ ଧରି ଅନ୍ଧାର କୋଠରୀ ରେ ଦିନ କାଟୁଥିବା ଯାଜପୁର ଉଦୟପୁର ଗାଁର ରମାକାନ୍ତଙ୍କୁ ସହଯୋଗର ହାତ ବଢ଼ାଇଛି ଜିଲାପ୍ରଶାସନ । ଆଜି ଜିଲାପାଳ ରଂଜନ କୁମାର ଦାସ ରମାକାନ୍ତଙ୍କ ଘରେ ପହଂଚି ପରିବାର ବର୍ଗଙ୍କୁ ଭେଟି ରମାକାନ୍ତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଥିଲେ । ଏଥିସହିତ ବିଜୁ ପକ୍କା ଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ରେସନ କାର୍ଡ ପ୍ରଦାନ କରିଥିଲେ । ଜିଲାପାଳଙ୍କ ଏଭଳି ପଦକ୍ଷେପ ପଂଳରେ ଶିକୁଳି ରେ ବନ୍ଧା ହୋଇଥିବା ରମାକାନ୍ତଙ୍କ ମୁକ୍ତି ହେବା ସହିତ ସୁସ୍ଥ ହେବା ନେଇ ଆଶା ସଂଚାର ହୋଇଛି । ୩୦ ବର୍ଷ ଧରି ଗୋଟିଏ କୋଠରୀରେ ଦିନ କାଟୁଥିବା ଉଦୟପୁର ଗାଁର ରମାକାନ୍ତ ବେହେରାଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବ । ଏଭଳି ପ୍ରତିଶୃତି ଦେଇଛନ୍ତି ଯାଜପୁର ଜିଲାପାଳ ରଂଜନ କୁମାର ଦାସ । ଜିଲାପାଳ ନିଜେ ରମାକାନ୍ତ ଓ ତାଙ୍କ ପରିବାରଙ୍କୁ ଭେଟି ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ରମାକାନ୍ତଙ୍କ ପରିବାରକୁ ବିଜୁ ପକ୍କା ଘର ଯୋଜନା ରେ ଘର ର କାର୍ଯ୍ୟାଦେଶ ଦେଇଛନ୍ତି । ଏଥିସହିତ ପରିବାରକୁ ରେସନ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି । ରମାକାନ୍ତଙ୍କ ସମସ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି । ଯାହାକୁ ନେଇ ରମାକାନ୍ତଙ୍କ ପରିବାର ପକ୍ଷରୁ ଜିଲାପାଳଙ୍କୁ ଧନ୍ୟବାଦ ଦିଆଯାଇଛି ।ରମାକାନ୍ତଙ୍କ ଜୀବନରେ ହଠାତ୍ ପରିବର୍ତନ ଆସିଥିଲା । ମାନସିକ ବିକୃତି କାରଣରୁ ଅସ୍ୱାଭାବିକ ଆଚରଣ ଦେଖାଦେଇଥିଲା । ପଂଳରେ ଆଜକୁ ସେ ୩୦ରୁ ଉର୍ଦ୍ଦ ବର୍ଷ ହେଲା ସେ ଗୋଟିଏ ଘର ଭିତରେ ବନ୍ଦ ହୋଇପଡିରହିଥିଲେ । ଏ ସଂପର୍କରେ ଈଟିଭି ଭାରତରେ ଖବର ପରିବେଶଣ ହେବା ପରେ ପ୍ରଶାସନର ନିଦ ଭାଂଗିଥିଲା । ରମାକାନ୍ତଙ୍କ ପରିବାର ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲାପାଳ ଦଶରଥପୁର ବିଡିଓଙ୍କୁ ନିର୍ଦ୍ଧେଶ ଦେଇଥିଲେ । ରିପୋର୍ଟ ପାଇବା ପରେ ଆଜି ଜିଲାପାଳ ଉଦୟପୁର ଗାଁକୁ ଯାଇଥିଲେ । ଜିଲାପାଳଙ୍କ ଏଭଳି ପଦକ୍ଷେପ କୁ ବେଶ ପ୍ରଶଂସା କରିଛନ୍ତି ଗ୍ରାମବାସୀ । ରମାକାନ୍ତଙ୍କୁ ସଂପୁର୍ଣ୍ଣ ସୁସ୍ଥ କରିବା ପାଇଁ ପ୍ରଶାସନ ଉଦ୍ୟମ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ଜିଲ୍ଲାପାଳଙ୍କ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.