ETV Bharat / state

ଇଞ୍ଜିନିୟରଙ୍କ ପରିବେଶ ପ୍ରେମ, ନଦୀଶଯ୍ୟା ସଜାଇବା ସ୍ବପ୍ନ - ଇଞ୍ଜିନିୟରଙ୍କ ପରିବେଶ ପ୍ରେମ

ଯୁବ ଇଞ୍ଜିନିୟରଙ୍କ ନଦୀ ସଭ୍ୟତା ଓ ପରିବେଶ ସୁରକ୍ଷା ଅଭିଯାନ । ତାଙ୍କର ଏଭଳି ପ୍ରୟାସ ପାଇଁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ଅଧିକ ପଢନ୍ତୁ...

environmental Lover jajpur engineer dharmendra kar
ପେଶାରେ ଇଞ୍ଜିନିୟର, ନିଶା ତାଙ୍କର ପରିବେଶ ପ୍ରେମ
author img

By

Published : Jan 8, 2021, 6:27 PM IST

ଯାଜପୁର: ଯୁବ ଇଞ୍ଜିନିୟରଙ୍କ ପରିବେଶ ସୁରକ୍ଷା ଅଭିଯାନ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଘୋଳପୁର ଗାଁର ଧର୍ମେନ୍ଦ୍ର କର ନାମକ ଜଣେ ଇଞ୍ଜିନିୟର କିଛି ଉତ୍ସାହୀ ଯୁବକଙ୍କୁ ନେଇ ଗାଁ ନଦୀଶଯ୍ୟାକୁ ପରିଷ୍କାର କରିବା ସହ ସବୁଜ ବନନୀ ସୃଷ୍ଟି କରିବା ଦିଗରେ ପ୍ରୟାସ କରୁଛନ୍ତି । ସେ ନିଜସ୍ବ ପ୍ରଚେଷ୍ଟାରେ ନଦୀଶଯ୍ୟାରେ ବୃକ୍ଷରୋପଣ କରୁଛନ୍ତି । ଗଛଗୁଡିକରେ ନିୟମିତ ପାଣି ଦେଇ ଯତ୍ନ ନେଉଛନ୍ତି । ଏହାସହ ନଦୀକୂଳରେ ବସି ପରିବେଶକୁ ଉପଭୋଗ କରିବାକୁ ସେଠାରେ ସିମେଣ୍ଟ ବେଞ୍ଚ ତିଆରି କରିବା ସହ ତୁଠ କଡରେ ରଖୁଛନ୍ତି ଡଷ୍ଟବିନ । ସବୁଠୁ ବଡ କଥା ହେଉଛି ଧର୍ମେନ୍ଦ୍ର ସୁଦୂର ମୁମ୍ବାଇରେ ଟେକ ମହିନ୍ଦ୍ରା କମ୍ପାନୀର ଡାଟା ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟରତ । ଏହାସତ୍ତ୍ବେ ମଧ୍ୟ ସେ ପରିବେଶ ସୁରକ୍ଷା ଦିଗରେ ବେଶ ଯତ୍ନବାନ । ଯୁବ ଇଞ୍ଜିନିୟରଙ୍କ ପରିବେଶ ସୁରକ୍ଷା ଦିଗରେ ଏଭଳି ପ୍ରଚେଷ୍ଟା ପାଇଁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

ପେଶାରେ ଇଞ୍ଜିନିୟର, ନିଶା ତାଙ୍କର ପରିବେଶ ପ୍ରେମ

ଧର୍ମେନ୍ଦ୍ରଙ୍କ ଗାଁ ଘୋଳପୁର ଦେଇ ପ୍ରବାହିତ ହୋଇଛି ଖରସ୍ରୋତା ନଦୀ । ଏହି ଗାଁ ସଭ୍ୟତାରୁ ଛୋଟରୁ ବଡ ହୋଇଛନ୍ତି ଧର୍ମେନ୍ଦ୍ର । ଏଇଠୁ ପାଠ ପଢି ସେ ଆଜି ମୁମ୍ବାଇରେ ନିଜକୁ ଜଣେ ପ୍ରତିଷ୍ଠିତ ଯୁବକ ଭାବେ ପ୍ରତିପାଦିତ କରିପାରିଛନ୍ତି । କିଛି ଦିନ ତଳେ ଏହି ଯୁବ ଇଞ୍ଜିନିୟର ଜଣକ ନିଜର କୌଣସି କମ୍ପାନୀ କାର୍ଯ୍ୟରେ ଓଡିଶା ଆସିଥିଲେ ଓ ନିଜ ଗାଁରେ ରହିଥିଲେ । ମାତ୍ର ଆବର୍ଜନା ପୂର୍ଣ୍ଣ ନିଜ ଗାଁ ନଦୀଶଯ୍ୟାକୁ ଦେଖି ଖୁବ ବ୍ୟଥିତ ହୋଇଥିଲେ । ଏହାପରେ ସେ ନଦୀଶଯ୍ୟା ଓ ପରିବେଶର ସୁରକ୍ଷା ଲାଗି ଅଣ୍ଟା ଭିଡିଥିଲେ । ଗାଁର କିଛି ଉତ୍ସାହୀ ଯୁବକ ଓ ମହିଳାଙ୍କୁ ଧରି ଧର୍ମେନ୍ଦ୍ର ଚଳାଇଛନ୍ତି ପରିବେଶ ସୁରକ୍ଷା ଅଭିଯାନ । ନିଜ ଗାଁ ନଦୀଶଯ୍ୟାକୁ ସଫାସୁତୁରା କରିବା ସହ ସେଠାରେ ଡଷ୍ଟବିନ ଓ ସିମେଣ୍ଟ ବେଞ୍ଚ ତିଆରି କରି ଶଯ୍ୟାକୁ ଆର୍କଷଣୀୟ ଏବଂ ବ୍ୟବହାରଯୋଗ୍ୟ କରିଛନ୍ତି । ଏହାସହ ଲୋକମାନଙ୍କୁ ଘରର ବର୍ଜ୍ୟବସ୍ତୁ, ପଶୁପକ୍ଷୀଙ୍କ ମୃତଦେହ, ପ୍ଲାଷ୍ଟିକ ଆଦି ନଦୀରେ ନ ଫିଙ୍ଗିବାକୁ ସଚେତନ କରୁଛନ୍ତି । ଆଜିକାଲି କଂକ୍ରିଟ ଜଙ୍ଗଲର ଦ୍ରୁତି ବୃଦ୍ଧି ଯୋଗୁଁ ଧୀରେ ଧୀରେ ଗଛଲତା ସବୁ ନଷ୍ଟ ହୋଇଯାଉଛି। ଯଦ୍ବାରା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏସବୁ ଦେଖି ପରିବେଶ ସୁରକ୍ଷା ପାଇଁ ଧର୍ମେନ୍ଦ୍ର ଚଳାଇଛନ୍ତି ନଦୀ ସଭ୍ୟତା ଓ ପରିବେଶ ସୁରକ୍ଷା ଅଭିଯାନ । ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଯୁବ ଇଞ୍ଜିନିୟରଙ୍କ ଏଭଳି ମହତ କାର୍ଯ୍ୟ ଦେଖି ଖୁବ ପ୍ରଶଂସା କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ସାରା ରାଜ୍ୟରେ ସିଡ୍ ବଲ ବା ମାଟି ପିଣ୍ଡୁଳା ସହାୟତାରେ ସବୁଜ ବନାନୀ ସୃଷ୍ଟି କରିବା ଲକ୍ଷ୍ୟରେ ଅଭିଯାନ ଚଳାଇଥିଲେ ।

ଧର୍ମେନ୍ଦ୍ର ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ସମସ୍ତ ନଦୀଶଯ୍ୟାଗୁଡିକୁ ସଜାଇବାକୁ ସ୍ବପ୍ନ ଦେଖିଛନ୍ତି । ଖରସ୍ରୋତା ନଦୀରୁ ଆରମ୍ଭ କରିଥିବା ଅଭିଯାନକୁ ବଙ୍ଗୋପସାଗରରେ ପହଞ୍ଚାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଆଉ ପ୍ରୟାସ ମଧ୍ୟ କରୁଛନ୍ତି । ଆଜିର ଯନ୍ତ୍ରଚାଳିତ ଯୁଗରେ ଯୁବ ଇଞ୍ଜିନିୟରଙ୍କ ଏଭଳି ପରିବେଶ ପ୍ରେମ ଯୁବପୀଢିଙ୍କ ପାଇଁ ଉଦାହରଣ ସାଜିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.