ETV Bharat / state

ଟ୍ରାକରେ ଫେଲ୍ ଦୂତି: ମା କହିଲେ ‘ସେ ତ କର୍ମ କରିନି ମୁଁ ଠାକୁରଙ୍କୁ ଡାକିଲେ କଣ ହେବ’

"କର୍ମ କରିଥିଲେ ସିନା ଫଳ ପାଇଥାନ୍ତା, ସେ ତ କର୍ମ କରିନି ମୁଁ ଠାକୁରଙ୍କୁ ଡାକିଲେ କଣ ହେବ।" ଟୋକିଓ ଅଲମ୍ପିକ୍ସ ଟ୍ରାକରେ ଫେଲ ମାରିବା ଏହା କହିଛନ୍ତି ଦୂତି ଚାନ୍ଦଙ୍କ ମାଆ ଅଖଜି ଚାନ୍ଦ । ଅଧିକ ପଢ଼ନ୍ତୁ...

ଟ୍ରାକରେ ଫେଲ ମାରିଲେ ଦୂତି: କର୍ମ କରିନାହାନ୍ତି କହିଲେ ମାଆ

author img

By

Published : Jul 30, 2021, 5:19 PM IST

ଯାଜପୁର: "କର୍ମ କରିଥିଲେ ସିନା ଫଳ ପାଇଥାନ୍ତା, ସେ ତ କର୍ମ କରିନି ମୁଁ ଠାକୁରଙ୍କୁ ଡାକିଲେ କଣ ହେବ।" ଟୋକିଓ ଅଲମ୍ପିକ୍ସ ଟ୍ରାକରେ ଫେଲ ମାରିବା ଏହା କହିଛନ୍ତି ଦୂତି ଚାନ୍ଦଙ୍କ ମାଆ ଅଖଜି ଚାନ୍ଦ । ଆଥଲେଟିକ୍‌ ଇଭେଣ୍ଟର ପ୍ରଥମ ଦିନରେ ମହିଳା ୧୦୦ ମିଟର ରାଉଣ୍ଡ ୧(ହିଟ୍‌ସ)ରେ ଦୌଡିଥିଲେ ଓଡ଼ିଆ ଦୌଡରାଣୀ ଦୂତୀ ଚାନ୍ଦ । ତେବେ ଯୋଗ୍ୟତା ଅର୍ଜନ କରିପାରିନଥିଲେ ଦୂତୀ । ଏହାକୁ ନେଇ ସାରା ଦେଶ ସହ ଯାଜପୁରରେ ଥିବା ଦୂତିଙ୍କ ଗାଁ ଓ ପରିବାର ଲୋକେ ନିରାଶ ହୋଇଛନ୍ତି । ଏଥିପାଇଁ ଦୂତିଙ୍କ କିଟ୍ ଓ ତାଙ୍କ କୋଚଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର ଲୋକେ ।

ଟ୍ରାକରେ ଫେଲ ମାରିଲେ ଦୂତି: କର୍ମ କରିନାହାନ୍ତି କହିଲେ ମାଆ

ଦୂତି ଟ୍ରାକକୁ ଓହ୍ଲାଇବା ପୂର୍ବରୁ ସଫଳତା କାମନା କରି ତାଙ୍କ ମାଆ ଠାକୁରଙ୍କ ନିକଟରେ ଅଖଣ୍ଡ ଦୀପ ଜାଳିଥିଲେ । ଏହାସହ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା । ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ଯ ଦୂତିଙ୍କ ନିଜ ଗାଁ ଚକଗୋପାଳପୁର ଗାଁରେ ପହଞ୍ଚି ମଲିଆବୁଢି ଗ୍ରାମଦେବୀଙ୍କ ନିକଟରେ ତାଙ୍କ ସଫଳତା ପାଇଁ ପ୍ରାର୍ଥନା କରିଥିଲେ । ତେବେ ସବୁ ପ୍ରାର୍ଥନା ଓ ଶୁଭକାମନା ଦୂତୀଙ୍କ ବିଜୟୀ କରିପାରିନାହିଁ ।

ଏହାକୁ ନେଇ ନିରାଶା ଜାହିର କରିଛନ୍ତି ଦୂତିଙ୍କ ମାଆ ଓ ଭଉଣୀ । କେବଳ ପ୍ରାର୍ଥନା କଲେ କିଛି ହେବନି ଦୂତି ନିଜ କର୍ମ ଠିକ କରିନାହାନ୍ତି ବୋଲି ସେ କହିଛନ୍ତି । 2୦୦ ମିଟର ଇଭେଣ୍ଟରେ ଦୂତି ଭଲ ପ୍ରଦର୍ଶନ କରିବେ ଆଶା କରିଛନ୍ତି ତାଙ୍କ ପରିବାର ।

ଦୂତିଙ୍କ ମାଆ ଅଖଜି ଚାନ୍ଦ ଗତ ପ୍ରାୟ 5ଦିନ ହେବ ଦୂତିଙ୍କ ପାଇଁ ଅଖଣ୍ଡ ଦୀପ ଜାଳିଥିଲେ । ପୂର୍ବରୁ ଦୂତି ଦେଶ ତଥା ରାଜ୍ୟ ପାଇଁ ଅନେକ ଗୌରବ ଆଣି ଦେଇଛନ୍ତି। ୧୦୦ ମିଟର ରାଉଣ୍ଡ ୧(ହିଟ୍‌ସ)ରେ ସେ ସପ୍ତମ ସ୍ଥାନରେ ନିଜ ଟ୍ରାକ ପୂର୍ଣ୍ଣ କରିଥିଲେ । ପରିବାର ଠାରୁ ଦୂରେଇ ରହିବା, ଦୂତିଙ୍କ କିଟ୍ ଓ କୋଚ ହିଁ ଦୂତିଙ୍କ ବିଫଳତା ପାଇଁ ଦାୟୀ ବୋଲି କହିଛନ୍ତି ତାଙ୍କ ପରିବାର ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇିଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.