ETV Bharat / state

ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପାଳିତ - maa durga immersen

ଯାଜପୁର ସହରର ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପର୍ବ ପାଳିତ ହେଉଛି। ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେଉଛି। ଅପରାଜିତା ମନ୍ତ୍ରରେ ମା'ଙ୍କ ପୂଜା ମଣ୍ଡପ ପ୍ରକମ୍ପିତ ହେଉଛି। ଅଧିକ ପଢ଼ନ୍ତୁ...

ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପର୍ବ ପାଳିତ ହୋଇଛି

author img

By

Published : Oct 26, 2020, 8:25 PM IST

ଯାଜପୁର: ଆଜି(ସୋମବାର) ଯାଜପୁର ସହରର ବିଭିନ୍ନ ପୂଜା ମଣ୍ଡପରେ ନିରାଡ଼ମ୍ବର ଭାବେ ଦଶହରା ପର୍ବ ପାଳିତ ହେଉଛି। ବଡ଼ବଜାର, ହରପାର୍ବତୀ ଛକର ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେଉଛି। ଅପରାଜିତା ମନ୍ତ୍ରରେ ମା'ଙ୍କ ପୂଜା ମଣ୍ଡପ ପ୍ରକମ୍ପିତ ହେଉଛି। ସନ୍ଧ୍ୟା ଆଳତୀ ପରେ ମା'ଙ୍କ ବିସର୍ଜନ ହେବ।

ତେବେ କୋରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ ଦୁର୍ଗା ପୂଜା ଫିକା ପଡ଼ିଛି। କୋଭିଡ କଟକଣା ଯୋଗୁଁ କୌଣସି ପୂଜା ମଣ୍ଡପରେ କୌଣସି ପ୍ରକାର ସାଜସଜା କରାଯାଇନାହିଁ। ସମସ୍ତ ପୂଜା ମଣ୍ଡପ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ମାନି ସମସ୍ତ ପୂଜା କରୁଛନ୍ତି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖାଯାଇନଥିଲା। ଯେଉଁ ଶ୍ରଦ୍ଧାଳୁ ମଣ୍ଡପ ନିକଟରୁ ଆସିଥିଲେ, ସଭିଏଁ କୋଭିଡ ନିୟମକୁ ପାଳନ କରୁଥିବା ଦେଖିବାକୁ ମିଳିଛି।

ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପର୍ବ ପାଳିତ ହୋଇଛି

ଆସନ୍ତାକାଲି(ମଙ୍ଗଳବାର) ଦେବୀ ମା' ଦୁର୍ଗାଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଶାସନ ପକ୍ଷରୁ ବୈତରଣୀ ନଦୀରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକ ବିସର୍ଜନ ହେବା ନେଇ ସ୍ଥିର କରାଯାଇଛି। ତେବେ ଚଳିତ ବର୍ଷ ବିସର୍ଜନରେ କୌଣସି ପ୍ରକାର ରଶୋଣୀ, ବାଜା କିମ୍ବା ବାଣ ର ବ୍ୟବହାର ହେବ ନାହିଁ। ଏନେଇ ସମସ୍ତ ଦୁର୍ଗାପୂଜା ଆୟୋଜକ ସୂଚନା ଦେଇଛନ୍ତି। ବିସର୍ଜନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.