ଯାଜପୁର: ଜିଲ୍ଲାର ଦଶରଥପୁର ଖାନନଗର ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଖାନନଗର ପଞ୍ଚାୟତରେ 6ନମ୍ବର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କୁ ଗତକାଲି(ଶନିବାର) ରାସ୍ତାରେ ଜିଲ୍ଲା ବିଜେଡି ସମ୍ପାଦକ ବିରଜା ମଲ୍ଲିକ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଏହାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବାବେଳେ ଭଦ୍ରକ ଯାଜପୁର ୨୦ ନମ୍ବର ରାଜପଥରେ ରାସ୍ତାରୋକ କରିଥିଲେ ପଞ୍ଚାୟତବାସୀ । ଖବରପାଇ ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଏଭଳି ଘଟଣାକୁ ନେଇ ଜିଲ୍ଲା ବିଜେଡି ସମ୍ପାଦକଙ୍କ ଉପରେ ଦୋଷାରୋପ କରିଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥିନୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ