ଯାଜପୁର: ଟୋକିଓ ଅଲମ୍ପିକ୍ସରେ ଆସନ୍ତାକାଲି ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ ରହିବ । କାରଣ ଟୋକିଓ ଅଲମ୍ପିକ୍ସରେ ଆସନ୍ତାକାଲି ଟ୍ରାକକୁ ଓହ୍ଲାଇବେ ଦେଶର ଦୈାଡରାଣୀ ଦୂତି ଚାନ୍ଦ । ଦୂତିଙ୍କ ସଫଳତା କାମନା କରି ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଦୂତି ଦେଶ ପାଇଁ ପଦକ ଆଣିବେ ବୋଲି ସଭିଏଁ ଆଶାବାଦୀ ହୋଇ ରହିଛନ୍ତି ।
ସେପଟେ ଦୂତିଙ୍କ ସଫଳତା କାମନା କରି ତାଙ୍କ ମାଆ ଅଖଜି ଚାନ୍ଦ ଭଗବାନଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇବା ଆରମ୍ଭ କରିଛନ୍ତିି । ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିବା ଦୂତିଙ୍କ ସହ ଭାରତ ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଦୁତିଙ୍କ ମାଆ ଠାକୁରଙ୍କ ନିକଟରେ ୫ଦିନ ପାଇଁ ଅଖଣ୍ଡ ଦୀପ ଜାଳି ଶୁଭ ମନାସିଛନ୍ତି । ପୂର୍ବରୁ ମଧ୍ୟ ଦୂତି ଦେଶ ତଥା ରାଜ୍ୟ ପାଇଁ ଅନେକ ଗୈାରବ ଆଣିଦେଇଛନ୍ତି । ଏଣୁ ଆସନ୍ତାକାଲି ଥିବା ଇଭେଣ୍ଟରେ ସେ ନିଶ୍ଚୟ ସଫଳତା ହାସଲ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।
ଅତୀତରେ ଦୂତି ଓ ତାଙ୍କ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । ଖାଲି ସେତିକି ନୁହେଁ ଟୋକିଓ ଯିବା ପୂର୍ବରୁ ଦୂତି ତାଙ୍କ ପରିବାର ଲୋକଙ୍କୁ ଭେଟିନଥିଲେ । ଏହାସତ୍ତ୍ବେ ଦୂତିଙ୍କ ପାଇଁ ମାଆ ମନ ସମ୍ଭାଳିପାରି ନାହିଁ । ଝିଅର ସଫଳତା ପାଇଁ ଅଖଣ୍ଡ ଦୀପ ଜାଳିଛନ୍ତି ମାଆ ଅଖଜି ଚାନ୍ଦ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ