ETV Bharat / state

ଲୋକଙ୍କ ଜୀବନ ସହ ଖେଳୁଛି ନେସ୍କୋ: ଡେଥ୍ ପଏଣ୍ଟ ପାଲଟିଛି ଯାଜପୁର ସହର

୫ ଶହରୁ ଅଧିକ ବିଦ୍ୟୁତ୍ ଟ୍ରାନ୍ସଫରମର ରହିଛି ଯାଜପୁର ରୋଡ ସହରାଞ୍ଚଳରେ । ଦଳା ଛକ, ନହକା ବାଇପାସ, ଗୋପବନ୍ଧୁ ଛକ, ବ୍ୟାଙ୍କ୍ ଷ୍ଟ୍ରିଟ୍, ବାଇପାସ୍ ରୋଡ, କଲେଜ ଛକ, ଟାଉନହଲ୍ ଛକ ଓ ଧବଳଗିରି ଆଦି ପ୍ରମୁଖ ଛକ ମାନଙ୍କ ସହିତ ସମସ୍ତ ପ୍ରମୁଖ୍ୟ ରାସ୍ତା କଡରେ ମୁକୁଳା ପଡିଛି ଟ୍ରାନ୍ସଫର୍ମର ।

ଲୋକଙ୍କ ଜୀବନ ସହ ଖେଳୁଛି ନେସ୍କୋ: ଡେଥ୍ ପଏଣ୍ଟ ପାଲଟିଛି ଯାଜପୁର ସହର
ଲୋକଙ୍କ ଜୀବନ ସହ ଖେଳୁଛି ନେସ୍କୋ: ଡେଥ୍ ପଏଣ୍ଟ ପାଲଟିଛି ଯାଜପୁର ସହର
author img

By

Published : Jul 18, 2020, 3:46 PM IST

ଯାଜପୁର: ଲୋକଙ୍କ ଜୀବନ ସହ ଖେଳୁଛି ବିଦ୍ୟୁତ୍ ବିଭାଗ । ବାଜିରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ । ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ସହ ଆମ୍ନାସାମ୍ନା ହେଉଛନ୍ତି ସହରବାସୀ । କାରଣ, ଯାଜପୁର ରୋଡ ସହରାଂଚଳରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ଶହ ଶହ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ସହରରେ ଥିବା 90 ପ୍ରତିଶତ ବିଦ୍ୟୁତ୍ ଟ୍ରନ୍ସଫର୍ମରରେ ନାହିଁ ସୁରକ୍ଷା ବାଡ । କେଉଁଠି ହାତ ପାହାନ୍ତାରେ ତ ଆଉ କେଉଁଠି ତଳେ ଲାଗିଛି ଟ୍ରାନ୍ସଫର୍ମର । ଖୋଲା ପଡିଛି ଫ୍ୟୁଜ୍ ବକ୍ସ, ଲଟକି ରହିଛି ହାଇ ଭୋଲ୍ଟେଜ୍ ବିଦ୍ୟୁତ୍ ତାର ।

ଏଥିସହ ଅନେକ ସ୍ଥାନରେ ସର୍ଭିସ୍ ଖୁଣ୍ଟରେ ମଧ୍ୟ ଲାଗିଛି ହେଭି ଟ୍ରାନ୍ସଫର୍ମର । ଯାହା ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ମୁଖ୍ୟ ରାସ୍ତା ହେଉ ଅବା ଜନଗହଳିପୁର୍ଣ୍ଣ ଛକ ବଜାର, ସବୁଠି ସମାନ ଅବସ୍ଥା । ଟ୍ରାନ୍ସଫର୍ମର ଗୁଡିକ ମୁକୁଳା ପଡିଥିବା ବେଳେ ଏଥିପ୍ରତି ଆଖି ବୁଜି ଦେଇଛି ବିଭାଗ ।

ଦେଖିବା ଆମର ଏହି ସ୍ପେଶାଲ ରିପୋର୍ଟ...

ଲୋକଙ୍କ ଜୀବନ ସହ ଖେଳୁଛି ନେସ୍କୋ: ଡେଥ୍ ପଏଣ୍ଟ ପାଲଟିଛି ଯାଜପୁର ସହର

ଡେଥ୍ ପଏଣ୍ଟ ପାଲଟିଛି ସହରର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର । ଯାଜପୁର ଜିଲ୍ଲା ଯାଜପୁର ରୋଡ ସହରରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ଶହ ଶହ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ସହରରେ ଥିବା ପାଖାପାଖି 90 ପ୍ରତିଶତ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ନାହିଁ ସୁରକ୍ଷା ବାଡ । କେଉଁଠି ହାତ ପାହାନ୍ତାରେ ତ ଆଉ କେଉଁଠି ତଳେ ଲାଗିଛି ଟ୍ରାନ୍ସଫର୍ମର । ଫ୍ୟୁଜ୍ ବକ୍ସ ଖୋଲା ପଡିଥିବା ବେଳେ ତଳକୁ ଲଟକି ରହିଛି ହାଇ ଭୋଲ୍ଟେଜ୍ ବିଦ୍ୟୁତ୍ ତାର ।

ମୁଖ୍ୟ ରାସ୍ତାକଡ ହେଉ ଅବା ଜନଗହଳିପୂର୍ଣ୍ଣ ଛକ ବଜାର, ସବୁଠି ସମାନ ଅବସ୍ଥା । ମୁକୁଳା ପଡିଛି ସବୁ ଟ୍ରାନ୍ସଫରମର । ପ୍ରତିଦିନ ହଜାର ହଜାର ଲୋକ ଓ ଯାନବାହାନ ଏହା ନିକଟରେ ଯାତାୟତ କରୁଛନ୍ତି । ଏହି ସମୟରେ ଟିକେ ଅସାବଧାନ ହେଲେ ଚାଲିଯିବ ଜୀବନ । ତେବେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ।

ଗୋଟିଏ କି ଦୁଇଟି ନୁହେଁ, ୫ ଶହରୁ ଅଧିକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ରହିଛି ଯାଜପୁର ରୋଡ ସହରାଂଚଳରେ । ଦଳା ଛକ, ନହକା ବାଇପାସ, ଗୋପବନ୍ଧୁ ଛକ, ବ୍ୟାଙ୍କ୍ ଷ୍ଟ୍ରିଟ୍, ବାଇପାସ୍ ରୋଡ, କଲେଜ ଛକ, ଟାଉନହଲ୍ ଛକ ଓ ଧବଳଗିରି ଆଦି ପ୍ରମୁଖ ଛକ ମାନଙ୍କ ସହିତ ସମସ୍ତ ପ୍ରମୁଖ୍ୟ ରାସ୍ତା କଡରେ ମୁକୁଳା ପଡିଛି ଟ୍ରାନ୍ସଫର୍ମର । ଯାହା ସାଧାରଣ ଲୋକଙ୍କ ପାଇଁ ମୃତ୍ୟୁର ଫାସ ପାଲଟିଛି । ନିକଟରେ କଳିଙ୍ଗନଗର ଶିଳ୍ପା ଅଞ୍ଚଳ ରହିଥିବାରୁ ଏହି ସହର ଉପରେ ଅନେକ ଲୋକ ନିର୍ଭର କରନ୍ତି । ଏଥିସହ ଏଠାରେ ରେଳଷ୍ଟେସନ, ବସ ଷ୍ଟାଣ୍ଡ ଓ ବଡ ବଡ ସପିଂ ମଲ ରହିଥିବାରୁ ପ୍ରାୟ ସବୁ ସମୟରେ ଏଠାରେ ଜନଗହଳି ଲାଗି ରହେ । ହେଲେ ମୁକୁଳା ପଡିଥିବା ଏହି ସବୁ ଟ୍ରାନ୍ସଫର୍ମର ଗୁଡିକ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ପୂର୍ବରୁ ଅନେକଥର ଦୁର୍ଘଟଣା ବି ଘଟିଛି । ହେଲେ ଏଥିପ୍ରତି ଆଖି ବୁଜି ଦେଇଛି ବିଦ୍ୟୁତ୍ ବିଭାଗ । ତେବେ ଏହି ଅଞ୍ଚଳ ନେସ୍କୋ ଅଧିନରେ ରହିଛି । ବିପଦର ଆଶଙ୍କା ଥିଲେ ବି ଏହାକୁ ନେସ୍କୋ ଅଣଦେଖା କରୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ନେସ୍କୋ କର୍ତ୍ତୃପକ୍ଷ । ବିଭାଗକୁ ଏହାର ତଥ୍ୟ ଦିଆଯାଇଥିବା ବେଳେ ଯଥାଶୀଘ୍ର ଏହାର ସମାଧାନ ହେବ ବୋଲି ନେସ୍କୋ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

ଏଭଳି ପରିସ୍ଥିତିରେ ଆଗାମୀ ଦିନରେ କୌଣସି ବଡ ଅଘଟଣ ଘଟି ଧନ ଜୀବନ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ବିଦ୍ୟୁତ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.