ETV Bharat / state

ଚାଷଜମିରେ ହାତୀଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ - ହାତୀ ଉପଦ୍ରବ ଯାଜପୁର

ଯାଜପୁରରେ ହାତୀ ଉପଦ୍ରବ । ହାତୀଙ୍କ ଦାଉରୁ ଚାଷଜମିକୁ ରକ୍ଷା କରିବା ପାଇଁ ସାଧାରଣରେ ଦାବି । ଅଧିକ ପଢନ୍ତୁ...

ଯାଜପୁରରେ ବିଭିନ୍ନ ଚାଷଜମିରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

author img

By

Published : Dec 18, 2020, 7:53 PM IST

ଯାଜପୁର: ଜିଲ୍ଲା ସ୍ଥିତ ବଡଚଣା ବୈରୀ ରେଞ୍ଜ ଅନ୍ତର୍ଗତ ପଶ୍ଚିମ ବଡଚଣାରେ ହାତୀ ଉପଦ୍ରବ । ଚାଷୀଙ୍କ ବର୍ଷ ବର୍ଷର ପରିଶ୍ରମକୁ ନଷ୍ଟ କରିଦେଉଛନ୍ତି ହାତୀପଲ । ବନ ବିଭାଗ ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ବିଫଳ ହେଉଛି ।

ଯାଜପୁର ଜିଲ୍ଲା ବୈରୀ ରେଞ୍ଜ ଅନ୍ତର୍ଗତ ପଶ୍ଚିମ ବଡଚଣାରେ ଏକର ଏକର ଜମିର ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ହାତୀଙ୍କ ଉପଦ୍ରବରୁ ରକ୍ଷାପାଇବା ପାଇଁ ଚିନ୍ତାରେ ଚାଷୀ । କାରଣ ବନ ବିଭାଗ ହାତୀଙ୍କୁ ଘଉଡାଇବା ପାଇଁ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହେଉଛି । ହାତୀପଲ ମନ ମୁତାବକ ଚାଷଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ।

ଅନ୍ୟପଟେ ବନ ବିଭାଗ ହାତୀଙ୍କ ଦ୍ବାରା ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ କରିବାକୁ ବର୍ଷ ବର୍ଷ ଲାଗିଯାଉଛି । ହାତୀ କରିଡରର ନିର୍ମାଣ ମଧ୍ୟ କରାଯାଉନାହିଁ । ତେବେ ବଣୁଆ ହାତୀଙ୍କ ଦାଉରୁ ଫସଲ ରକ୍ଷା କରିବାକୁ ସାଧାରଣରେ ଦାବି ହେଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.